Vande mataram: କର୍ଣ୍ଣାଟକରେ ସରକାରୀ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍‌’ର କେବଳ ୨ଟି ପଦ ଗାଇବାକୁ ନିର୍ଦ୍ଦେଶ

Sep 10, 2026 - 23:07
Vande mataram: କର୍ଣ୍ଣାଟକରେ ସରକାରୀ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍‌’ର କେବଳ ୨ଟି ପଦ ଗାଇବାକୁ ନିର୍ଦ୍ଦେଶ

"ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ସରକାର ରାଜ୍ୟ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକରେ "ବନ୍ଦେ ମାତରମ"ର କେବଳ ପ୍ରଥମ ୨ଟି ପଦ ଗାନ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶ ଜାରି କରାଯାଇଛି।

Advertisment ନିର୍ଦ୍ଦେଶ ଅନୁଯାୟୀ କର୍ଣ୍ଣାଟକରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଏଣିକି "ବନ୍ଦେ ମାତରମ୍‌"ର କେବଳ ପ୍ରଥମ ଦୁଇଟି ପଦ ଗାନ କରାଯିବ।

ସୂଚନାଯୋଗ୍ୟ, ସମ୍ପୂର୍ଣ୍ଣ "ବନ୍ଦେ ମାତରମ୍‌"କୁ ସରକାରୀ କାର୍ଯ୍ୟକ୍ରମରେ ଗାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଇଥିବା ନିର୍ଦ୍ଦେଶକୁ କଂଗ୍ରେସ ବିରୋଧ କରୁଛି।

ଉଲ୍ଲେଖଯୋଗ୍ୟ ଗତ ମାସରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ୧୯୩୭ ମସିହାର ନିଜ ନିଷ୍ପତ୍ତିକୁ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲା।

ଏଥିରେ ଦଳୀୟ କାର୍ଯ୍ୟକ୍ରମରେ "ବନ୍ଦେ ମାତରମ୍‌"ର କେବଳ ପ୍ରଥମ ଦୁଇଟି ପଦ ଗାଇବାକୁ କୁହାଯାଇଥିଲା।

Vande Mataram: କୋଲକାତାରେ କେନ୍ଦ୍ର ସାହିତ୍ୟ ଅକାଦେମିର ଜାତୀୟ ଆଲୋଚନାଚକ୍ର: "ବନ୍ଦେ ମାତରମ" ଭାରତୀୟଙ୍କ ହୃଦୟର ସ୍ପନ୍ଦନ ଫେବ୍ରୁଆରିରେ କେନ୍ଦ୍ର ସରକାର ସାର୍ବଜନୀନ ସଭା ଓ ସରକାରୀ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ "ବନ୍ଦେ ମାତରମ୍‌" ଗାନକୁ ବାଧ୍ୟତାମୂଳକ କରିଥିଲେ।

ଏଥିସହ ଜାତୀୟ ଗୀତ ଓ ଜାତୀୟ ସଂଗୀତକୁ ବାଧା ଦେବା କିମ୍ବା ରୋକିବାକୁ ଅପରାଧ ଭାବେ ବିବେଚନା କରିବା ପାଇଁ ସଂସଦରେ ଏକ ବିଲ୍‌ ମଧ୍ୟ ପାରିତ କରାଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)