Walkathon for clean air: ସ୍ବଚ୍ଛ ବାୟୁ ପାଇଁ ୱାକାଥନ୍‌: ଚାଲିଲେ ମେୟର, କର୍ପୋରେଟର୍‌, କ୍ରୀଡ଼ାବିତ୍‌

Sep 07, 2026 - 05:52
Walkathon for clean air: ସ୍ବଚ୍ଛ ବାୟୁ ପାଇଁ ୱାକାଥନ୍‌: ଚାଲିଲେ ମେୟର, କର୍ପୋରେଟର୍‌, କ୍ରୀଡ଼ାବିତ୍‌

"ଭୁବନେଶ୍ୱର: ବିଏମ୍‌ସି ପକ୍ଷରୁ ଆଜି ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ(ଏନ୍‌ସିଏପି) ସପ୍ତାହ ପାଳିତ ହୋଇଯାଇଛି।

ଏହି ଅବସରରେ ହାତିଆଶୁଣି ସଂପଦ କେନ୍ଦ୍ରଠାରେ ସଚେତନତା ସଭା ଓ ୱାକାଥନ୍‌ ଅନୁଷ୍ଠିତ ହୋଇଛି।

ୱାକାଥନ୍‌ରେ ମେୟର, କର୍ପୋରେଟର, କ୍ରୀଡାବିତ୍‌ମାନେ ସାମିଲ ହୋଇ ସ୍ବଚ୍ଛ ବାୟୁ ଉପରେ ଜନ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି।

ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମେୟର ସୁଲୋଚନା ଦାସ ଭୁବ‌ନେଶ୍ବର ମହାନଗର ନିଗମର ବାୟୁ ମାନରେ ଉନ୍ନତି ଓ ପରିବେଶର ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇବା ଓ ଏହାର ଯତ୍ନ ନେବାକୁ ଆହ୍ବାନ ଦେଇଥିଲେ।

ସ୍ବଚ୍ଛ ବାୟୁରେ ଭୁବନେଶ୍ବର ଚତୁର୍ଥ ସ୍ଥାନରେ ରହିଛି।

ଯଦି ସହରବାସୀ ସହଯୋଗର ହାତ ବଢାଇବେ, ନିଜ ଘର, ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କରିବେ, ସ୍ବଚ୍ଛ ବାୟୁ ରୢାଙ୍କିଙ୍ଗ୍‌ରେ ଭୁବନେଶ୍ବର ୧ ନମ୍ବର ହୋଇପାରିବ ବୋଲି କହିଥିଲେ।

ଏହି ଅବସରରେ ଅତିଥି ଓ ଛାତ୍ରଛାତ୍ରୀଙ୍କ ଗହଣରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଅତିଥିମାନେ ମାଗଣା ବସ୍ତ୍ର ବଣ୍ଟନ କରିଥିଲେ।Advertisment Education: ପୁଣି ସାମ୍ନାକୁ ଆସିଲା ଆବାସିକ ବିଦ୍ୟାଳୟରେ ରାଗିଙ୍ଗ ଘଟଣା ଦୁଇଜଣଙ୍କୁ ତିନିଚକିଆ ସାଇକେଲ ପ୍ରଦାନ କରାଯାଇଥିଲା।

ବନ ବିଭାଗ ପକ୍ଷରୁ ବିଭିନ୍ନ ଚାରା ବଣ୍ଟନ କରାଯାଇଥିଲା।

ଏଠାରେ ଵେଷ୍ଟ ଟୁ ଆର୍ଟ, ମୋ ଖତ, ଧୂପକାଠି ପ୍ରସ୍ତୁତି ଉପରେ ୧୦ଟି ଷ୍ଟଲ ଖୋଲାଯାଇଥିଲା।

ଅତିଥିମାନେ ଏହି ସବୁ ଷ୍ଟଲ ବୁଲି ବର୍ଜ୍ୟରୁ ସଂପଦ ସୃଷ୍ଟି ପ୍ରଣାଳୀ ଦେଖିବା ସହ ପ୍ରଶଂସା କରିଥିଲେ।

ପ୍ରଦୂଷଣମୁକ୍ତ ସହରକୁ ପ୍ରୋତ୍ସାହନ ପାଇଁ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା।

କାର୍ଯ୍ୟକ୍ରମରେ ଡେପୁଟି ମେୟର ମଂଜୁଲତା କହଁର, ବିଏମ୍‌ସି କମିସନର ଚଞ୍ଚଳ ରାଣା, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ସଦସ୍ୟ ସଚିବ ଡ.

ମନୋଜ ଭି.

ନାୟାର, ବିଏମ୍‌ସି ଆମ୍ୱାସଡର୍‌ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ, ପରିବେଶ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ସ୍ଲମ ସେଟେଲମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ମହାମାୟା ସ୍ୱାଇଁଙ୍କ ସମେତ ବିଭିନ୍ନ ୱାର୍ଡର କର୍ପୋରେଟରମାନେ  ଅତିଥି ଭାବେ ଯୋଗ ଦେଇଥିଲେ।

Doctor: ଅନୁଗୋଳରେ ଅଧା ଡାକ୍ତର ପଦ ଫାଙ୍କା: ରେଫରାଲ୍‌ କେନ୍ଦ୍ର ପାଲଟିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)