World Bank: ଗ୍ରୀଷ୍ମପ୍ରବାହରେ ନିଯୁକ୍ତି ପ୍ରଭାବିତ ହେବ: ବିଶ୍ବବ୍ୟାଙ୍କ
"ନୂଆଦିଲ୍ଲୀ: ଭାରତୀୟ ସହରଗୁଡ଼ିକରେ ତାପମାତ୍ରାରେ ହୋଇଥିବା ବୃଦ୍ଧି ଶ୍ରମକୁ ଗୁରୁତର ପ୍ରଭାବିତ କରିବ।
ବିଶ୍ବବ୍ୟାଙ୍କ ଏହାକୁ ନେଇ ସତର୍କ କରାଯାଇଛି।
ଏହି ସମସ୍ୟା ଆଗାମୀ ଦିନରେ ଆହୁରି ଗମ୍ଭୀର ହେବ ବୋଲି ଜଣାଇଛି।
ବିଶ୍ବବ୍ୟାଙ୍କ ଆକଳନ ଅନୁସାରେ ୨୦୩୦ ସୁଦ୍ଧା ନୂଆଦିଲ୍ଲୀ ୨,୬୬,୦୦୦ ପୂର୍ଣ୍ଣକାଳୀନ ନିଯୁକ୍ତି ହରାଇବ।
୨୦୫୦ ସୁଦ୍ଧା ସେହି ସଂଖ୍ୟା ୪,୮୦,୦୦୦ରେ ପହଞ୍ଚିବ।
କୋଲକାତା ୨୦୩୦ ସୁଦ୍ଧା ୩,୬୦,୦୦୦ ଓ ୨୦୫୦ ସୁଦ୍ଧା ୩,୯୧,୦୦୦ ନିଯୁକ୍ତି ହରାଇବ।
ମୁମ୍ବାଇ ୨୦୩୦ ସୁଦ୍ଧା ୨,୦୪,୦୦୦ ଓ ୨୦୫୦ ସୁଦ୍ଧା ୨,୫୫,୦୦୦ ନିଯୁକ୍ତି ହରାଇବ।
ସେହି ସମୟରେ ଚେନ୍ନାଇ ୨୦୩୦ ସୁଦ୍ଧା ୧,୪୧,୦୦୦ ଓ ୨୦୫୦ ସୁଦ୍ଧା ୧,୪୫,୦୦୦ ନିଯୁକ୍ତି ହରାଇବ।ଗ୍ରୀଷ୍ମପ୍ରବାହ ପ୍ରଭାବରେ ସମଗ୍ର ଦକ୍ଷିଣ ଏସିଆରେ ୩.୧ କୋଟି ନିଯୁକ୍ତି ପ୍ରତିବର୍ଷ ପ୍ରଭାବିତ ହେଉଛି।
ତାହାର ପ୍ରଭାବରେ ଏହି ଅଞ୍ଚଳଗୁଡ଼ିକର ଅର୍ଥନୀତିରେ ପ୍ରାୟ ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିବ।
୨୦୫୦ ସୁଦ୍ଧା ଦକ୍ଷିଣ ଏସିଆରେ ୨୮ କୋଟି ଚାକିରି ପ୍ରଭାବିତ ହେବ।
ବିଶ୍ବବ୍ୟାଙ୍କର ଉପସଭାପତି (ଦକ୍ଷିଣ ଏସିଆ) ଜୋହାନେସ ଜୁଟ୍ କହିଛନ୍ତି ଯେ ଏହି ଅଞ୍ଚଳଗୁଡ଼ିକ ଦକ୍ଷିଣ ଏସିଆର ବିକାଶ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ର।
କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନିଯୁକ୍ତି, ଉତ୍ପାଦକତା ଓ ଦୀର୍ଘକାଳୀନ ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ବିପଦ ସୃଷ୍ଟି କରିବ।Advertisment ଭଦ୍ରକରେ ବନ୍ୟା; ୧ ଲକ୍ଷ ୭୫ ହଜାର ଲୋକଙ୍କୁ ସ୍ଥାନାନ୍ତର ବିଶ୍ବବ୍ୟାଙ୍କ କହିଛି ଯେ ୨୦୩୦ ସୁଦ୍ଧା ଦିଲ୍ଲୀ ବିମାନବନ୍ଦରରେ ତାପମାତ୍ରା ୫୦ ଡିଗ୍ରି ଅତିକ୍ରମ କରିଯିବ।
ଫଳରେ ଏୟାରଲାଇନ୍ଗୁଡ଼ିକ ଯାତ୍ରୀ ଓ ମାଲ ପରିବହନ କମ୍ କରିବାକୁ ବାଧ୍ୟ ହେବେ।
ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ୩୮ ପ୍ରତିଶତ ଲୋକ ଚାଲି ଚାଲି ଯାଆନ୍ତି।
ସେମାନଙ୍କ ଉପରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ପ୍ରଭାବ ରହିବ।
ଭାରତୀୟ ସହରଗୁଡ଼ିକ ମଧ୍ୟରେ ପାଟନାରେ ଗ୍ରୀଷ୍ମପ୍ରବାହ ସମ୍ପର୍କିତ ଶ୍ରମ କ୍ଷତି ସର୍ବାଧିକ ରହିବ।
ଗ୍ରୀଷ୍ମପ୍ରବାହ ଜନିତ ମୃତ୍ୟୁକୁ ନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ।
କିନ୍ତୁ ଏକ ଆକଳନରୁ ଜଣାପଡ଼ିଛି ଯେ ତାପମାତ୍ରା ଲଗାତାର ଭାବେ ୫ ଦିନ ବୃଦ୍ଧି ପାଇଲେ ମୃତ୍ୟୁ ସଂଖ୍ୟା ୩୦ ହଜାର ବଢ଼ିଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।