VN Sharma passes away: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଭି. ଏନ୍. ଶର୍ମାଙ୍କ ୯୬ ବର୍ଷ ବୟସରେ ପରଲୋକ

Jul 31, 2026 - 16:25
VN Sharma passes away: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଭି. ଏନ୍. ଶର୍ମାଙ୍କ ୯୬ ବର୍ଷ ବୟସରେ ପରଲୋକ

"ନୂଆଦିଲ୍ଲୀ: ଭାରତୀୟ ସେନାର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ବିଶ୍ୱ ନାଥ ଶର୍ମାଙ୍କର ଶୁକ୍ରବାର ୯୬ ବର୍ଷ ବୟସରେ ପରଲୋକ ଘଟିଛି।

ସେ ୧୯୮୮ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ଭାରତୀୟ ସେନାର ମୁଖ୍ୟ ଭାବେ ସେବା ଯୋଗାଇ ଦେଇଥିଲେ।

ଦେଶର ପ୍ରଥମ ପରମବୀର ଚକ୍ର ସମ୍ମାନିତ ଅମର ଶହୀଦ ମେଜର ସୋମନାଥ ଶର୍ମାଙ୍କ ସେ କନିଷ୍ଠ ଭ୍ରାତା ଥିଲେ।

ଡେରାଡୁନ୍ ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀର ପୁରାତନ ଛାତ୍ର ଜେନେରାଲ ଶର୍ମା ୧୯୫୦ ଜୁନ୍ ମାସରେ ୧୬ ଲାଇଟ୍ କାଭାଲରୀରେ ସେନାରେ ଯୋଗ ଦେଇଥିଲେ।Advertisment ଶ୍ରେଣୀଗୃହରୁ ଡାକି ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ''ଏକ୍ସ''ରେ ଲେଖିଛନ୍ତି ଯେ, ଜେନେରାଲ ଶର୍ମା ଜଣେ ନିଷ୍ଠାପର, ସାହସୀ ଓ ଦୂରଦ୍ରଷ୍ଟା ସାମରିକ ନେତା ଥିଲେ, ଯିଏ ନିଜ ପରିବାରର ଗୌରବମୟ ପରମ୍ପରାକୁ ଆଗେଇ ନେଇଥିଲେ।

ସେହିପରି ଭାରତୀୟ ସେନା ପକ୍ଷରୁ ମଧ୍ୟ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଯାଇଛି।

୧୯୪୭-୪୮ କାଶ୍ମୀର ଅଭିଯାନରେ ଅପୂର୍ବ ସାହସିକତା ପାଇଁ ମେଜର ସୋମନାଥ ଶର୍ମାଙ୍କ ସମେତ ଲାନ୍ସ ନାୟକ କରମ ସିଂହ, ସେକେଣ୍ଡ ଲେଫ୍ଟନାଣ୍ଟ ରାମା ରଘୋବା ରାଣେ ଏବଂ ନାୟକ ଯଦୁନାଥ ସିଂହଙ୍କୁ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା।

ଜେନେରାଲ ଶର୍ମାଙ୍କ ଅତୁଳନୀୟ ନେତୃତ୍ୱ, କର୍ତ୍ତବ୍ୟପରାୟଣତା ଓ ସେବା ଆଗାମୀ ପିଢ଼ି ପାଇଁ ଚିର ପ୍ରେରଣାର ଉତ୍ସ ହୋଇରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।