Largest meteorite: ବୃହତ୍ତମ ଉଲ୍କାପିଣ୍ଡ
"କେବେ କେବେ ରାତିରେ ଆକାଶରୁ ତାରାଟିଏ ଖସି ପଡୁଥିବା ଦେଖାଯାଏ।
ପ୍ରକୃତରେ ତାହା ତାରା ନୁହେଁ, ଉଲ୍କା।
ପୃଥିବୀରେ ପଡ଼ିବା ପୂର୍ବରୁ ବାୟୁମଣ୍ଡଳରେ ଘଷି ହୋଇ ତାହା ନଷ୍ଟ ହୋଇଯାଇଥାଏ।
କିନ୍ତୁ, ଯଦି ତା"ର ଆକାର ବଡ଼ ହୋଇଥାଏ ତାହା ସମ୍ପୂର୍ଣ୍ଣ ନଷ୍ଟ ନ ହୋଇ ପଥରଖଣ୍ଡ ଭାବେ ମାଟିରେ ପଡ଼େ।
ଏମିତି ଆକାଶରୁ କେତେ ନା କେତେ ଉଲ୍କା ଖସେ।
ସେମିତି ଗୋଟାଏ ଉଲ୍କାପିଣ୍ଡ ନାମ୍ବିଆ ଦେଶର ଗ୍ରୁଟ୍ଫନ୍ଟିନ୍ ନିକଟରେ ଥିବା ବିଲରୁ ୧୯୨୦ ମସିହାରେ ଆବିଷ୍କୃତ ହୋଇଥିଲା।
ସେ ବିଲରେ ଚାଷୀଟିଏ ହଳ କଲାବେଳେ ଲଙ୍ଗଳ ଅଟକିଗଲା।
ତଳେ କ"ଣ ଅଛି ଜାଣିବାକୁ ସେ ମାଟି ଖୋଳିଲେ।
ବାହାରିଲା ଖଣ୍ଡେ ବଡ଼ ଧାତୁ।
ବୈଜ୍ଞାନିକ ଓ ଅନ୍ୟମାନେ ସେଠାକୁ ଆସି କହିଲେ ଯେ ତାହା ଏକ ବଡ଼ ଉଲ୍କାପିଣ୍ଡ।
ତା" ଚାରିପଟରେ ଥିବା ମାଟି ଖୋଳି ହଟାଇ ଦିଆଗଲା।
କିନ୍ତୁ, ବହୁତ ଭାରୀ ହୋଇଥିବାରୁ ତାହାକୁ ସେଠାରୁ ଉଠାଯାଇ ପାରିଲା ନାହିଁ।
ତେଣୁ, ଗବେଷଣା ପାଇଁ ସେଥିରୁ ଟିକିଏ ଟିକିଏ କରି ଭାଙ୍ଗି ନିଆଗଲା।
Advertisment Rahul Gandhi : ୟୁପିଆଇ ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା ତା"ର ଓଜନ ଥିଲା ୬୬ ଟନ୍, ଲମ୍ବ ୯ ଫୁଟ୍, ଚଉଡ଼ା ୯ ଫୁଟ୍ ଏବଂ ମୋଟେଇ ୩ ଫୁଟ୍।
ଏହି ଚଟକା ଉଲ୍କାପିଣ୍ଡରେ ୮୪ ପ୍ରତିଶତ ଲୁହା, ୧୬ ପ୍ରତିଶତ ନିକେଲ୍ ଓ ଅଳ୍ପକିଛି କୋବାଲ୍ଟ୍ ଏବଂ ଅନ୍ୟାନ୍ୟ ଧାତୁ ଭାଗ ରହିଛି।
ପ୍ରାୟ ୮୦,୦୦୦ ବର୍ଷ ତଳେ ଏହା ପୃଥିବୀପୃଷ୍ଠରେ ପଡ଼ିଥିବା ଅନୁମାନ କରାଯାଏ।
ପୃଥିବୀରେ ତା"ଭଳି ବଡ଼ ଉଲ୍କାପିଣ୍ଡ ଆଜିଯାଏ ଆବିଷ୍କୃତ ହୋଇନାହିଁ।
ଆଶ୍ଚର୍ଯ୍ୟ କଥା ହେଉଛି ଯେ ଏତେ ବଡ଼ ଉଲ୍କାପିଣ୍ଡ ପଡ଼ିଲେ ମାଟିରେ ବଡ଼ ଗାତ ହେବା କଥା, କିନ୍ତୁ ତାହା ହୋଇ ନାହିଁ।
କେତେକ ବୈଜ୍ଞାନିକ କହୁଛନ୍ତି ଯେ ଚଟକା ହୋଇଥିବାରୁ ଏହା ମାଟିରେ ପଡ଼ି ମଧ୍ୟ ଗାତ କରିପାରି ନାହିଁ।
ହୋବା ୱେଷ୍ଟ୍ ନାମକ ଜଣେ କୃଷକ ତାହାକୁ ବିଲରୁ ଆବିଷ୍କାର କରିଥିବାରୁ ତା"ର ନାମ ରଖାଯାଇଛି "ହୋବା"।
Belagavi: ବେଲଗଭିରେ ଗ୍ରାମ ପଞ୍ଚାୟତ ପରିସରରେ ବାପ-ଝିଅଙ୍କୁ ହତ୍ୟା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
