Thipakhole Waterfall ଥିପାଖୋଲ ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ
"ନୂଆପଡ଼ା: ସିନାପାଲି ଅନ୍ତର୍ଗତ ଥିପାଖୋଲ ଜଳପ୍ରପାତରେ ଭାସି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି।
ଯୁବକ ଜଣକ ଛତିଶଗଡ଼ର ଅମଲିପଦରର ବସନ୍ତ ଧରୁଆ (୨୯)।
ସିନାପାଲି ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
Advertisment Gundichaghagi Falls: ଗୁଣ୍ଡିଚାଘାଗି ଜଳପ୍ରପାତ: ସୌନ୍ଦର୍ଯ୍ୟୀକରଣକୁ ଗୁରୁତ୍ବ, ସୁରକ୍ଷା ଢିଲା, ଗଲାଣି ୧୦ରୁ ଅଧିକ ଜୀବନପ୍ରାପ୍ତ ସୂଚନାନୁଯାୟୀ ବସନ୍ତ କିଛି ସାଙ୍ଗ ମାନଙ୍କ ସହ ଥିପାଖୋଲ ପର୍ଯ୍ୟଟନସ୍ଥଳୀକୁ ଆସିଥିଲେ।
ସେଠାରେ ବୁଲାବୁଲି କରି ଅପରାହ୍ଣ ପ୍ରାୟ ୪ଟା ସମୟରେ ୩ ଜଣ ପାଣି ଭିତରକୁ ଯାଇଥିଲେ।
ସେମାନଙ୍କ ମଧ୍ୟରୁ ୨ ଜଣ କୌଣସି ପ୍ରକାରେ ପାଣିରୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ।
କିନ୍ତୁ ବସନ୍ତ ଆଉ ବାହାରି ପାରିଲେ ନାହିଁ।
ସାଙ୍ଗ ମାନେ ଖବର ଦେବା ପରେ ଖବର ପାଇ ସିନାପାଲି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
ହେଲେ ଖବର ଲେଖାହେବା ପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳିପାରି ନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
