decomposed bodies recovered ମାଆ ଓ ଝିଅଙ୍କ ଗଳିତ ମୃତଦେହ ଉଦ୍ଧାର, ରହସ୍ୟଘେରରେ ମୃତ୍ୟୁ
"ଉଦଳା-୧/ଦେବକୁଣ୍ଡ: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଦିବ୍ୟସିଂହପୁର ଗ୍ରାମରୁ ଆଜି (ମଙ୍ଗଳବାର) ମାଆ ଓ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତ ମାଆ ଓ ଝିଅ ହେଲେ ସେହି ଗ୍ରାମର ବାସ କରୁଥିବା ଫୁଲମଣି ହେମ୍ବ୍ରମ(୪୦) ଓ ସାକରା ମୁର୍ମୁ(୧୩)।
ଫୁଲମଣିଙ୍କ ମୃତଦେହ ପୋକ ସାଲୁବାଲୁ ହୋଇ ଯାଇଥିବା ବେଳେ ନିକଟରେ ଥିବା କେନାଲ ଭିତରେ ଦିବ୍ୟାଙ୍ଗ ଝିଅର ମୃତଦେହ ଭାସୁଥିଲା।
ତେବେ ଜମି ବିବାଦରୁ ଏହା ହାତ୍ୟାକାଣ୍ଡ ବୋଲି ଶୁଣିବାକୁ ମିଳୁଥିବା ବେଳେ ଉଭୟଙ୍କ ଦେହରେ କିଛି କ୍ଷତାକ୍ତ ନଥିବା ପୁଲିସ କହିଛି।
ଅନ୍ୟପଟେ ମାଆର ମୃତ୍ୟୁ ପରେ ଖାଦ୍ୟ, ପାଣି ନପାଇ ଝିଅ କେନାଲକୁ ଯାଇ ଭାସିଯାଇଛି ବୋଲି ପୁଲିସ ଅନୁମାନ କରିଛି।Advertisment attempted rape case ବାପାଙ୍କ ବନ୍ଧୁ ଝିଅକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ ସୂଚନା ଅନୁଯାୟୀ, କପ୍ତିପଦା ଅଞ୍ଚଳର ଫୁଲମଣି ୧୦ ବର୍ଷରୁ ଅଧିକ କାଳ ହେଲାଣି ଉଦଳାରେ ବାସ କରୁଥିଲେ।
ସ୍ୱାମୀଙ୍କ ସହିତ ସମ୍ପର୍କ ନଥିବା ବେଳେ ଦିବ୍ୟାଙ୍ଗ ଝିଅ ସାକରାଙ୍କୁ ନେଇ ଦିବ୍ୟସିଂହପୁର ଗ୍ରାମରେ ଥିବା ଅନ୍ୱେଷା ହଷ୍ଟେଲ ନିକଟରେ ଛପର ଘରଟିଏ କରି ରହୁଥିଲେ।
ଫୁଲମଣି ମୂଲ ଲାଗି ସଂସାର ଚଳାଉଥିବା ବେଳେ ସବୁଆଡ଼େ ଦିବ୍ୟାଙ୍ଗ ଝିଅକୁ ସାଥୀରେ ନେଇ ଯାଉଥିଲେ।
ତେବେ, ଆଜି ଘରୁ ଦୁର୍ଗନ୍ଧ ବାହାରିବାରୁ ଲୋକମାନେ ପୁଲିସକୁ ଖବର ଦେଇଥିଲେ।
ପୁଲିସ ପହଞ୍ଚି ଘରେ ଟଙ୍ଗାଯାଇଥିବା ମଶାରୀ ଭିତରେ ଫୁଲମଣିଙ୍କ ଗଳିତ ମୃତଦେହ ପୋକ ସାଲୁବାଲୁ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲା।
ମୃତଦେହର ଅବସ୍ଥା ଦେଖି ପ୍ରାୟ ୫ ଦିନ ପୂର୍ବରୁ ଫୁଲମଣିଙ୍କ ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରୁଛି।
ସେହିପରି ଦିବ୍ୟାଙ୍ଗ ଝିଅ ସାକରାଙ୍କ ମୃତଦେହ ଘର ସମ୍ମୁଖରେ ଥିବା କାଳ କେନାଲ୍ରେ ଭାସୁଥିଲା।
ମୃତଦେହ ନିକଟରୁ ପୁଲିସ ଏକ ବେଲା ଉଦ୍ଧାର କରିଛି।
ଖାଦ୍ୟ ପାଣି ନପାଇ ଦିବ୍ୟାଙ୍ଗ ଝିଅଟି ଘୁଷୁରି ଘୁଷୁରି କେନାଲ୍କୁ ଯାଇଥିବା ବେଳେ ସେଠାରେ ବୁଡ଼ି ପ୍ରାଣ ହରାଇଥିବା ପୁଲିସ ଅନୁମାନ କରୁଛି।
ସେହିପରି ଫୁଲମଣି ଓ ସାକରାଙ୍କ ଦେହରେ କୌଣସି କ୍ଷତ କିମ୍ୱା ଆଘାତ ଚିହ୍ନ ମିଳି ନଥିବାର ପୁଲିସ କହିଛି।
ଖବର ପାଇ ଉଦଳା ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ, ଜମିଜମା ବିବାଦ ନେଇ ହତ୍ୟାକାଣ୍ଡ ଘଟିଥିବାର ଶୁଣିବାକୁ ମିଳୁଛି।
ତେବେ ପ୍ରାଥମିକ ତଦନ୍ତରୁ ସେଭଳି କିଛି ଜଣାପଡୁ ନଥିବା ଉଦଳା ଥାନା ଅଧିକାରୀ ବନମାଳୀ ବାରିକ କହିଛନ୍ତି।
ଏନେଇ ଉଦଳା ଥାନା କେସ ନଂ.
୫୪/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଶ୍ରୀ ବାରିକ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।