CBSE Eastern Archery: ସିବିଏସ୍ଇ ପୂର୍ବାଞ୍ଚଳ ତୀରନ୍ଦାଜୀ: ୩ ସ୍ୱର୍ଣ୍ଣ ଜିତିଲେ କ୍ଷୀରୋଦ
"ଭୁବନେଶ୍ୱର: ଭବାନୀପାଟଣାର ବିକାଶ ଆବାସିକ ବିଦ୍ୟାଳୟ ଦ୍ୱାରା ଆୟୋଜିତ ସିବିଏସ୍ଇର ପୂର୍ବାଞ୍ଚଳ ତୀରନ୍ଦାଜୀ ଚାମ୍ପିଅନସିପରେ ୧୯ ବର୍ଷରୁ କମ୍ ଭାରତୀୟ ବର୍ଗରେ ୪୦ ମିଟର ଏବଂ ୩୦ ମିଟର ଇଭେଣ୍ଟରେ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି କଳାହାଣ୍ଡିର କ୍ଷୀରୋଦ କୁମାର।
୧୧ଟି ରାଜ୍ୟର ୪୩୭ ଜଣ ତୀରନ୍ଦାଜ ଅଂଶଗ୍ରହଣ କରିଥିଲେ।Advertisment ଆହୁରି ପଢନ୍ତୁ : Flood Assistance: ଓଡ଼ିଶାକୁ ୫୦୦ କୋଟିର ବନ୍ୟା ସହାୟତା ଦେଲା କେନ୍ଦ୍ର ଏହି ସଫଳତା ସହିତ କ୍ଷୀରୋଦ କୁମାର ଏବଂ ଓମ୍କାର ମାଝୀ ସିବିଏସ୍ଇ ଜାତୀୟ ତୀରନ୍ଦାଜୀ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଉଭୟ ଆଥଲେଟ୍ ଗତ ଚାରି ବର୍ଷ ଧରି ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି।
କ୍ଷୀରୋଦ ଜୋନ୍ ସ୍ତରରେ ଏପର୍ଯ୍ୟନ୍ତ ୧୫ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଓମ୍କାର ରାଜ୍ୟ ତଥା ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ତିନୋଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଆହୁରି ପଢନ୍ତୁ : Shivkumar: କର୍ଣ୍ଣାଟକର ବିକାଶ ପାଇଁ ମୋଦୀଙ୍କୁ ଅନୁରୋଧ କଲେ ଶିବକୁମାର ଡୋଲା ଏବଂ ରାହୁଲ ବାନାର୍ଜୀ ସ୍ପୋର୍ଟସ୍ ଫାଉଣ୍ଡେସନ୍ସହଭାଗିତାରେ ୨୦୧୮ରେ ଆରମ୍ଭ ହୋଇଥିବା ବେଦାନ୍ତର ଏହି ପଦକ୍ଷେପ ସମ୍ପ୍ରଦାୟର ଯୁବ ପ୍ରତିଭାଙ୍କୁ ତୀରନ୍ଦାଜୀ ଏବଂ ଆଥଲେଟିକ୍ସରେ ପେସାଦାର ପ୍ରଶିକ୍ଷଣ ପ୍ରଦାନ କରୁଛି, ଯେଉଁଥିରେ ୩୦୦ରୁ ଅଧିକ ଯୁବକ ତାଲିମ ପାଇବା ସହିତ ୫୦ରୁ ଅଧିକ ଖେଳାଳି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଏହି ଅଞ୍ଚଳକୁ ପ୍ରତିନିଧିତ୍ୱ କରିବାକୁ ସକ୍ଷମ ହୋଇଛନ୍ତି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।