Warehouse collapse: କୋଲକାତା ଗୋଦାମଘର ଭୁଶୁଡ଼ିବା ମାମଲାରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି

Jun 26, 2026 - 21:24
Warehouse collapse: କୋଲକାତା ଗୋଦାମଘର ଭୁଶୁଡ଼ିବା ମାମଲାରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି

"କୋଲକାତା: କୋଲକାତା ଗୋଦାମ ଘର ଉୁଶୁଡ଼ିବା ମାମଲାରେ ମୃତ୍ୟସଂଖ୍ୟା ୧୫କୁ ବୃଦ୍ଧି ପାଇଛି।

ଉଦ୍ଧାରକାରୀ ଦଳ ଶୁକ୍ରବାର ଭଗ୍ନାବଶେଷ ତଳୁ ଆଉ ୨ଟି ମର ଶରୀର ଉଦ୍ଧାର କରିଛନ୍ତି ଏବଂ ଅନ୍ୟ ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥା‌ରେ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଯାଇଛି।

ସେନା, କୋଲକାତା ପୁଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀର ସଦସ୍ୟମାନେ ଶୁକ୍ରବାର ସକା‌ଳେ ଭଗ୍ନାବଶେଷ ତଳେ ସର୍ଚ୍ଚ୍‌ ଅପରେସନ୍‌ କରିବା ପରେ ୨ ଜଣଙ୍କ ମୃତ ଦେହ ପାଇଥିଲେ।

ଗୁରୁବାର ରାତିରେ ଅନ୍ୟ ୨ଟି ମୃତଦେହ ମିଳିଥିଲା। ‌Advertisment ତେବେ ସେମାନଙ୍କ ପରିଚୟ ଜଣାପଡ଼ିନି।

ସେହିପରି ଶୁକ୍ରବାର ସକାଳେ ରାଜ୍ୟ ପରିଚାଳିତ ଏସଏସକେଏମ୍‌ ହସ୍ପିଟାଲରେ ମନ୍ନୁ କୁମାର ଏବଂ ସାହିଲ ସର୍ଦ୍ଦାରଙ୍କ ମୃତ୍ୟୁୃ ହେବା ପରେ ଏହି ଘଟଣାରେ ମୃତ୍ୟୁସଂଖ୍ୟା ୧୫ରେ ପହଞ୍ଚିଛି।

୧୯ ବର୍ଷୀୟ ମନ୍ନୁ କୁମାର ହେଉଛନ୍ତି ବିହାର ମୁଙ୍ଗେର ଜିଲ୍ଲାର ଜଣେ ବାସିନ୍ଦା।

ତାଙ୍କୁ ଜୁନ୍‌ ୨୪ ତାରିଖରେ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଥିଲା।

Lightning: କୋଲକାତା ବିମାନବନ୍ଦରରେ ବିମାନ ଉପରେ ବଜ୍ରାଘାତ ଗୁରୁବାର ରାତିରେ ତାଙ୍କର ଏକ ଅପରେସନ୍‌ କରାଯାଇଥିଲା ।

ଡାକ୍ତରୀ ଦଳଙ୍କର ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ବେ ମନୁ କୁମାରଙ୍କର ମୃତ୍ୟୁ ହୋଇଯାଇଛି।

କୁମାରଙ୍ଗ ଭାଇ ଘି କୁମାରଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି ଏବଂ ବାପା ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଅଧିକାରୀଙ୍କ ଅନୁଯାୟୀ ୧୮ ଆହତ ଏସଏସକେଏମ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଆହୁରି ଅନେକ ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଥିବା ସନ୍ଦେହ କରାଯାଉଛି ଏବଂ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି।

"