War Diary: ଚାଦରରେ ଲେଖା ଯୁଦ୍ଧ ଡାଏରି
"ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ତାଡ଼ନାକୁ ଲିପିବଦ୍ଧ କରିବା ପାଇଁ କେହି ଖାତାରେ ଲେଖୁଥିଲେ ତ ଆଉ କେହି ଛିଣ୍ଡା କାଗଜରେ ନିଜ ଅନୁଭୂତି ଲେଖି ଲୁଚାଇ ରଖୁଥିଲେ।
ଆନ୍ ଫ୍ରାଙ୍କ୍ଙ୍କ "ଡାଏରି ଅଫ୍ ଏ ୟଙ୍ଗ ଗାର୍ଲ" ହେଉଛି ସେ ସମୟର ସବୁଠାରୁ ପ୍ରସିଦ୍ଧ ଡାଏରି।
ତେବେ ସେ କାଳର ସବୁଠାରୁ ନିଆରା ଓ ଆଶ୍ଚର୍ଯ୍ୟଜନକ ଐତିହାସିକ ଦଲିଲ୍ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି "ଡେ ଜୋଏସ୍ ସିଟ୍", ଯାହାକୁ ଗୋଟିଏ ବିଛଣା ଚାଦର ଉପରେ ଛୁଞ୍ଚି-ସୂତାରେ ବୁଣି ଲେଖାଯାଇଥିଲା।Advertisment Rahul Gandhi : ୟୁପିଆଇ ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହଂକଂର "ଷ୍ଟାନ୍ଲି ଇଣ୍ଟର୍ନମେଣ୍ଟ କ୍ୟାମ୍ପ୍"ରେ ବନ୍ଦୀ ଥିବା ଡେଜି ମେରି ସେଜ୍ ନାମକ ଜଣେ ମହିଳା ଜୀବବିଜ୍ଞାନୀଙ୍କ ସାହସିକତାର କାହାଣୀ ହେଉଛି "ଡେ ଜୋଏସ୍ ସିଟ୍"।
୧୯୪୧ ମସିହା ଡିସେମ୍ବର ୮ରେ ଜାପାନୀ ସେନା ହଂକଂ ଦଖଲ କରିବା ପରେ ପ୍ରାୟ ୨,୮୦୦ ମିତ୍ରଶକ୍ତିର ସୈନିକ ଓ ନାଗରିକଙ୍କୁ ଅତି ଶୋଚନୀୟ ଅବସ୍ଥାରେ ଏହି କ୍ୟାମ୍ପ୍ରେ ବନ୍ଦୀ କରି ରଖାଯାଇଥିଲା।
ସେଠାରେ ଖାଦ୍ୟ, ପାଣି ଓ ସ୍ୱାସ୍ଥ୍ୟକର ପରିବେଶର ଅଭାବ ସହ ଜାପାନୀ ସୈନିକଙ୍କ ନିର୍ଯାତନା ଚାଲିଥିଲା।
Horoscope 2026 September 17: ଜାଣନ୍ତୁ ଆଜିର ରାଶିଫଳ...
ଏହି ସଙ୍କଟ ସମୟରେ ନିଜର ମାନସିକ ଭାରସାମ୍ୟ ରକ୍ଷା କରିବା ପାଇଁ ଡେ ଜୋଏସ୍ ଡାଏରି ଲେଖିବା ଆରମ୍ଭ କଲେ।
ସେ ଗୋଟିଏ ୮ ଫୁଟ୍ ଲମ୍ବା ଓ ୭ ଫୁଟ୍ ଚଉଡ଼ା ବିଶିଷ୍ଟ ବିଛଣା ଚାଦର ଯୋଗାଡ଼ କରି ହସ୍ପିଟାଲ କପଡ଼ାରୁ ସୂତା କାଢ଼ି ଛୁଞ୍ଚି-ସୂତା ସାହାଯ୍ୟରେ କ୍ୟାମ୍ପର ଘଟଣାବଳୀ ସିଲେଇ କରି ଲେଖିବା ଆରମ୍ଭ କଲେ।
ଜାପାନୀ ସୈନ୍ୟଙ୍କ ସନ୍ଦେହରୁ ବର୍ତ୍ତିବା ପାଇଁ ସେ ସାଙ୍କେତିକ ଭାଷା ବ୍ୟବହାର କରିଥିଲେ।
ଏହି ଚାଦରରେ ୧,୧୦୦ରୁ ଅଧିକ ନାମ, ତାରିଖ, ଜନ୍ମ-ମୃତ୍ୟୁର ହିସାବ ଓ ଚିତ୍ରର ଉଲ୍ଲେଖ ରହିଛି।
ଯୁଦ୍ଧ ପରେ ସେ ଐତିହାସିକମାନଙ୍କୁ ଏହି ଗୁପ୍ତ ସଙ୍କେତଗୁଡ଼ିକର ଅର୍ଥ ବୁଝାଇବାରେ ସାହାଯ୍ୟ କରିଥିଲେ।
ଏହାପରେ ୧୯୭୫ରେ ସେ ଏହାକୁ ଲଣ୍ଡନ୍ର "ଇମ୍ପେରିଆଲ୍ ୱାର୍ ମ୍ୟୁଜିୟମ୍"କୁ ଦାନ କରିଦେଲେ।
ଆଜି ବି ସେହି ଚାଦରରେ ସିଲେଇ କଣ୍ଟାଟି ସେମିତି ଲାଗି ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
