Viral video: ମହାପ୍ରଭୁଙ୍କ ପବିତ୍ର ଗୀତଗୋବିନ୍ଦ ଖଣ୍ଡୁଆର ଦୁରୁପଯୋଗ, ଭାଇରାଲ ଭିଡିଓକୁ ନେଇ ତୀବ୍ର ଅସନ୍ତୋଷ

Nov 03, 2026 - 19:05
Viral video: ମହାପ୍ରଭୁଙ୍କ ପବିତ୍ର ଗୀତଗୋବିନ୍ଦ ଖଣ୍ଡୁଆର ଦୁରୁପଯୋଗ, ଭାଇରାଲ ଭିଡିଓକୁ ନେଇ ତୀବ୍ର ଅସନ୍ତୋଷ

ପୁରୀ (ଶିବ ପ୍ରସାଦ ଦାସ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗରେ ଲାଗି ହେଉଥିବା ପବିତ୍ର ଗୀତଗୋବିନ୍ଦ ଖଣ୍ଡୁଆ ପାଟର ଘୋର ଅପମାନ ହେଉଛି।

ମା' ଲକ୍ଷ୍ମୀଙ୍କ ଭସାଣି ସମୟରେ ମହିଳାମାନେ ପବିତ୍ର ଖଣ୍ଡୁଆକୁ ବେକରେ ଓ ଅଣ୍ଟାରେ ବାନ୍ଧି ଆଧୁନିକ ଅଶ୍ଳୀଳ ଗୀତରେ ନାଚୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଦୃଶ୍ୟ ଦେଖି ସାରା ଓଡିଶାର ଜଗନ୍ନାଥପ୍ରେମୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ ପାଇଛି।

Advertisment ଏହି ଭାଇରାଲ ଭିଡିଓଟି କଟକ ସହରର କୌଣସି ପୂଜା ମଣ୍ଡପର ଭସାଣି ଉତ୍ସବର ବୋଲି ଜଣାପଡିଛି।

ଭିଡିଓରେ କିଛି ମହିଳା ନିଜ ଶରୀରରେ ଶ୍ରୀମନ୍ଦିରରୁ ଆସୁଥିବା ପବିତ୍ର ଖଣ୍ଡୁଆ ପାଟକୁ ଗାମୁଛା ପରି ବାନ୍ଧି ଡିଜେ ଗୀତର ତାଳେ ତାଳେ ନାଚୁଛନ୍ତି।

ଯେଉଁ ଖଣ୍ଡୁଆରେ ସ୍ୱୟଂ ଜୟଦେବଙ୍କ ରଚିତ ପବିତ୍ର ଗୀତଗୋବିନ୍ଦ ଶ୍ଳୋକ ଲେଖାଯାଇଛି, ଯାହା ମହାପ୍ରଭୁଙ୍କୁ ବେଶ ଓ ଅଳଙ୍କାର ଭାବେ ଲାଗି ହୁଏ, ସେହି ଖଣ୍ଡୁଆକୁ ଏପରି ଭାବେ ଅଣ୍ଟାରେ ବାନ୍ଧି ନାଚିବା ହେଉଛି ମହାପାପ ବୋଲି ଭକ୍ତମାନେ କହିଛନ୍ତି।

ଶ୍ରୀଗୁଣ୍ଡିଚା ପାଇଁ ଶ୍ରୀକ୍ଷେତ୍ର ଗଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ ଏହା ପ୍ରଥମ ଘଟଣା ନୁହେଁ।

ପୂର୍ବରୁ ବି ଅନେକ ଥର ବିବାହ, ବ୍ରତଘର ଓ ପିକନିକରେ ଗୀତଗୋବିନ୍ଦ ଖଣ୍ଡୁଆକୁ ଟେବୁଲ କ୍ଲଥ, ବେକରେ ଗାମୁଛା ଓ ମୁଣ୍ଡରେ ପଗଡି ଭାବେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି।

ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ବାରମ୍ବାର ସଚେତନତା କରୁଥିଲେ ମଧ୍ୟ ଏହାର ଦୁରୁପଯୋଗ ବନ୍ଦ ହେଉନାହିଁ।

ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି, ମହାପ୍ରଭୁଙ୍କ ଖଣ୍ଡୁଆ କ'ଣ ଏତେ ଶସ୍ତା ଯେ ଯେ କେହି ଯେମିତି ଇଚ୍ଛା ବ୍ୟବହାର କରିବ?

ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହାର ବିକ୍ରି ଓ ବ୍ୟବହାର ଉପରେ କଠୋର ନିୟମ କାହିଁକି ଲାଗୁ କରୁନାହାଁନ୍ତି?

ଭକ୍ତମାନେ ଦାବି କରିଛନ୍ତି, ଗୀତଗୋବିନ୍ଦ ଖଣ୍ଡୁଆକୁ କେବଳ ପୂଜା ଓ ସମ୍ମାନ ଜଣାଇବା ପାଇଁ ବ୍ୟବହାର କରାଯିବା ନେଇ ଆଇନ ଆଣି ଏହାର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ନଚେତ୍ ଆଗାମୀ ଦିନରେ ଏହା ଓଡିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତି ପାଇଁ ବଡ ବିପଦ ସୃଷ୍ଟି କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)