Karnataka: ସ୍ନାକ୍ସ ପ୍ୟାକେଟ୍ରେ ଥିବା ପ୍ଲାଷ୍ଟିକ୍ ବଲ୍ ଗିଳି ୫ ବର୍ଷ ଶିଶୁର ମୃତ୍ୟୁ
ମହୀଶୂର: କର୍ଣ୍ଣାଟକର ମହୀଶୂର ଜିଲ୍ଲାରେ ସ୍ନାକ୍ସ ପ୍ୟାକେଟ୍ ଭିତରେ ଥିବା ଏକ ଛୋଟ ପ୍ଲାଷ୍ଟିକ୍ ଖେଳନା ବଲ୍ ଗିଳି ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଆହୁରି ପଢନ୍ତୁ: Blast in Pakistan: ପାକିସ୍ତାନ ଶାନ୍ତି ରାଲିରେ ଆତ୍ମଘାତୀ ବିସ୍ଫୋରଣ, ୫ ସୁରକ୍ଷା କର୍ମୀଙ୍କ ସମେତ ୧୪ ମୃତ
ମୃତ ଶିଶୁର ନାମ ମୁକୁନ୍ଦ ମୟୂର। ସେ ମହୀଶୂର ଜିଲ୍ଲାର ଗୌରୀପୁରା ଗାଁର ବାସିନ୍ଦା ସନ୍ତୋଷ ଓ ଐଶ୍ବର୍ଯ୍ୟାଙ୍କ ଏକମାତ୍ର ପୁଅ ଥିଲେ। ପ୍ରାଥମିକ ସୂଚନା ଅନୁସାରେ, ଶନିବାର ସେ ଏକ ସ୍ନାକ୍ସ ପ୍ୟାକେଟ୍ ଖୋଲିବା ପରେ ସେଥିରେ ଥିବା ଛୋଟ ପ୍ଲାଷ୍ଟିକ୍ ଉପହାର ବଲ୍କୁ ଗିଳି ଦେଇଥିଲେ। ଏହା ତାଙ୍କ ତଣ୍ଟିରେ ଅଟକି ଯିବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା। ମୁକୁନ୍ଦଙ୍କ ଅକାଳ ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ମଧ୍ୟ ଶୋକର ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ହୁନସୁର ଗ୍ରାମୀଣ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।