UBON SP-21 Aura: ୟୁବନ୍‌ ଏସ୍‌ପି-୨୧ ଆଉରା ବ୍ଲୁଟୁଥ୍ ସ୍ପିକର ଭାରତରେ ଲଞ୍ଚ, ମିଳିବ ୭ ଘଣ୍ଟାର ବ୍ୟାଟେରି ବ୍ୟାକ୍‌ଅପ୍...

Nov 03, 2026 - 18:49
UBON SP-21 Aura: ୟୁବନ୍‌ ଏସ୍‌ପି-୨୧ ଆଉରା ବ୍ଲୁଟୁଥ୍ ସ୍ପିକର ଭାରତରେ ଲଞ୍ଚ, ମିଳିବ ୭ ଘଣ୍ଟାର ବ୍ୟାଟେରି ବ୍ୟାକ୍‌ଅପ୍...

ନୂଆଦିଲ୍ଲୀ: ଭାରତୀୟ ବଜାରରେ ନୂଆ ବ୍ଲୁଟୁଥ୍ ସ୍ପିକର ଲଞ୍ଚ କରିଛି ଦେଶୀ ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ୟୁବନ୍‌।

ଏହି ସ୍ପିକରର ନାଁ ହେଉଛି ୟୁବନ୍‌ ଏସ୍‌ପି-୨୧ ଆଉରା।

ଏଥିରେ ୪୦ ୱାଟ୍‌ର ଶକ୍ତିଶାଳୀ ସାଉଣ୍ଡ ଆଉଟପୁଟ୍ ସହ ୪୦୦୦ଏମ୍‌ଏଏଚ୍ ବ୍ୟାଟେରି ଦିଆଯାଇଛି।

ଏହାସହିତ ଆର୍‌ଜିବି ଲାଇଟ୍ ଓ ୱାୟାରଲେସ୍ ମାଇକ୍ରୋଫୋନ୍ ଭଳି ସୁବିଧା ମଧ୍ୟ ରହିଛି।

ପାର୍ଟି, ଗୀତ ଶୁଣିବା ଓ କାରାଓକେ ପାଇଁ ଏହା ଭଲ ବିକଳ୍ପ ହୋଇପାରେ।

Advertisment ଆହୁରି ପଢ଼ନ୍ତୁ- Heart Disease: ହୃଦ୍‌ରୋଗର ଲକ୍ଷଣ, କାରଣ ଓ ପ୍ରତିକାର: ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍‌ରୁ କିପରି ରହିବେ ସୁରକ୍ଷିତ?

ୟୁବନ୍‌ ଏସ୍‌ପି-୨୧ ଆଉରାର ଦାମ୍ କେତେ?

ଭାରତରେ ଏହି ସ୍ପିକରର ପ୍ରକୃତ ଦାମ୍ ୭,୯୯୯ ଟଙ୍କା ରଖାଯାଇଛି।

କିନ୍ତୁ କମ୍ପାନିର ଅଫିସିଆଲ୍ ୱେବସାଇଟ୍‌ ରେ ଏହାକୁ ୩୮ ପ୍ରତିଶତ ରିହାତିରେ ୪,୯୯୯ ଟଙ୍କାରେ କିଣିବାର ସୁଯୋଗ ରହିଛି।

ୟୁବନ୍‌ ଏସ୍‌ପି-୨୧ ଆଉରାର ଫିଚର୍ସ ଏହି ସ୍ପିକରରେ ୪୦ ୱାଟ୍‌ର ସାଉଣ୍ଡ ଆଉଟପୁଟ୍ ମିଳିବ।

ଏହାର ଫ୍ରିକ୍ୱେନ୍ସି ରେଞ୍ଜ ୧୦୦ହର୍ଜରୁ ୨୦କେହର୍ଜ ପର୍ଯ୍ୟନ୍ତ ରହିଛି।

ବ୍ଲୁଟୁଥ୍ ୫.୩ ସାହାଯ୍ୟରେ ଏହାକୁ ୧୦ ମିଟର ଦୂରତା ପର୍ଯ୍ୟନ୍ତ ଫୋନ୍ ସହ କନେକ୍ଟ କରିହେବ।

ଏଥିରେ ମ୍ୟୁଜିକ୍ ଓ ମୁଭି ନାଁରେ ଦୁଇଟି ସାଉଣ୍ଡ ମୋଡ୍ ଦିଆଯାଇଛି।

ଆହୁରି ପଢ଼ନ୍ତୁ- Drown: ନାଗାବଳୀରୁ ନାବାଳକ, ବଂଶଧାରା ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଝଞ୍ଜାବତୀରେ ଭାସି ଜଣେ ନିଖୋଜ ଏହାର ଆଉ ଏକ ଖାସ୍ ବିଶେଷତ୍ୱ ହେଉଛି ଆର୍‌ଜିବି ଲାଇଟ୍।

ଗୀତ ବଜାଇବା ସମୟରେ ଏହି ଲାଇଟ୍ ସ୍ପିକରକୁ ଆକର୍ଷଣୀୟ ଲୁକ୍ ଦେବ।

ଏଥିରେ ୱାୟାରଲେସ୍ ମାଇକ୍ରୋଫୋନ୍ ଓ କାରାଓକେ ସୁବିଧା ମଧ୍ୟ ରହିଛି।

ଅର୍ଥାତ୍ ଗୀତ ଶୁଣିବା ସହ ନିଜେ ମାଇକ୍ ଧରି ଗୀତ ଗାଇପାରିବେ।

ଏହାସହିତ ଟ୍ରୁ ୱାୟାରଲେସ୍ ଷ୍ଟେରିଓ (ଟିଡବ୍ଲ୍ୟୁଏସ୍‌) ଓ ଇକ୍ୱାଲାଇଜର୍ ସୁବିଧା ମଧ୍ୟ ମିଳିବ।

ଏହାଦ୍ୱାରା ନିଜ ପସନ୍ଦ ଅନୁସାରେ ଶବ୍ଦର ଗୁଣବତ୍ତା ବଦଳାଇପାରିବେ।

ବ୍ୟାଟେରି ଓ ଚାର୍ଜିଂ ୟୁବନ୍‌ ଏସ୍‌ପି-୨୧ ଆଉରାରେ ୪୦୦୦ଏମ୍‌ଏଏଚ୍‌ର ବ୍ୟାଟେରି ରହିଛି।

କମ୍ପାନି ର ଦାବି ଅନୁସାରେ, ଥରେ ପୂରା ଚାର୍ଜ କଲେ ଏହା ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ଚାଲିବ।

ଚାର୍ଜ କରିବା ପାଇଁ ଏଥିରେ ଟାଇପ୍‌-ସି ପୋର୍ଟ ଦିଆଯାଇଛି।

ସ୍ପିକରଟି ପୂରା ଚାର୍ଜ ହେବାକୁ ପ୍ରାୟ ୩ରୁ ୪ ଘଣ୍ଟା ସମୟ ଲାଗିଥାଏ।

ଅଧିକ ଦେଖନ୍ତୁ-

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)