WALMI Signs 3 MoUs ଜଳ ସମ୍ପଦ ପରିଚାଳନା ନିମନ୍ତେ ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ

Aug 25, 2026 - 20:20
WALMI Signs 3 MoUs ଜଳ ସମ୍ପଦ ପରିଚାଳନା ନିମନ୍ତେ ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ

"NWA, ICAR-IIWM ଓ OCCL ସହ ବାଲମିର ବୁଝାମଣା  ଭୁବନେଶ୍ୱର: ଓଡ଼ିଶାରେ ଜଳ ସମ୍ପଦ ପରିଚାଳନାକୁ ଅଧିକ ବୈଜ୍ଞାନିକ, ପ୍ରଯୁକ୍ତିଭିତ୍ତିକ ଓ ଦକ୍ଷ କରିବା ସହ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ବାଲ୍‌ମି)କୁ ଏକ ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ଦିଗରେ ଆଜି (ମଙ୍ଗଳବାର) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।

ବିଭାଗର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତା କରିଥିଲେ।

ବାଲ୍‌ମି ପକ୍ଷରୁ ଜାତୀୟ ଜଳ ଏକାଡେମୀ (ଏନଡବ୍ଲ୍ୟୁଏ), ପୁଣେ, ଆଇସିଏଆର୍–ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍), ଭୁବନେଶ୍ୱର ଏବଂ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ୍)ଙ୍କ ସହ ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

Advertisment NWA, ସହ MoU: ଜାତୀୟ ଜଳ ଏକାଡେମୀ ପକ୍ଷରୁ ମୁଖ୍ୟ ଯନ୍ତ୍ରୀ ୱସୀମ ଅଶରଫ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।

ଜଳ ଶକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଅଧୀନ କେନ୍ଦ୍ରୀୟ ଜଳ ଆୟୋଗର ନ୍ୟାସନାଲ ୱାଟର ଏକାଡେମୀ (ଏନ୍‌ଡବ୍ଲ୍ୟୁଏ), ପୁଣେ ସହ ଏହି ସହଯୋଗ ମାଧ୍ୟମରେ ଯୁଗ୍ମ ଓ ଆବଶ୍ୟକତାଭିତ୍ତିକ ପ୍ରଶିକ୍ଷଣ, ଜ୍ଞାନ ଆଦାନ-ପ୍ରଦାନ ଏବଂ ଜଳ ସମ୍ପଦ ପରିଚାଳନାରେ ସମକାଳୀନ ପଦ୍ଧତି ସମ୍ପର୍କରେ ଅଭିଜ୍ଞତା ହାସଲ ଉପରେ ଗୁରୁତ୍ୱ ଦିଆଯିବ।

ଏହା ମାଧ୍ୟମରେ ବାଲ୍‌ମି ଏନ୍‌ଡବ୍ଲ୍ୟୁଏର ଜାତୀୟସ୍ତରୀୟ ବିଶେଷଜ୍ଞତା, ବିଶେଷ ପ୍ରଶିକ୍ଷଣ ସମ୍ବଳ ଓ ଶ୍ରେଷ୍ଠ ଅଭ୍ୟାସ ସମ୍ପର୍କିତ ଅଭିଜ୍ଞତାର ଲାଭ ଉଠାଇପାରିବ।

ICAR-IIWM, ସହ MoU: ଆଇସିଏଆର୍–ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ପକ୍ଷରୁ ନିର୍ଦ୍ଦେଶକ ଭାବେ ଡ  ଏ.

ସାରଙ୍ଗୀ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।

ଏହି ସହଯୋଗ ମାଧ୍ୟମରେ ଗବେଷଣା, ପ୍ରଯୁକ୍ତି ଓ କ୍ଷେତ୍ରସ୍ତରୀୟ ପ୍ରୟୋଗ ମଧ୍ୟରେ ସମନ୍ୱୟ ଅଧିକ ସୁଦୃଢ଼ ହେବ।

କୃଷି ଜଳ ପରିଚାଳନା, ଜଳ ବ୍ୟବହାର ଦକ୍ଷତା ଓ ଜଳବାୟୁ-ସହନଶୀଳ ସେଚନ ବ୍ୟବସ୍ଥା ସମ୍ପର୍କିତ ଆଇସିଏଆର୍–ଆଇଆଇଡବ୍ଲ୍ୟୁଏମ୍‌ର ବିଶେଷଜ୍ଞତା ଓ ନବୀନ ପ୍ରଯୁକ୍ତିରୁ ବାଲ୍‌ମି ଲାଭାନ୍ୱିତ ହେବ।

ଏଥିରେ ଆଇଓଟି ଓ ସେନ୍ସର୍‌ ଆଧାରିତ ଜଳ ପରିଚାଳନା, ସଠିକ୍‌ ସେଚନ ବ୍ୟବସ୍ଥା ଏବଂ ଡିଜିଟାଲ୍‌ ପ୍ରଯୁକ୍ତିର ପ୍ରୟୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

OCCL ସହ MoU: ଏହି ସହଯୋଗ ମାଧ୍ୟମରେ ବାଲ୍‌ମିକୁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ପାଇଁ ଏହାର ଭୌତିକ ଭିତ୍ତିଭୂମିର ଉନ୍ନତି ଓ ସୁଦୃଢ଼ୀକରଣ କରାଯିବ।

ଏଥିରେ ପ୍ରଶିକ୍ଷଣ ଓ ଏକାଡେମିକ୍‌ ସୁବିଧା, ହଷ୍ଟେଲ୍‌, ଅଡିଟୋରିୟମ୍‌, ସମ୍ମିଳନୀ କକ୍ଷ ଓ ପାଠାଗାରର ଆଧୁନିକୀକରଣ, ଅଡିଓ-ଭିଜୁଆଲ୍‌ ସୁବିଧା ସମ୍ପନ୍ନ ଶ୍ରେଣୀଗୃହ, ସମଗ୍ର କ୍ୟାମ୍ପସ୍‌ରେ ୱାଇ-ଫାଇ ସଂଯୋଗ ଏବଂ ନୂତନ ୧୦୦-ସିଟ୍‌ ବିଶିଷ୍ଟ ହଷ୍ଟେଲ୍‌ ନିର୍ମାଣ ଅନ୍ତର୍ଭୁକ୍ତ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)