State Weightlifting: ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ଉଦ୍‌ଘାଟିତ

Nov 21, 2026 - 05:06
State Weightlifting: ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରଠାରେ ୭୩ତମ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ଆରମ୍ଭ ହୋଇଛି।

ଉଭୟ ପୁରୁଷ ଓ ମହିଳା ବିଭାଗରେ କନିଷ୍ଠ, ଯୁବ ଓ ବରିଷ୍ଠ ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।

ସଫଳତା ଅର୍ଜନ କରିଥିବା ଭାରୋତ୍ତୋଳନକାରୀ ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିବେ।

Advertisment Rahul Gandhi: ଭୂରାଜନୀତିରେ ଭାରତ ଏବେ ଗୌଣ ଖେଳାଳି: ରାହୁଲ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ୨୦ ଜିଲ୍ଲାରୁ ୧୫୦ ପୁରୁଷ ଓ ୧୨୦ ମହିଳା ଭାରୋତ୍ତୋଳନକାରୀ ଅଂଶଗ୍ରହଣ କରୁଛନ୍ତି।

ସେହିପରି ଏହି ପ୍ରତିଯୋଗିତାକୁ ୪୫ ରେଫରି ଓ ୬୦ ସହାୟକ କର୍ମଚାରୀ ପରିଚାଳନା କରୁଛନ୍ତି।

ଉଦ୍‌ଘାଟନୀ ସମାରୋହରେ ରାଜ୍ୟ ସ୍ବାସ୍ଥ୍ୟ , ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ.

ମୁକେଶ ମହାଲିଙ୍ଗ, ରାଜ୍ୟ କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ, ଉପସଚିବ ଅମିତ କୁମାର ନାୟକ, ରାଜ୍ୟ ଭାରୋତ୍ତୋଳନ ସଂଘର ସଭାପତି ଇଂ ଚିତ୍ତରଂଜନ ସ୍ବାଇଁ, ସମ୍ପାଦକ ଗୋପାଳ ଦାସ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ ଉତ୍ସବକୁ ଅଲିମ୍ପିଆନ କେ.ରବିକୁମାର ପରିଚାଳନା କରିଥିଲେ।

Judgement: ଦୋଷୀର ମୃତ୍ୟୁଦଣ୍ଡାଦେଶ କାଏମ୍ ରଖିଲେ କଲିକତା ହାଇକୋର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)