Minor Girl Student: ଟ୍ୟୁସନ୍ ମାଷ୍ଟରଙ୍କ ଅସଦାଚରଣର ଶିକାର ନାବାଳିକା ଛାତ୍ରୀ

Aug 29, 2026 - 15:54
Minor Girl Student: ଟ୍ୟୁସନ୍ ମାଷ୍ଟରଙ୍କ ଅସଦାଚରଣର ଶିକାର ନାବାଳିକା ଛାତ୍ରୀ

"ମୟୂରଭଞ୍ଜ: ମୟୂରଭଞ୍ଜର ବୈଶିଙ୍ଗାରେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ ମାଷ୍ଟର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଏହି ଅଭିଯୋଗକୁ କେନ୍ଦ୍ର କରି ଅଭିଯୁକ୍ତ ଶିକ୍ଷକଙ୍କୁ ବଡ଼ସାହି ପୁଲିସ ଗିରଫ କରିଛି ।

ଗିରଫ ଶିକ୍ଷକ ହେଲେ ବଣତାଳପଦା ଗ୍ରାମର ସନ୍ତୋଷ କୁମାର ବେହେରା ବୟସ ୪୭ବର୍ଷ।Advertisment ସୂଚନା ଅନୁଯାୟୀ, ସନ୍ତୋଷ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରିବା ସହିତ ଛାତ୍ରଛାତ୍ରୀଙ୍କୁ ଗ୍ରୁପ୍ ଟ୍ୟୁସନ୍ ମଧ୍ୟ କରୁଥିଲେ।

ଅଭିଯୋଗ ଅନୁସାରେ, ଟ୍ୟୁସନ୍ ସରିବା ପରେ ପୀଡ଼ିତା ନାବାଳିକା ଛାତ୍ରୀଙ୍କୁ ଏକୁଟିଆ ରହିବାକୁ କହି ତାଙ୍କ ସହ ଅସଦାଚରଣ କରୁଥିଲେ।

ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ପକ୍ଷରୁ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।

ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।ତଦନ୍ତ ପରେ ପୁଲିସ ଅଭିଯୁକ୍ତ ଟ୍ୟୁସନ୍ ମାଷ୍ଟର ସନ୍ତୋଷ କୁମାର ବେହେରାଙ୍କୁ ଗିରଫ କରିଛି।

ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। \ଜଳିଗଲା ଟୟୋଟାର ସର୍ଭିସ୍ ସେଣ୍ଟର; ନଥିଲା ଅଗ୍ନି ନିର୍ବାପକ ବ୍ୟବସ୍ଥା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)