Welcome!

Unlock your personalized experience.
Sign Up

US Shooting: ଆମେରିକାର ପେନସିଲଭାନିଆରେ ଗୁଳିକାଣ୍ଡ: ୨ ଶିଶୁଙ୍କ ସମେତ ୯ ମୃତ

Oct 10, 2026 - 14:16
US Shooting: ଆମେରିକାର ପେନସିଲଭାନିଆରେ ଗୁଳିକାଣ୍ଡ: ୨ ଶିଶୁଙ୍କ ସମେତ ୯ ମୃତ

ୱାସିଂଟନ:ଆମେରିକାରେ ବନ୍ଧୁକ ସଂସ୍କୃତି ଗୋଟିଏ ପରେ ଗୋଟିଏ ଜୀବନ ନେଇଚାଲିଛି। ସମ୍ପ୍ରତି ଆମେରିକାର ପେନସିଲଭାନିଆର ଏରିରେ ଘଟିଥିବା ଗୁଳିକାଣ୍ଡ ଘଟଣା ପ୍ରଶାସନର ଚିନ୍ତାକୁ ବଢ଼ାଇ ଦେଇଛି। ଏହି ମାମଲାରେ ଦୁଇ ଶିଶୁଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଆଖିବୁଜା ଗୁଳିଚାଳନା କରିଥିବା ବ୍ୟକ୍ତି ମଧ୍ୟ ଅଛନ୍ତି ବୋଲି ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆକ୍ରମଣକାରୀଙ୍କ ମୃତଦେହ ଘର ଭିତରୁ ମିଳିଛି। ଘର ବାହାରେ ଗୁଳିକାଣ୍ଡ ଆରମ୍ଭ ହୋଇଥିବା ପୁଲିସ କହିଛି।

ଘେରାବନ୍ଦୀ କରି ଘରେ ପ୍ରବେଶ

ରାସ୍ତାରେ ଦୁଇ ମହିଳାଙ୍କ ମୃତଦେହ ପଡ଼ିଥିବା ପୁଲିସ କହିଛି। ପୁଲିସ ଅଞ୍ଚଳକୁ ଘେରାବନ୍ଦୀ କରି ଘରେ ପ୍ରବେଶ କରିଥିଲା। ଘର ଭିତର ଅନ୍ୟ ମୃତଦେହଗୁଡ଼ିକ ପଡ଼ିଥିଲା। ସ୍ଥାନୀୟ ଗଣମାଧ୍ୟମ ଏରି ନ୍ୟୁଜ୍ ନାଓ ଅନୁଯାୟୀ, ଗୁଳିକାଣ୍ଡର ଉଦ୍ଦେଶ୍ୟ, ମୃତକଙ୍କ ପରିଚୟ ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ସେମାନଙ୍କର ସମ୍ପର୍କ ଜଣାପଡ଼ି ନାହିଁ।

Volodymyr Zelensky: ରୁଷରୁ ଡିଜେଲ କିଣିବ ଆମେରିକା: ଶକ୍ତିଶାଳୀ ସହଯୋଗୀଙ୍କ ଦୁର୍ବଳ ନିଷ୍ପତ୍ତି ବୋଲି କ୍ରୋଧରେ କହିଲେ ଜେଲେନସ୍କି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)