Vaibhav Suryavanshi: ବିରଳ ବୈଭବ ସୂର୍ଯ୍ୟବଂଶୀ: ସଚିନଙ୍କ ରେକର୍ଡ ଭାଙ୍ଗିଲେ, ଭାରତୀୟ ଦଳରେ ସାମିଲ ହେବାରେ ସର୍ବକନିଷ୍ଠ

Jun 07, 2026 - 05:13
Vaibhav Suryavanshi: ବିରଳ ବୈଭବ ସୂର୍ଯ୍ୟବଂଶୀ: ସଚିନଙ୍କ ରେକର୍ଡ ଭାଙ୍ଗିଲେ, ଭାରତୀୟ ଦଳରେ ସାମିଲ ହେବାରେ ସର୍ବକନିଷ୍ଠ

"ମୁମ୍ବାଇ: ବୟସ ମାତ୍ର ୧୫।

କ୍ରିକେଟ୍‌ ପଡ଼ିଆର ପରାକ୍ରମ କିନ୍ତୁ କୌଣସି ମହାଯୋଦ୍ଧାଙ୍କଠାରୁ କମ୍‌ ନୁହେଁ।

ତାଙ୍କର ଏହି ଅତୁଳନୀୟ ପ୍ରତିଭାକୁ ବି ଉଚିତ ସମ୍ମାନ ଜଣାଇଛି ବିସିସିଆଇ।

ବାଳୁତ ବୟସରେ ବିଶ୍ବର ବଡ଼ବଡ଼ ତଥା ବହୁ ପ୍ରତିଷ୍ଠିତ ବୋଲରଙ୍କୁ ଅନାୟାସରେ ନିର୍ଧୂମ ଧୁଲେଇ କରିଆସୁଥିବା କ୍ରିକେଟ୍‌ର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ଟିକେଟ ପ୍ରଦାନ କରିଛି।

ରବିବାର ବିହାରର ଏହି ବିସ୍ଫୋରକ ବ୍ୟାଟର୍‌ଙ୍କୁ ଭାରତୀୟ ବରିଷ୍ଠ କ୍ରିକେଟ୍‌ ଦଳରେ ସାମିଲ କରିଛି।

ଏତେ କମ୍‌ ବୟସରେ ଏଭଳି ଐତିହାସିକ ଡାକରା ପାଇବାରେ ସର୍ବକନିଷ୍ଠ ଭାରତୀୟ କ୍ରିକେଟର୍‌ ହୋଇଛନ୍ତି ବୈଭବ।

ନିଜ ଅସାଧାରଣ ପ୍ରତିଭା ବଳରେ ଆଇପିଏଲ୍‌ରେ ସର୍ବାଧିକ ରନ୍‌ କରି କମଳା ଟୋପି ଜିତିବାର ଅସାଧାରଣ ସଫଳତା ଲାଭ କରିଥିବା ବୈଭବ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଶୃଙ୍ଖଳା ସହ ଜାପାନରେ ଖେଳାଯିବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଘୋଷିତ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇଛନ୍ତି।

ଏହିକ୍ରମରେ ଭାରତୀୟ କ୍ରିକେଟ୍‌ର ମହାନତମ ତାରକା ମାଷ୍ଟର ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ସେ।

୧୯୮୯ରେ ଭାରତୀୟ ଦଳରେ ସାମିଲ ହେବା ବେଳକୁ ସଚିନଙ୍କୁ ୧୬ ବର୍ଷ ୨୦୫ ଦିନ ହୋଇଥିଲା।Advertisment Cricket: ଯଦୁପୁର କ୍ରିକେଟ୍‌ ଏକାଡେମୀର ସହଜ ବିଜୟ: ସିଦ୍ଧାନ୍ତ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ ଆରମ୍ଭ ବୈଭବ କେବଳ ୧୫ବର୍ଷ ୭୧ ଦିନରେ ଭାରତୀୟ ଦଳରେ ସ୍ଥାନ ପାଇବାର ବିରଳ ସଫଳତା ଲାଭ କରିଛନ୍ତି।

ତାଙ୍କ ପୂର୍ବରୁ ପୂର୍ବତନ ୱିକେଟ୍‌ରକ୍ଷକ ବ୍ୟାଟର୍‌ ପାର୍ଥିବ ପଟେଲ୍‌ ୧୭ ବର୍ଷ ୧୫୩ ଦିନରେ ଭାରତୀୟ ଦଳରେ ସାମିଲ ହୋଇଥିବାବେଳେ ମନିନ୍ଦର ସିଂ ୧୯୮୨ରେ ମାତ୍ର ୧୭ ବର୍ଷ ୨୨୨ ଦିନରେ ଟିମ୍‌ ଇଣ୍ଡିଆ ଟୋପି ପିନ୍ଧିଥିଲେ।

ପୂର୍ବତନ ସ୍ପିନର ହରଭଜନ ସିଂ ୧୭ ବର୍ଷ ୨୮୮ ଦିନରେ ଡେବ୍ୟୁ କରିଥିଲେ।

ବୈଭବ ସଂପ୍ରତି ନାବାଳକ ଥିବାରୁ ତାଙ୍କ ସହ ବିଦେଶ ଗସ୍ତ କରିବାକୁ ପିତା ସଂଜୀବ ସୂର୍ଯ୍ୟବଂଶୀଙ୍କୁ ଅନୁମତି ପ୍ରଦାନ କରିଛି ବିସିସିଆଇ।

ସଚିନଙ୍କ ରେକର୍ଡ ଭାଙ୍ଗିଥିଲେ ମଧ୍ୟ ତାଙ୍କ ସହ ତୁଳନା ନକରିବାକୁ ଅନୁରୋଧ କରିଛନ୍ତି ସଂଜୀବ।

Cricket: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ତିନି ନମ୍ବରରେ ଖେଳିବେ ସୁଦର୍ଶନ ୨୦୧୧ ମସିହା‌ରେ ବିହାରର ତେଜପୁରଠାରେ ଜନ୍ମଗ୍ରହଣ କରିଥିବା ବୈଭବ  ମାତ୍ର ୧୨ ବର୍ଷ ୨୮୪ ଦିନରେ ବିହାର ପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟ୍‌ ଖେଳିଥିଲେ।

ଦ୍ବିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ରଣଜୀ ପଦାର୍ପଣ କରିଥିଲେ।

୧୩ ବର୍ଷ ୨୪୧ ଦିନରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ ଖେଳିବାରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ।

୨୦୨୪-୨୫ ଋତୁରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ରାଜସ୍ଥାନ ବିପକ୍ଷରେ ବିହାରର ପ୍ରତିନିଧିତ୍ବ କରିଥିଲେ।

ଲିଷ୍ଟ-ଏ" କ୍ରିକେଟ୍‌ ଖେଳିବାରେ ସର୍ବକନିଷ୍ଠ ଭାରତୀୟ ହେବା ସହ ଏଥିରେ ଶତକ ହାସଲ କରିବାରେ ବିଶ୍ବର ସର୍ବକନିଷ୍ଠ ଖେଳାଳି ହେବାର ରେକର୍ଡ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।