Virat Kohli Lifestyle: ଜାଣନ୍ତୁ ବିରାଟ କୋହଲିଙ୍କ ସୁସ୍ଥ ଜୀବନଶୈଳୀର ସୂତ୍ର

Nov 05, 2026 - 16:25
Virat Kohli Lifestyle: ଜାଣନ୍ତୁ ବିରାଟ କୋହଲିଙ୍କ ସୁସ୍ଥ ଜୀବନଶୈଳୀର ସୂତ୍ର

ନୂଆଦିଲ୍ଲୀ: ବିରାଟ କୋହଲି ଙ୍କ ନାମ ଶୁଣିବା ମାତ୍ରେ ଲୋକଙ୍କ ମନକୁ ତାଙ୍କ ଚମତ୍କାର ଫିଟନେସ୍, ସୁଗଠିତ ଶରୀର ଏବଂ ପଡ଼ିଆରେ ତାଙ୍କ ଚଞ୍ଚଳତା କଥା ମନେ ପଡ଼ିଯାଏ।

ନଭେମ୍ବର ୫ ତାରିଖରେ ଜନ୍ମଦିନ ପାଳନ କରୁଥିବା ବିରାଟ କୋହଲି କେବଳ ନିଜ ଖେଳ ନୁହେଁ, ବରଂ ଫିଟନେସ୍ ଓ ଜୀବନଶୈଳୀ ଜରିଆରେ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛନ୍ତି।

ତାଙ୍କ ଫିଟନେସର ସବୁଠାରୁ ବଡ଼ ରହସ୍ୟ ହେଉଛି ବର୍ଷବର୍ଷର ପରିଶ୍ରମ, ଶୃଙ୍ଖଳା ଏବଂ ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ ହିଁ ତାଙ୍କ ଫିଟନେସର ମୁଖ୍ୟ ଆଧାର।

Advertisment ଏକ ସମୟରେ ବିରାଟ ଖାଇବା ପିଇବା ପାଇଁ ବେଶ୍ ସଉକିନ୍ ଥିଲେ।

କିନ୍ତୁ ସମୟ ସହିତ ସେ ନିଜ ଅଭ୍ୟାସରେ ପରିବର୍ତ୍ତନ ଆଣିଥିଲେ।

ଏବେ ତାଙ୍କ ଖାଦ୍ୟପେୟ ବେଶ୍ ସନ୍ତୁଳିତ ଓ ନିୟନ୍ତ୍ରିତ।

ଖାଦ୍ୟର ପରିମାଣ, ପୋଷକତତ୍ତ୍ୱ ଏବଂ ଶରୀରର ଆବଶ୍ୟକତା ଉପରେ ସେ ବିଶେଷ ଧ୍ୟାନ ଦିଅନ୍ତି।

ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା, ନିଜକୁ ଫିଟ୍ ରଖିବା ପାଇଁ ବିରାଟ କେତେ ପରିଶ୍ରମ କରନ୍ତି ଏବଂ ତାଙ୍କ ଡାଏଟ୍‌ରେ କ'ଣ ସବୁ ସାମିଲ ରହିଛି?

ଏମିତି ଆରମ୍ଭ ହୋଇଥିଲା ଫିଟନେସ୍ ଯାତ୍ରା ବିରାଟ କୋହଲିଙ୍କ ଫିଟନେସ୍ ଯାତ୍ରା କେବଳ ଜିମ୍‌ରେ ଝାଳ ବୁହାଇବାରୁ ଆରମ୍ଭ ହୋଇ ନଥିଲା।

ସେ ପ୍ରଥମେ ନିଜ ଖାଦ୍ୟପେୟ ଅଭ୍ୟାସ ଉପରେ କାମ କରିଥିଲେ।

ଏକ ସମୟରେ ତାଙ୍କୁ ଛଣାଛଣି ଖାଦ୍ୟ, ଆମିଷ ଏବଂ ମସଲାଯୁକ୍ତ ଖାଦ୍ୟ ବେଶ୍ ପସନ୍ଦ ଥିଲା।

କିନ୍ତୁ ଫିଟନେସ୍‌କୁ ପ୍ରାଥମିକତା ଦେବା ପରେ ସେ ନିଜ ଖାଦ୍ୟପେୟରେ ବଡ଼ ପରିବର୍ତ୍ତନ ଆଣିଥିଲେ।

୨୦୨୬ ଜୁଲାଇରେ ପ୍ରକାଶିତ ଏକ ରିପୋର୍ଟରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସେଫ୍ ଅରୁଣ ଚୌହାନ କହିଥିଲେ ଯେ, ବିରାଟ ପୂର୍ବରୁ ଖାଇବା ପାଇଁ ବେଶ୍ ସଉକିନ୍ ଥିଲେ ଏବଂ ତେଲିଆ ଖାଦ୍ୟ ମଧ୍ୟ ପସନ୍ଦ କରୁଥିଲେ।

ପରେ ସେ ନିଜ ଫିଟନେସ୍ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ।

ଏବେ ତାଙ୍କ ଖାଦ୍ୟ ତାଲିକାରେ ଟୋଫୁ, ସାଲାଡ୍, ଗଜାମୁଗ ଏବଂ ଡାଲି ଭଳି ଖାଦ୍ୟ ରହିଛି।

ବିରାଟ ନିଜେ ମଧ୍ୟ ଅନେକ ସାକ୍ଷାତକାରରେ କହିଛନ୍ତି ଯେ, ଫିଟ୍ ରହିବା ପାଇଁ ସଠିକ୍ ଖାଦ୍ୟପେୟ ଅତ୍ୟନ୍ତ ଜରୁରୀ।

କେବଳ ଜିମ୍‌ରେ ପରିଶ୍ରମ କଲେ ଫିଟନେସ୍ ମିଳେନାହିଁ, ବରଂ ଖାଦ୍ୟପେୟ ଅଭ୍ୟାସରେ ସୁଧାର ଆଣିବା ମଧ୍ୟ ସେତିକି ଜରୁରୀ।

୯୦ ପ୍ରତିଶତ ଖାଦ୍ୟ ସିଝା ହୋଇଥାଏ ବିରାଟ କୋହଲିଙ୍କ ଖାଦ୍ୟପେୟର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ସେ ଅଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି ନାହିଁ।

ତାଙ୍କର ପ୍ରାୟ ୯୦ ପ୍ରତିଶତ ଖାଦ୍ୟ ସିଝା ହୋଇଥାଏ।

ସେ ଖାଦ୍ୟରେ ଅଧିକ ମସଲା ବ୍ୟବହାର କରନ୍ତି ନାହିଁ।

ସ୍ୱାଦ ପାଇଁ ଲୁଣ, ଗୋଲମରିଚ ଏବଂ ଲେମ୍ବୁ ବ୍ୟବହାର କରନ୍ତି।

ତାଙ୍କୁ ସାଲାଡ୍ ଖାଇବା ମଧ୍ୟ ବେଶ୍ ପସନ୍ଦ।

ଏହାବ୍ୟତୀତ ପ୍ୟାନ୍-ଗ୍ରିଲ୍ ଖାଦ୍ୟ ମଧ୍ୟ ତାଙ୍କ ଡାଏଟରେ ଅଂଶ।

ସେ ରାଜମା ଓ ଲୋବିଆ ଭଳି ଖାଦ୍ୟ ମଧ୍ୟ ଖାଆନ୍ତି।

ପଞ୍ଜାବୀ ହୋଇଥିବାରୁ ଏହି ଖାଦ୍ୟଗୁଡ଼ିକୁ ସେ ନିଜ ଡାଏଟ୍‌ରୁ ସମ୍ପୂର୍ଣ୍ଣ ବାଦ୍ ଦେଇନାହାନ୍ତି।

ତାଙ୍କ ଡାଏଟରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶରୀରକୁ ଆବଶ୍ୟକ ପୋଷକତତ୍ତ୍ୱ ଯୋଗାଇବା ଏବଂ ଅନାବଶ୍ୟକ କ୍ୟାଲୋରିରୁ ଦୂରେଇ ରହିବା।

ଏହାସହ ସେ ଦିନକୁ ଦୁଇ କପ୍ କଫି ପିଅନ୍ତି ।

ଶାକାହାରୀ ଖାଦ୍ୟ, ପ୍ରୋଟିନ୍ ଓ ପନିପରିବା ଉପରେ ବିଶେଷ ଧ୍ୟାନ ୨୦୧୮ ମସିହା ପାଖାପାଖି ବିରାଟ କୋହଲି ନିଜ ଖାଦ୍ୟପେୟରେ ବଡ଼ ପରିବର୍ତ୍ତନ ଆଣି ଶାକାହାରୀ ଖାଦ୍ୟକୁ ପ୍ରାଥମିକତା ଦେବା ଆରମ୍ଭ କରିଥିଲେ।

୨୦୨୧ ମସିହାରେ ସେ ସୋସିଆଲ୍ ମିଡିଆରେ ନିଜକୁ ଶାକାହାରୀ ବୋଲି କହିଥିଲେ।

ତାଙ୍କ ଡାଏଟ୍‌ରେ ପ୍ରୋଟିନ୍‌କୁ ବିଶେଷ ଗୁରୁତ୍ୱ ଦିଆଯାଏ।

ଶାକାହାରୀ ଖାଦ୍ୟରୁ ମଧ୍ୟ ଶରୀରକୁ ପର୍ଯ୍ୟାପ୍ତ ପ୍ରୋଟିନ୍ ମିଳିପାରିବ।

ଏଥିପାଇଁ ଡାଲି, ସୋୟା, ଟୋଫୁ, ରାଜମା, ଲୋବିଆ, ବିନ୍ସ ଭଳି ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଭଲ ବିକଳ୍ପ।

୬ ମାସ ପର୍ଯ୍ୟନ୍ତ ଗୋଟିଏ ପ୍ରକାର ଖାଦ୍ୟ ଖାଇପାରନ୍ତି ବିରାଟ ବିରାଟ କୋହଲିଙ୍କ ଫିଟନେସ୍ ଅନ୍ୟତମ ବଡ଼ ରହସ୍ୟ ହେଉଛି ତାଙ୍କ ଖାଦ୍ୟପେୟ ଅଭ୍ୟାସରେ ନିରନ୍ତରତା।

ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ସେ ଲଗାତାର ୬ ମାସ ପର୍ଯ୍ୟନ୍ତ ଦିନକୁ ତିନିଥର ସମାନ ଖାଦ୍ୟ ଖାଇପାରିବେ।

ଏଥିରେ ତାଙ୍କର କୌଣସି ଅସୁବିଧା ହୁଏନାହିଁ।

ତାଙ୍କ ମତରେ, ଫିଟନେସ୍ ଯାତ୍ରାରେ ସବୁଠାରୁ କଷ୍ଟକର କାମ ହେଉଛି ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିବା।

ଅନେକଙ୍କ ପାଇଁ ଜିମ୍ ଯିବା ଓ ବ୍ୟାୟାମ କରିବା ସହଜ ହୋଇପାରେ, କିନ୍ତୁ ସ୍ୱାଦିଷ୍ଟ ଖାଦ୍ୟ ପ୍ରତି ଲୋଭକୁ ନିୟନ୍ତ୍ରଣ କରିବା କଷ୍ଟକର।

ତେବେ ଏହାର ଅର୍ଥ ନୁହେଁ ଯେ, ସେ ନିଜ ପସନ୍ଦର ଖାଦ୍ୟ ଆଦୌ ଖାଆନ୍ତି ନାହିଁ।

ସୁଯୋଗ ମିଳିଲେ ନିଜ ପସନ୍ଦ ମୁତାବକ ଖାଦ୍ୟ ଖାଇଥାଆନ୍ତି।

କିନ୍ତୁ ଏଭଳି ଖାଦ୍ୟ ତାଙ୍କର ଦୈନନ୍ଦିନ ଡାଏଟର ଅଂଶ ନୁହେଁ।

ଜିମ୍‌ରେ କେତେ ପରିଶ୍ରମ କରନ୍ତି ବିରାଟ କୋହଲି?

ବିରାଟଙ୍କ ଫିଟନେସ୍ କେବଳ ତାଙ୍କ ଡାଏଟ୍ ଉପରେ ନିର୍ଭର କରେ ନାହିଁ।

ବ୍ୟାୟାମ ଓ ଟ୍ରେନିଂକୁ ମଧ୍ୟ ସେ ନିଜ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିଛନ୍ତି।

ତାଙ୍କ ଟ୍ରେନିଂରେ ଷ୍ଟ୍ରେନ୍ଥ ଟ୍ରେନିଂ, କାର୍ଡିଓ, ଶରୀରର ଚଞ୍ଚଳତା ବଢ଼ାଇବା ଏବଂ ଷ୍ଟାମିନା ବୃଦ୍ଧି କରିବା ଭଳି ବ୍ୟାୟାମ ସାମିଲ ରହିଛି।

ମସ୍କ ହରାଇଲେ ୧୧ ଲକ୍ଷ କୋଟି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)