06 JUNE 2026

Welcome!

Unlock your personalized experience.
Sign Up

Gambler: ୨୦ ଜୁଆଡି ଗିରଫ: ୫ଲକ୍ଷ ୪୪ ହଜାର ଟଙ୍କା, ୧୫ଟି ବାଇକ ଜବତ

Jun 04, 2026 - 12:52
Gambler: ୨୦ ଜୁଆଡି ଗିରଫ: ୫ଲକ୍ଷ ୪୪ ହଜାର ଟଙ୍କା, ୧୫ଟି ବାଇକ ଜବତ

ଵ୍ରହ୍ମପୁର: ଗଞ୍ଜାମଜିଲ୍ଲା ସଦର ଥାନା ପୁଲିସ ବୁଧବାର ବିଳମ୍ବିତ ରାତ୍ରରେ ଏକ ଜୁଆ ଆଡ୍ଡାରେ ଚଢଉ କରି ୨୦ ଜଣ ଜୁଆଡିଙ୍କୁ ଗିରଫ କରିଛି । ଜୁଆ ଆଡ୍ଡାରୁ ପୁଲିସ ୫ଲକ୍ଷ ୪୪ ହଜାର ଟଙ୍କା ଜବତ କରିଛି। ସେହିପରି ଗୋଟିଏ କ୍ରେଟା କାର, ୧୫ଟି ବାଇକ, ୧୯ଟି ମୋବାଇଲ ଜବତ କରିଛି | ପୁଲିସ ମାମଲା ନଂ ୩୩୬/୨୬ ରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି। ଵ୍ରହ୍ମପୁର ଏସପି'ଙ୍କ ନିର୍ଦ୍ଦେଶରେ ସଦର ଥାନା ଅଧିକାରୀ ସନ୍ତୋଷ ବେହେରାଙ୍କ ନେତୃତ୍ୱରେ  ଏକ ସ୍ୱତନ୍ତ୍ର ଟିମ ସେଠାରେ ଚଢ଼ାଉ କରି ୨୦ ଜଣ ଜୁଆଡିଙ୍କୁ କାବୁ କରିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।