Vigilance: ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍
"ସୋର: ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅନ୍ତର୍ଗତ ତୁଡ଼ିଗଡିଆ ରାଜସ୍ୱ ନିରୀକ୍ଷକ ଶରତ କୁମାର ସେଠୀ ଜଣେ ବ୍ୟକ୍ତିଙ୍କର ଜମିପଟା ନାମ ଜାରି କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଫଳରେ ବ୍ୟକ୍ତି ଜଣଙ୍କ ଏନେଇ ବାଲେଶ୍ୱର ଭିଜିଲାନ୍ସକୁ ଜଣାଇବା ପରେ ଭିଜିଲାନ୍ସ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତୁଡ଼ିଗଡିଆ ରାଜସ୍ୱ ନିରୀକ୍ଷକ ଶରତ କୁମାର ସେଠୀଙ୍କୁ ମାଡ଼ି ବସିଥିଲେ lAdvertisment ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ବ୍ୟକ୍ତି ଜଣଙ୍କ ଜମିପଟା ନିଜ ଜେଜେବାପାଙ୍କ ନାଁରେ କରିବା ପାଇଁ ବାରମ୍ବାର ରାଜସ୍ୱ ନିରୀକ୍ଷକ ଶରତଙ୍କ ପାଖକୁ ଯାଇଥିଲେ l ଟଙ୍କା ନଦେଲେ କରିବେ ନାହିଁ ବୋଲି ଶରତ ମନା କରିଥିଲେ l ଶେଷରେ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ l ଏବେ ଭିଜିଲାନ୍ସ ତୁଡ଼ିଗଡିଆ ରାଜସ୍ୱ ନିରୀକ୍ଷକ ଶରତ କୁମାର ସେଠୀଙ୍କ ସଂପର୍କରେ ଅଧିକ ଖୋଳତାଡ଼ କରୁଛି।
World Elephant Day: ନନ୍ଦନକାନନରେ ବିଶ୍ଵ ହାତୀ ଦିବସ ପାଳିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
