Vigilance: ଭିଜିଲାନ୍ସ ପଞ୍ଝାରେ ପୁଲିସ ବାବୁ ଓ ତାଙ୍କ ସହଯୋଗୀ, ଢାବା ମାଲିକଙ୍କଠୁ ନେଉଥିଲେ ୨୦ ହଜାର ଲାଞ୍ଚ

Aug 30, 2026 - 09:38
Vigilance: ଭିଜିଲାନ୍ସ ପଞ୍ଝାରେ ପୁଲିସ ବାବୁ ଓ ତାଙ୍କ ସହଯୋଗୀ, ଢାବା ମାଲିକଙ୍କଠୁ ନେଉଥିଲେ ୨୦ ହଜାର ଲାଞ୍ଚ

"ରାଉରକେଲା: ଢାବାରେ ମାଲିକଙ୍କୁ ସହାୟତା କରିବା ବଦଳରେ ଲାଞ୍ଚ ନେବା ପୁଲିସ ଏଏସ୍ଆଇ ଓ ତାଙ୍କ ସହଯୋଗୀଙ୍କୁ ମହଙ୍ଗା ପଡ଼ିଛି।

ଢାବା ମାଲିକଙ୍କଠୁ ୨୦ ହଜାର ଟଙ୍କା ଲାଞ୍ଚ ‌ନେଉଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଏଏସ୍ଆଇ ମଦନ ମୋହନ ପ୍ରଧାନ ଓ ତାଙ୍କ ସହଯୋଗୀ ମନଦୀପ ଦାମମୋଦକଙ୍କୁ ରାଉରକେଲା ଭିଜିଲାନ୍ସ ଗିରଫ କରିଛି।Advertisment ଶ୍ରୀ ପ୍ରଧାନଙ୍କ ଘର, ଅଫିସ ସମେତ ତିନିଟି ସ୍ଥାନରେ ଏକକାଳନୀ ଚଢ଼ଉ  ଢାବା ମାଲିକଙ୍କୁ ଗିରଫ ନ କରିବା ଓ ତାଙ୍କ ସାନଭାଇଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଏକ ଉତ୍ପାଦ ଶୁଳ୍କ ମାମଲାରେ ସାହାଯ୍ୟ କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ଅଭିଯୁକ୍ତ ଏଏସ୍ଆଇ ଶ୍ରୀ ପ୍ରଧାନ ଢାବା ମାଲିକଙ୍କୁ ଦାବି କରାଯାଇଥିବା ଲାଞ୍ଚ ଟଙ୍କା ୨୦ ହଜାର ଦେବାକୁ ଧମକ ‌ଦେଉଥିଲେ।

ଯଦି ଦାବି ମୁତାବକ ଟଙ୍କା ତାଙ୍କୁ ପ୍ରଦାନ କରା ନଯାଏ, ଗିରଫ କରି କୋର୍ଟ ପଠାଇ ଦେବାକୁ ଧମକଚମକ ଦେଇଥିଲେ।

ଅନ୍ୟ କୌଣସି ଉପାୟ ନ ପାଇ ଢାବା ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ।

ଯୋଜନା ମୁତାବକ ରାଉରକେଲା ଭିଜିଲାନ୍ସ ଏଏସ୍ଆଇ ପ୍ରଧାନଙ୍କୁ ଦାବି ମୁତାବକ ଢାବା ମାଲିକ ୨୦ ହଜାର ଟଙ୍କା ଦେଉଥିବା ସମୟରେ ଗିରଫ କରିଥିଲେ।

ଗିରଫ ଏଏସ୍ଆଇଙ୍କଠୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଭିଜିଲାନ୍ସ ଟିମ୍‌ ଏଏସ୍ଆଇ ଶ୍ରୀ ପ୍ରଧାନଙ୍କ ଘର, ଅଫିସ ସମେତ ତିନିଟି ସ୍ଥାନରେ ଏକକାଳନୀ ଚଢ଼ଉ କରିଥିିଲେ।

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)