Abducted and Killed Over Mobile ମୋବାଇଲ୍‌ ଚୋରି ସନ୍ଦେହରେ ଅପହରଣ କରି ମାରିଦେଲେ, ୪ଜଣ ଅଟକ

Nov 03, 2026 - 18:49
Abducted and Killed Over Mobile  ମୋବାଇଲ୍‌ ଚୋରି ସନ୍ଦେହରେ ଅପହରଣ କରି ମାରିଦେଲେ, ୪ଜଣ ଅଟକ

ରାଇରଙ୍ଗପୁର/ବାଦାମପାହାଡ: ମୋବାଇଲ୍‌ ଚୋରି ସନ୍ଦେହରେ ଜଣେ ଯୁବକକୁ ଅପହରଣ କରି ହତ୍ୟା କରିବା ଘଟଣାକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବାଦାମପାହାଡ଼ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି ହୋଇଛି।

ଏହି ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି।

Advertisment Judgement: ଯୁବକଙ୍କୁକୁ ଅପହରଣ-ଅପ୍ରାକୃତିକ ଯୌନ ସମ୍ପର୍କ ସହ ହତ୍ୟା ଉଦ୍ୟମ ମାମଲାରେ ଏଡିଜେ କୋର୍ଟଙ୍କ ବଡ଼ ରାୟ ସୂଚନା ଅନୁଯାୟୀ, ନିକଟରେ ଯାଇଥିବା ଦଶମୀ (ଦୁର୍ଗାପୂଜା) ରାତିରେ ଦୁଧିଝରଣ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୋବାଇଲଟି ମେଳାରେ ହଜିଯାଇଥିଲା ।

ସେହି ରାତିରେ କଣ୍ଟାଶୋଲା ଗ୍ରାମର ବର୍ଜୁ ଦେହୁରୀ(୩୦)ଙ୍କ ପୁଅ ରାମ ଦେହୁରୀ ମେଳାରୁ ଏକ ମୋବାଇଲ ପାଇଥିଲେ ।

ତେବେ ଉକ୍ତ ମୋବାଇଲଟି ଦୁଧିଝରଣ ଗ୍ରାମର ବ୍ୟକ୍ତିଙ୍କ ହଜିଥିବା ମୋବାଇଲ ନଥିଲା ।

ଯୋଜନାବଦ୍ଧ ଅପହରଣ ଓ ହତ୍ୟାକାଣ୍ଡ: ୧୨ଦିନ ପରେ ମିଳିଲା ମୃତଦେହ ତେବେ ମୋବାଇଲ୍‌ ମିଳିଥିବା ଘଟଣା ପ୍ରସାରିତ ହେବା ପରେ ଗତ ରବିବାର ସନ୍ଧ୍ୟାରେ ଦୁଧିଝରଣ ଗ୍ରାମର ଚାରି ଜଣ ଯୁବକ କଣ୍ଟାଶୋଲା ଗ୍ରାମକୁ ଆସି ବର୍ଜୁ ଦେହୁରୀ ଓ ତାଙ୍କ ପୁଅ ରାମଙ୍କୁ ଦୁଧିଝରଣ ଗ୍ରାମକୁ ନେଇଯାଇଥିଲେ।

ସେଠାରୁ ରାମକୁ ଫେରାଇ ଦେଇଥିବା ବେଳେ ବର୍ଜୁଙ୍କୁ ଅଟକ ରଖିଥିଲେ।

ବହୁଚର୍ଚ୍ଚିତ ସମର୍ଥ ଅପହରଣ ଓ ହତ୍ୟା ମାମଲା: ଆତ୍ମହତ୍ୟା ଉଦ୍ୟମ କଲା ମୁଖ୍ୟ ଅଭିଯୁକ୍ତ ଗତକାଲି (ସୋମବାର) ପୂର୍ବାହ୍‌ଣରେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଚାଉଁରାଡ଼ିହି ଛକ ନିକଟରେ ବର୍ଜୁ ଗୁରୁତର ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ ।

ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣାରେ ବାଦାମପାହାଡ଼ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ଏସଡିପିଓ ବୀରେନ୍ଦ୍ର ସେନାପତି କହିଛନ୍ତି, ଏନେଇ ନଂ ୧୫୧/୨୬ ରେ ଏକ ମାମଲା ରୁଜୁ କରିଛି ।

ସମସ୍ତ ଦିଗକୁ ନେଇ ଥାନା ଅଧିକାରୀ କେ.କେ ହେମ୍ବ୍ରମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି।

୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)