ussian Strikes Ukraine: ପୁଣି ଭୀଷଣ ରୂପ ନେଇଛି ରୁଷ୍-ୟୁକ୍ରେନ୍ ଯୁଦ୍ଧ ; ୨୭ ମୃତ: ୫୦ ଘର ନଷ୍ଟ
"କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧ ପୁଣି ଭୀଷଣ ରୂପ ନେଇଛି।
ରୁଷ୍ ଗତ ତିନି ଦିନ ହେଲା ୟୁକ୍ରେନ୍ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି।
ଆକାଶ ମାର୍ଗରୁ ରୁଷ୍ରୁ ଆକ୍ରମଣ ଜାରି ରହିଥିବାବେଳେ କିବ୍ ନିକଟସ୍ଥ ୟୁକ୍ରେନର ବୁଚା ଜିଲ୍ଲାରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି, ଡଜନ ଡଜନ ଘର କ୍ଷତିଗ୍ରସ୍ତ ହୋଇଛି ଓ ଏହି ଅଞ୍ଚଳରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି ବୋଲି ୟୁକ୍ରେନୀୟ ଅଧିକାରୀମାନେ ଶନିବାର କହିଛନ୍ତି।Advertisment ରୁଷ୍ର ଘନ ଘନ ଆକ୍ରମଣ ଯୋଗୁ କିବ୍ରେ ଦୈନନ୍ଦିନ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
ଆର୍ଥିକ କାର୍ଯ୍ୟକଳାପ ବନ୍ଦ ରହିଛି।
ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ ଟାଇମୁର ତକାଚେଙ୍କୋ କହିଛନ୍ତି ଯେ, ଆକ୍ରମଣରେ ଅତି କମରେ ୫୦ଟି ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି।
ନିଆଁ ଅନେକ ଘର ଓ ଏକ ରେଷ୍ଟୁରାଣ୍ଟକୁ ବ୍ୟାପିଯାଇଛି।
ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି ଯେ, ମାଇଲା ଗ୍ରାମର ଏକ ଗୋଦାମ ଉପରେ ଆକ୍ରମଣ ପରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା।
ଗୋଦାମ ଘରେ କ"ଣ ଗଚ୍ଛିତ ଥିଲା ତାହା ଜେଲେନସ୍କି ସ୍ପଷ୍ଟ କରିନଥିଲେ; କିନ୍ତୁ କହିଛନ୍ତି ଯେ ଅଧିକାରୀମାନେ ସରକାରୀ ଅବହେଳା ପାଇଁ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।
ଘର କିମ୍ବା ଅନ୍ୟ ଆବାସିକ ଅଞ୍ଚଳ ନିକଟରେ ଗୁଳିଗୋଳା ସଂରକ୍ଷଣ କରାଯାଇପାରିବ ନାହିଁ ବୋଲି ନିୟମ ରହିଛି ବୋଲି ଜେଲେନସ୍କି କହିଛନ୍ତି।
କିବ୍ରେ ଲଗାତାର ତୃତୀୟ ଦିନ ପାଇଁ ବିମାନ ଆକ୍ରମଣ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
