Statement: ସୋନମ୍ ୱାଙ୍ଗଚୁକ୍‌ଙ୍କ ଅବଦାନକୁ ଭୁଲିପାରିବି ନାହିଁ: ଅଭିଜିତ୍ ଦୀପକେ

Jul 31, 2026 - 17:25
Statement: ସୋନମ୍ ୱାଙ୍ଗଚୁକ୍‌ଙ୍କ ଅବଦାନକୁ ଭୁଲିପାରିବି ନାହିଁ: ଅଭିଜିତ୍ ଦୀପକେ

"ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ତାଙ୍କ ସଂଗଠନ ଓ ସୋନମ୍ ୱାଙ୍ଗଚୁକ୍ ମଧ୍ୟରେ ଫାଟ ଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।

ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି ଓ ଆନ୍ଦୋଳନରେ ୱାଙ୍ଗଚୁକ୍‌ଙ୍କ ଅବଦାନକୁ ଭୁଲିହେବ ନାହିଁ ବୋଲି ଦୀପ୍‌କେ କହିଛନ୍ତି।

ପ୍ରତିବାଦ ଶେଷ ହେବା ପରେ ସେ ୱାଙ୍ଗଚୁକଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଓ ଆନ୍ଦୋଳନ ଶେଷରେ ଲୋକମାନଙ୍କୁ ଧନ୍ୟବାଦ ଦେବା ସମୟରେ ସେ କାହିଁକି ତାଙ୍କ ନାମ ଉଲ୍ଲେଖ କରି ନଥିଲେ ତାହା ସ୍ପଷ୍ଟ କରିଛନ୍ତି।

Advertisment ଦୀପ୍‌କେ କହିଛନ୍ତି, ମୁଁ ଛାତ୍ରମାନଙ୍କୁ ଧନ୍ୟବାଦ ଦେଇଥିଲି।

କାରଣ ୨୦ ଜୁଲାଇ ପରେ ଏହି ଆନ୍ଦୋଳନ ଦେଶର ଛାତ୍ର ଓ ଯୁବକମାନଙ୍କର ଆନ୍ଦୋଳନରେ ପରିଣତ ହୋଇଥିଲା।

ସେମାନେ ନିର୍ମମ ଲାଠିଚାର୍ଜର ସମ୍ମୁଖୀନ ହୋଇଥିଲେ।

ଅନ୍ୟପକ୍ଷରେ ଦୀପ୍‌କେ ଆନ୍ଦୋଳନ ପାଇଁ ଜନସମର୍ଥନ ସଂଗ୍ରହ କରିବା ପାଇଁ ୱାଙ୍ଗଚୁକଙ୍କ ଅନଶନକୁ ଶ୍ରେୟ ଦେଇଛନ୍ତି।

Jantar Mantar: ଜନ୍ତର ମନ୍ତରରେ ହଙ୍ଗାମା: ସିଜେପି ମୁଖ୍ୟ ଅଭିଜିତ୍ ଦୀପକେଙ୍କ ଉପରକୁ କାଳିମାଡ଼, ମହିଳା ଅଟକ ଦୀପ୍‌କେ କହିଛନ୍ତି, ସୋନମ ୱାଙ୍ଗଚୁକ୍ ସାର୍ ଯେଉଁ ବଳିଦାନ ଦେଇଛନ୍ତି ତାହା ଆମେ ଭୁଲିପାରିବୁ ନାହିଁ।

ସେ ନିଜ ଜୀବନକୁ ବାଜି ଲଗାଇ ୨୬ ଦିନ ଧରି ଅନଶନରେ ଥିଲେ।

ନିଜ ଜୀବନକୁ ବାଜି ଲଗାଇ ସେ ଦେଶକୁ ଜାଗ୍ରତ କରିଛନ୍ତି।

ନିଜ ଜୀବନକୁ ବାଜି ଲଗାଇ ସେ ଏହି ଦେଶକୁ ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ରାସ୍ତାକୁ ଆଣିଛନ୍ତି।

ତାଙ୍କ ଅନଶନ ବିନା ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମ୍ଭବ ହୋଇନଥାନ୍ତା।

ମୁଁ ନିଜେ ତାଙ୍କୁ ଅନଶନ ଶେଷ କରିବାକୁ ନିବେଦନ କରିଥିଲି ବୋଲି ଦୀପ୍‌କେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।