Vibrations on the phone? ଫୋନ୍ରେ ଛଦ୍ମ ଭାଇବ୍ରେସନ୍ କାହିଁକି?
ଆପଣଙ୍କ ପକେଟ୍ରେ ଫୋନ୍ ଅଛି।
ହଠାତ୍ ଲାଗିଲା ଫୋନ୍ଟି ଥରୁଛି ବା ଭାଇବ୍ରେଟ୍ ହେଉଛି।
ତୁରନ୍ତ ପକେଟ୍ରୁ ଫୋନ୍ ବାହାର କରି ଦେଖିଲେ।
କିନ୍ତୁ ଫୋନ୍କୁ ନା କଲ୍ ଆସିଛି ନା କୌଣସି ମେସେଜ୍।
ଏମିତି ଅନୁଭବ ଆପଣଙ୍କର ମଧ୍ୟ ହେଉଥିବ।
ଆଜିକାଲି ଅନେକ ଫୋନ୍ ବ୍ୟବହାରକାରୀ ଏହି ସମସ୍ୟାର ସାମ୍ନା କରୁଛନ୍ତି।
ଏହାକୁ ଡାକ୍ତରୀ ଭାଷାରେ 'ଫ୍ୟାଣ୍ଟମ୍ ଭାଇବ୍ରେସନ୍' କୁହାଯାଏ।
ଫୋନ୍ ଭାଇବ୍ରେଟ୍ ନହେଲେ ବି କମ୍ପନ ଅନୁଭବ ହେବା ପଛରେ ଆମ ମସ୍ତିଷ୍କର ଭୁଲ୍ ସଙ୍କେତର ଭୂମିକା ରହିଛି।
ଡାକ୍ତରଙ୍କ ମତରେ, ଏହା କୌଣସି ସ୍ନାୟୁଜନିତ ରୋଗ ନୁହେଁ।
ବରଂ ମସ୍ତିଷ୍କର ଏକ ସାଧାରଣ ଅନୁଭୂତି।
Advertisment ଆମେ ଦିନର ଅଧିକାଂଶ ସମୟ ଫୋନ୍ ବ୍ୟବହାର କରୁ।
କିଏ ଫୋନ୍ କରିବ, କିଏ ମେସେଜ୍ ପଠାଇବ କିମ୍ବା କିଛି ନୂଆ ନୋଟିଫିକେସନ୍ ଆସିଛି କି ନାହିଁ, ସେଥିପ୍ରତି ଆମ ମନ ସବୁବେଳେ ଧ୍ୟାନ ଦେଉଛି।
ଫଳରେ ମସ୍ତିଷ୍କ ଫୋନ୍ର କମ୍ପନ ପ୍ରତି ଅଧିକ ସଜାଗ ହୋଇଯାଏ।
ଏହି ସମୟରେ ପୋଷାକ ଦେହରେ ଘଷି ହେବା, ମାଂସପେଶୀ ଟାଣି ହେବା କିମ୍ବା ପକେଟ୍ରେ ଚାପ ପଡ଼ିବାକୁ ମଧ୍ୟ ମସ୍ତିଷ୍କ ଫୋନ୍ର କମ୍ପନ ବୋଲି ଭାବିନିଏ।
ମାନସିକ ଚାପ ଓ ଅଧିକ ଫୋନ୍ ବ୍ୟବହାର ମଧ୍ୟ ଏହାର କାରଣ ହୋଇପାରେ।
ତେବେ ବେଳେବେଳେ ଏଭଳି ଅନୁଭବ ହେଉଥିଲେ, ଚିନ୍ତା କରିବାର କିଛି ନାହିଁ।
ଏହାକୁ କମାଇବା ପାଇଁ ଅଦରକାରୀ ନୋଟିଫିକେସନ୍ ବନ୍ଦ କରନ୍ତୁ, ବାରମ୍ବାର ଫୋନ୍ ଦେଖିବା ଅଭ୍ୟାସ କମାନ୍ତୁ ଏବଂ କିଛି ସମୟ ଫୋନ୍ଠାରୁ ଦୂରେଇ ରହନ୍ତୁ।
କିନ୍ତୁ ଏହି ଅନୁଭବ ବାରମ୍ବାର ହେବା ସହ ହାତଗୋଡ଼ ଝିମ୍ଝିମ୍ ହେବା, ଜଳାପୋଡ଼ା କିମ୍ବା ଦୁର୍ବଳତା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
