06 JUNE 2026

Welcome!

Unlock your personalized experience.
Sign Up

War: ଆମେରିକା-ଇସ୍ରାଏଲକୁ ଖୋଲା ଧମକ ଦେଲେ ଆରାଘଚି, କହିଲେ ଇରାନୀ ସେନା ପ୍ରସ୍ତୁତ

Jun 04, 2026 - 12:52
War: ଆମେରିକା-ଇସ୍ରାଏଲକୁ ଖୋଲା ଧମକ ଦେଲେ ଆରାଘଚି, କହିଲେ ଇରାନୀ ସେନା ପ୍ରସ୍ତୁତ

ତେହେରାନ: ଇରାନ ଧମକ ଦେଇଛି ଯେ, ବେରୁଟ ଉପରେ ଯେକୌଣସି ଆକ୍ରମଣ ଏହି ଅଞ୍ଚଳରେ ଆଉ ଏକ ମହାଯୁଦ୍ଧ ସୃଷ୍ଟି କରିପାରେ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ତେହେରାନ ସ୍ପଷ୍ଟ କରିଦେଇଛି ଯେ, ଲେବାନନର ରାଜଧାନୀ ଉପରେ କୌଣସି ଆକ୍ରମଣ ହେଲେ ଚୁପ୍ ରହିବ ନାହିଁ।

ଇସ୍ରାଏଲୀ ସୈନ୍ୟମାନେ ବେରୁଟ ଉପରେ ଆକ୍ରମଣ କରିବାକୁ ଆଗଉ ଥିବାବେଳେ ଇରାନର ବୈଦେଶିକ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରର ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଆଲୋଚନା ପରେ ସେନାକୁ ରୋକା ଯାଇଛି। ଲେବାନନର ଅଲ୍ ମାୟାଦିନ୍ ଟିଭି ସହିତ କଥାବାର୍ତ୍ତା ସମୟରେ ଆରାଘଚି କହିଛନ୍ତି ଯେ, ଇସ୍ରାଏଲ ବେରୁଟ ଉପରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଇରାନ ଏକ ନିର୍ଣ୍ଣାୟକ ଆଭିମୁଖ୍ୟ ଗ୍ରହଣ କରିଛି। ସେ କହିଛନ୍ତି, ତେହେରାନ ସମ୍ଭାବ୍ୟ ପ୍ରତିଶୋଧମୂଳକ ଆକ୍ରମଣ ପାଇଁ ନିଜର ସେନାକୁ ସମ୍ପୂର୍ଣ୍ଣ ସତର୍କ ମୋଡ୍‌ରେ ରଖିଛି।

ଆହୁରି ପଢ଼ନ୍ତୁ: GULF: ଗଲ୍‌ଫରେ ଯୁଦ୍ଧ ପରିସ୍ଥିତି ତେଜିଲା, କୁଏତ ଉପରେ ଭୀଷଣ ଆକ୍ରମଣ

ଇରାନ ଜୋର୍ ଦେଇ କହିଛି ଯେ, ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ କରିବା ପାଇଁ ଯେକୌଣସି ଚୁକ୍ତି କେବଳ ସେତେବେଳେ ସମ୍ଭବ ହେବ ଯଦି ଲେବାନନ ସମେତ ସମସ୍ତ ମୋର୍ଚ୍ଚାରେ ଯୁଦ୍ଧ ବନ୍ଦ କରାଯିବ। ଆରାଘଚି ଏହା ମଧ୍ୟ କହିଛନ୍ତି ଯେ, ଇରାନ ଏବଂ ଆମେରିକା ମଧ୍ୟରେ ଯୋଗାଯୋଗ ତୁଟି ନାହିଁ। ତେବେ ଆଲୋଚନାରେ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇନାହିଁ। ଉଭୟ ପକ୍ଷ ଏବେ ବି ଆଦାନପ୍ରଦାନ ହୋଇଥିବା ଡ୍ରାଫ୍ଟଗୁଡ଼ିକର ଅଧ୍ୟୟନ କରୁଛନ୍ତି।

ଇରାନ ବୈଦେଶିକ ମନ୍ତ୍ରୀଙ୍କ ଏହି ଧମକ କୁଏତ ଏବଂ ବାହାରିନରେ ଥିବା ଆମେରିକୀୟ ଘାଟି ଉପରେ ଇରାନ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଆସିଛି। ଜବାବରେ, ଆମେରିକା ଏକ ଇରାନୀ ଘାଟି ଉପରେ ଆକ୍ରମଣ କରିଛି।

ଆହୁରି ଦେଖନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।