War: ଓମାନ ଉପକୂଳରେ ଭାରତୀୟ ଥିବା ଜାହାଜ ଉପରେ ପୁଣି ଆକ୍ରମଣ

Jun 11, 2026 - 20:33
War: ଓମାନ ଉପକୂଳରେ ଭାରତୀୟ ଥିବା ଜାହାଜ ଉପରେ ପୁଣି ଆକ୍ରମଣ

"ନୂଆଦିଲ୍ଲୀ: ଆମେରିକା-ଇରାନ-ଇସ୍ରାଏଲ ଯୁଦ୍ଧ ଏବେ ପୁଣିଥରେ ତୀବ୍ର ହୋଇଥିବାବେଳେ ବିବାଦୀୟ ହର୍ମୁଜ ପ୍ରଣାଳୀରେ ଜାହାଜ ଗୁଡ଼ିକ ଉପରେ ଲଗାତାର ଆକ୍ରମଣ ଘଟଣାକୁ ଭାରତ କଡ଼ା ନିନ୍ଦା କରିଛି।

ପଶ୍ଚିମ ଏସିଆରେ ଗତ କିଛି ଦିନ ମଧ୍ୟରେ ଭାରତୀୟ ନାବିକ ଥିବା ଜାହାଜ ଗୁଡ଼ିକ ଉପରେ ଲଗାତାର ଆକ୍ରମଣ ହେଉଛି।

ଏଥିଯୋଗୁ ଅନେକ ଭାରତୀୟଙ୍କର ମୃତ୍ୟୁ ମଧ୍ୟ ହେଲାଣି।

ଆଜି ପୁଣିଥରେ ଓମାନର ଶିନାସ ବନ୍ଦରରେ ଭାରତୀୟ ନାବିକ ଥିବା ଏକ ଜାହାଜ ଉପରେ ଆକ୍ରମଣ ହୋଇଛି।Advertisment ଜାହାଜ ଚଳାଚଳ ମନ୍ତ୍ରାଳୟର ଅତିରିକ୍ତ ସଚିବ ମୁକେଶ ମଙ୍ଗଲ ସ୍ପଷ୍ଟ କରିଛନ୍ତି ଯେ ଗିନୀ-ବିସାଉ ପତାକା ଥିବା ଏକ ଜାହାଜ ଏମ୍‌ଟି ଜଲବୀର ଉପରେ ଓମାନର ଶିନାସ ବନ୍ଦର ପରିସରରେ ଆକ୍ରମଣ ହୋଇଛି।

ଏହି ଜାହାଜରେ ୨୦ ଜଣ ଭାରତୀୟ ନାବିକ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ସମସ୍ତେ ସୁରକ୍ଷିତ ଥିବା ସେ କହିଛନ୍ତି।

ବିଦେଶ ବ୍ୟାପାର ମନ୍ତ୍ରାଳୟ ସହ ସମନ୍ବୟ ରକ୍ଷା କରି ଜାହାଜ ଚଳାଚଳ ମନ୍ତ୍ରାଳୟ ଏହି ସ୍ଥିତିକୁ ଭଲଭାବେ ସମୀକ୍ଷା କରୁଛି ବୋଲି ମଙ୍ଗଲ କହିଛନ୍ତି।

ତେବେ ଚଳିତ ସପ୍ତାହରେ ଭାରତୀୟ ନାବିକ ଥିବା ଜାହାଜ ଉପରେ ଏହା ତୃତୀୟ ଆକ୍ରମଣ।

ପୂର୍ବରୁ ଅନ୍ୟ ୨ଟି ଜାହାଜ ଉପରେ ଓମାନ ଉପକୂଳରେ ଆମେରିକା ଆକ୍ରମଣ କରିଥିଲା।

ଗତକାଲି ଓମାନ ଉପକୂଳରେ ଭାରତୀୟ ନାବିକ ଥିବା ଜାହାଜ ଉପରେ ଆକ୍ରମଣ ଯୋଗୁ ୩ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି।

ପଲାଉ ପତାକା ଥିବା ଏକ ଜାହାଜ "ସେଟ୍ଟେବେଲ୍ଲୋ" ଉପରେ ଆମେରିକା କ୍ଷେପଣାସ୍ତ୍ର ମାଡ଼ କରିଥିଲା।

ଏହି ଆକ୍ରମଣ ଯୋଗୁ ଜାହାଜରେ ଥିବା ମୋଟ୍‌ ୨୪ ଭାରତୀୟଙ୍କ ମଧ୍ୟରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

କିନ୍ତୁ ୩ ଭାରତୀୟଙ୍କର ଏଥିରେ ମୃତ୍ୟୁ ହୋଇଯାଇଛି।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଧ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ଏହି ଘଟଣାରେ ୩ ଭାରତୀୟଙ୍କ ମୃତ୍ୟୁ ହୋଇଛି।

ଭାରତର ସାମୁଦ୍ରିକ ସମୁଦାୟ ପ୍ରତି ଏହା ଏକ ବଡ଼ କ୍ଷତି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: Missing: ଓମାନ ଉପକୂଳରେ ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ: ଏମ୍‌ଇଏ ସେହିପରି ଅନ୍ୟ ଏକ ଘଟଣାରେ ଜୁନ୍‌ ୯ ତାରିଖରେ ପଲାଉ ପତାକା ଥିବା ଅନ୍ୟ ଏକ ଜାହାଜ ଏମ୍‌ଟି ମାରିଭେକ୍ସ ଉପରେ ଆକ୍ରମଣ ହୋଇଥିଲା।

ଏହି ଜାହାଜରେ ୨୪ ଜଣ ଭାରତୀୟ ଥିଲେ।

ଜାହାଜ ଉପରେ ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା।

ତେବେ ଜାହାଜର ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଇତି ମଧ୍ୟରେ ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ ଏହି ସମସ୍ତ ଆକ୍ରମଣ ଆମେରିକା ନୌସେନା ଦ୍ବାରା ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି।

ତେବେ ଭାରତ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଏହା ତୁରକ୍ତ ବନ୍ଦ ହେବା ଉଚିତ ବୋଲି କହିଛି।

ଆମେରିକା ଏହି ଆକ୍ରମଣ କରିଛି ବୋଲି ଜଣାପଡ଼ିବାପରେ ଭାରତ ଆମେରିକାର ରାଷ୍ଟ୍ରଦୂତଙ୍କୁ ସମନ୍‌ କରିଛି।

ବିଦେଶ ବ୍ୟାପାର ମନ୍ତ୍ରାଳୟ ଆମେରିକା ରାଷ୍ଟ୍ରଦୂତ ଜାସନ ମିକ୍ସଙ୍କୁ ସମନ୍‌ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ଲଗାତାର ଆକ୍ରମଣକୁ ଚିନ୍ତାଜନକ କହିଛନ୍ତି।

ଓମାନରେ ଏକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଆମେ ନିନ୍ଦା କରୁଛୁ।

ଦୁର୍ଭାଗ୍ୟବସତଃ ଆମେ ଏଥିରେ ୩ ଭାରତୀୟଙ୍କୁ ହରାଇ ଦେଇଛୁ।

ଏହି ଘଟଣା ପାଇଁ ଆମେ ଆମେରିକା ରାଷ୍ଟ୍ରଦୂତଙ୍କୁ ଏଠାକୁ ସମନ୍‌ କରିଛୁ ବୋଲି ଜୈସ୍ବାଲ କହିଛନ୍ତି।

ସେ ପୁଣିଥରେ କହିଛନ୍ତି ଯେ ଅଞ୍ଚଳରେ ଜାହାଜ ଉପରେ ଲଗାତାର ଆକ୍ରମଣ ଘଟଣା ଅତ୍ୟନ୍ତ ଚିନ୍ତାଜନକ ଏକ ଅଞ୍ଚଳରେ ସଂଘର୍ଷର ଏହା ସିଧାସଳଖ ପରିଣାମ ।

ଏହି ଆକ୍ରମଣ ବନ୍ଦ ହେବା ଉଚିତ ।

ଆମେମାନେ ମଧ୍ୟ କଥାବାର୍ତ୍ତା ପାଇଁ ଆହ୍ବାନ କରୁଛୁ ।

ଏହା ଫଳରେ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରିପାରିବ ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।