Village Road Protest କାଦୁଅ ରାସ୍ତାରେ ଧାନତଳି ରୋଇ ଡଙ୍ଗାପାଣି ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

Aug 16, 2026 - 21:36
Village Road Protest କାଦୁଅ ରାସ୍ତାରେ ଧାନତଳି ରୋଇ ଡଙ୍ଗାପାଣି ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

"ରାଇରଙ୍ଗପୁର: ସ୍ଵାଧୀନତାର ଆଠ ଦଶନ୍ଧି ପରେ ମଧ୍ୟ ମୟୂରଭଞ୍ଜର ଅନେକ ଗାଁକୁ ଯୋଗାଯୋଗ ହୋଇପାରିନାହିଁ।

ଏଭଳି ପ୍ରାଶାସନିକ ଅବହେଳାର ଶିକାର ହୋଇଥିବା ଗାଁଗୁଡ଼ିକ ମଧ୍ୟରୁ ଗୁହାଳଡାଙ୍ଗୀ ପଞ୍ଚାୟତର ଡଙ୍ଗାପାଣି ଗାଁ ଅନ୍ୟତମ।

ଅନେକ ହାରିଗୁହାରି ପରେ ମଧ୍ୟ ପ୍ରଶାସନ ନଶୁଣିବାରୁ ଆଜି ଗ୍ରାମବାସୀ ଅଭିନବ ପ୍ରତିବାଦ କରିଛନ୍ତି।

ମାଟିକାଦୁଅ ଭରା କଚ୍ଚାରାସ୍ତାରେ ଧାନତଳି ରୋଇ ନିଜର ଅସନ୍ତୋଷ ପ୍ରଦର୍ଶନକରିଛନ୍ତି।

Advertisment ଦୀର୍ଘ ୫ କିଲୋମିଟର କଚ୍ଚା ରାସ୍ତାରେ ଡଙ୍ଗାପାଣି ଗ୍ରାମର ଆଦିବାସୀଙ୍କ ଗମନାଗମନ ।

ଅନେକ ଦାବି ପରେ ମଧ୍ୟ କଂକ୍ରିଟ ପକ୍କା ରାସ୍ତା ନିର୍ମାଣ ହୋଇପାରିନାହିଁ।

ଗାଁକୁ ସଂଯୋଗ ହୋଇଥିବା ଏକମାତ୍ର କଚ୍ଚା ରାସ୍ତାରେ ପାଦରେ ଚାଲି ହେଉଛି ନା ସାଇକେଲ ଗଡୁଛି ନା ଆମ୍ବୁଲାନ୍ସ  ଆସୁଛି।

ଫଳରେ ଗ୍ରାମବାସୀମାନେ ଅନେକ ହଇରାଣର ସାମ୍ନା କରୁଛନ୍ତି।  "Vande Mataram" Row: ବନ୍ଦେ ମାତରମ୍ ଗାନକୁ କଂଗ୍ରେସର ଅବମାନନା, ରାଇରଙ୍ଗପୁର ବିଜେପିର ବିକ୍ଷୋଭ ଉକ୍ତ ଗ୍ରାମର ୭ ଟି ସାହିରେ ୪ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି।

ମାଝୀସାହିଠାରୁ ବଡସାହି ୨ କିଲୋମିଟର, ମାଝୀ ସାହିରୁ ଗ୍ରାମ ଉନ୍ନୟନ ବିଭାଗର ରାସ୍ତା ସଣ୍ଡାଗୋଡା ସାହି ୧ କିଲୋମିଟର୍, ମାଝୀ ସାହିରୁ ସାହି ଠାରୁ ସାହିରୁ ଗ୍ରାମ ଉନ୍ନୟନ ରାସ୍ତା ୧ କିଲୋମିଟର, ସେହିପରି ଡଙ୍ଗାପାଣି ସ୍କୁଲ ଛକଠାରୁ ସୁରିଆଗୋଡା ରାସ୍ତା ୩ କି.ମି ରାସ୍ତାର ଅବସ୍ଥା କହିଲେନସରେ।

ଏଭଳି ସ୍ଥିତିରେ ଗୋଟିଏ ସାହିରୁ ଅନ୍ୟ ଏକ ସାହିକୁ ସଂଯୋଗ କରୁଥିବା ପୋଲ ଲଗାଣ ବର୍ଷାରେ ଭାଙ୍ଗି ଯିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଯାଇଛି ।

ତଥାପି କଷ୍ଟେ ମାଷ୍ଟେ ଚାଲିଛି ଆଦିବାସୀଙ୍କ ଜୀବନ ଏବଂ ସେହି ରାସ୍ତା ପାଲଟିଛି ଗମନା ଗମନ ପାଇଁ ମୁଖ୍ୟ ରାସ୍ତା ।

ଏସିଆର ପ୍ରଥମ ଲୌହ ପଥର ଖଣି ଗୋରୁମହିଷାଣି ଓ ସୁରିୟାଗୋଡାର ସୁନାଖଣି ସେହି ଅଞ୍ଚଳରେ ଅବସ୍ଥିତ ।

ପୂର୍ବରୁ ବିଜେଡି ସରକାର ସମୟରେ ନିରାଶ ହୋଇଥିଲେ ଗ୍ରାମବାସୀ ।

ତେବେ ବର୍ତ୍ତମାନ୍ ବିଜେପି ସରକାର ସମୟରେ ଆଶା ବାନ୍ଧିଛନ୍ତି ଗ୍ରାମବାସୀ ।

ଧାନ ତଳି ପକାଇ ବିକ୍ଷୋଭ ପ୍ରଦର୍ଶନ ସମୟରେ ଗ୍ରାମର ପଙ୍କଜିନୀ ନାଏକ୍, ସମରି ନାଏକ୍, ଗୋବିନ୍ଦ ନାଏକ୍, ଗୁରା ନାଏକ୍, ସୁରୁମଣି ନାଏକ୍,ପ୍ରସାଦ ମୁର୍ମୁ, କାନ୍ଦେ ନାଏକ୍, ସମବାରୀ ନାଏକ୍, ଜଙ୍ଗୁଆ ନାଏକ୍, ମୁଟୁ ନାଏକ୍, କାନ୍ଦ୍ରା ନାଏକଙ୍କ ସମେତ ବହୁ ଗ୍ରାମବାସୀ ସାମିଲଥିଲେ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media