US Open: ୟୁଏସ୍ ଓପନ୍‌: ପ୍ରଥମ ଥର ଫାଇନାଲ୍‌ରେ ସେଲଟନ୍‌, ସିନିଆକୋଭା-ଟାଉନ୍‌ସେଣ୍ଡଙ୍କ କ୍ୟାରିୟର ସ୍ଲାମ୍‌

Sep 13, 2026 - 06:24
US Open: ୟୁଏସ୍ ଓପନ୍‌: ପ୍ରଥମ ଥର ଫାଇନାଲ୍‌ରେ ସେଲଟନ୍‌, ସିନିଆକୋଭା-ଟାଉନ୍‌ସେଣ୍ଡଙ୍କ କ୍ୟାରିୟର ସ୍ଲାମ୍‌

"ନ୍ୟୁୟର୍କ: ୟୁଏସ୍ ଓପନ୍‌ ପୁରୁଷ ଏକକ ଫାଇନାଲରେ ଜର୍ମାନୀର ଆଲେକ୍‌ଜାଣ୍ଡର ଭେରଭଙ୍କ ସହ ସ୍ଥାନୀୟ ତାରକା ତଥା ଆମେରିକାର ବେନ୍ ସେଲଟନ୍‌ଙ୍କ ମୁକାବିଲା ହେବ।

ଶୁକ୍ରବାର ବିଳମ୍ବିତ ରାତିରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଦ୍ୱିତୀୟ ସିଡ୍ ଭେରଭ, ରୁଷିଆର କାରେନ୍ ଖାଚାନୋଭଙ୍କୁ ୬-୩, ୭-୬ (୭), ୭-୬ (୬) ସେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି।

ସେହିଭଳି ଦ୍ୱିତୀୟ ସେମିଫାଇନାଲରେ ଆମେରିକାର ଅଷ୍ଟମ ସିଡ୍ ବେନ୍ ସେଲଟନ୍ ନିଜ ଦେଶର ଫ୍ରାନ୍ସିସ୍ ଟିଆଫୋଙ୍କୁ ୪-୬, ୬-୩, ୬-୩, ୭-୫ରେ ପରାସ୍ତ କରି ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍‌ର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।

ସେଲଟନଙ୍କର ଏହା ହେଉଛି ପ୍ରଥମ ୟୁଏସ୍‌ ଓପନ୍‌ ଫାଇନାଲ୍‌ ପ୍ରବେଶ।

Advertisment Elephant: ସିଙ୍ଗାରି ପଞ୍ଚାୟତ କରଞ୍ଜା ଗାଁରେ କପା ଫସଲ ଉଜାଡ଼ିଲେ ହାତୀପଲ ପ୍ରଥମ ସେଟ୍‌ରୁ ହିଁ ଆକ୍ରମଣାତ୍ମକ ଟେନିସ୍ ଖେଳି ଖାଚାନୋଭଙ୍କ ଉପରେ ଚାପ ସୃଷ୍ଟି କରିଥିଲେ।

ପ୍ରଥମ ସେଟ୍‌କୁ  ୬-୩ରେ ସେଟ୍‌ ଜିତିବା ପରେ ଦ୍ୱିତୀୟ ସେଟ୍‌ରେ ମଧ୍ୟ ଆରମ୍ଭରୁ ବ୍ରେକ୍‌ ହାସଲ କରିଥିଲେ।

କିନ୍ତୁ ଖାଚାନୋଭ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ତାଙ୍କ ସର୍ଭିସ୍‌ ଭାଙ୍ଗି ମ୍ୟାଚ୍‌କୁ ରୋମାଞ୍ଚକର କରିଥିଲେ।

ନିର୍ଣ୍ଣାୟକ ତୃତୀୟ ସେଟ୍‌କୁ ପୁଣି ଥ‌ରେ ‌ରୋମାଞ୍ଚକ ଭାବେ ଜିତି ଭେରେଭ ଷଷ୍ଠ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍ ଫାଇନାଲ ଏବଂ ୟୁଏସ୍ ଓପନ୍‌ରେ ଦ୍ୱିତୀୟ ଥର ପାଇଁ ଫାଇନାଲ ଟିକେଟ ହାସଲ କରିଥିଲେ।

ଅଷ୍ଟମ ସିଡ୍ ବେନ୍ ସେଲଟନ୍ ନିଜ ଦେଶର ଫ୍ରାନ୍ସିସ୍ ଟିଆଫୋଙ୍କୁ ୪-୬, ୬-୩, ୬-୩, ୭-୫ରେ ପରାସ୍ତ କରି ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍‌ର ଫାଇନାଲରେ ପହଞ୍ଚିଛନ୍ତି।

ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ଟିଆଫୋ ଆଗୁଆ ହୋଇଥିଲେ।

କିନ୍ତୁ ଏହା ପରେ ସେଲଟନ୍‌ ନିଜର ଶକ୍ତିଶାଳୀ ବାମହାତୀ ସର୍ଭିସ୍‌ ଏବଂ ଦୃଢ଼ ଡିଫେନ୍ସର ସଫଳ ବ୍ୟବହାର କରି ଲଗାତାର ତିନିଟି ସେଟ୍‌ ଜିତି ମ୍ୟାଚ୍‌ ନିଜ ନାମରେ କରିଥିଲେ।

୨୩ ବର୍ଷୀୟ ସେଲଟନ୍‌ଙ୍କ ପାଇଁ ଏହା ଏକ ଐତିହାସିକ ସୁଯୋଗ।

ଫାଇନାଲରେ ଭେରଭଙ୍କୁ ହରାଇଲେ ୨୦୦୩ରେ ଆଣ୍ଡି ରଡିକ୍‌ଙ୍କ ପରେ ପ୍ରଥମ ଆମେରିକୀୟ ପୁରୁଷ ଭାବେ କୌଣସି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍ସ ଟାଇଟଲ୍‌ ଜିତିବାର ଗୌରବ ହାସଲ କରିବେ।

Drinking water: ପ୍ରଦୂଷିତ ଭୂତଳ ଜଳ ପାଇଁ ବିକଳ୍ପ ପଦକ୍ଷେପ; ନିର୍ମଳ ବୁନ୍ଦା ଲୋକାର୍ପିତ ସିନିଆକୋଭା-ଟାଉନ୍‌ସେଣ୍ଡଙ୍କ କ୍ୟାରିୟର ସ୍ଲାମ୍‌ନ୍ୟୁୟର୍କ: ଚେକ୍ ଗଣରାଜ୍ୟର କାଟେରିନା ସିନିଆକୋଭା ଓ ଆମେରିକାର ଟେଲର ଟାଉନସେଣ୍ଡ ମହିଳା ଯୁଗଳରେ ୟୁଏସ୍ ଓପନ୍ ଚାମ୍ପିଅନ୍ ହୋଇ ଇତିହାସ ରଚିଛନ୍ତି।

ଏହି ଶୀର୍ଷ ସିଡ୍ ଯୋଡ଼ି ଶୁକ୍ରବାର ଫାଇନାଲରେ ଆମେରିକାର ୱାଇଲ୍ଡକାର୍ଡ ଯୋଡ଼ି ଆଶ୍ଲିନ୍ କ୍ରୁଗର ଓ ରବିନ୍ ମଣ୍ଟଗୋମେରୀଙ୍କୁ ୫-୭, ୬-୦, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି।

ଏହି ବିଜୟ ସହ ସିନିଆକୋଭା-ଟାଉନସେଣ୍ଡ ଯୋଡ଼ି କ୍ୟାରିୟରସ୍ଲାମ୍ ପୂରଣ କରିଛନ୍ତି।

ଏହାସହିତ ସିନିଆକୋଭା ମଧ୍ୟ ଏକ ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।

ଦୁଇ ଭିନ୍ନ ସହଯୋଗୀଙ୍କ ସହ କ୍ୟାରିୟର ଗ୍ରାଣ୍ଡସ୍ଲାମ୍ ପୂରଣ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି।

ପୂର୍ବରୁ ସେ ନିଜ ଦେଶର ବାର୍ବୋରା କ୍ରେଜିକୋଭାଙ୍କ ସହ ମଧ୍ୟ ଏହି ସଫଳତା ହାସଲ କରିଥିଲେ।

ଏହା ହେଉଛି ସିନିଆକୋଭାଙ୍କ କ୍ୟାରିୟରର ଦ୍ବାଦଶ ଗ୍ରାଣ୍ଡସ୍ଲାମ୍ ଯୁଗଳ ଟାଇଟଲ୍।

ସିନିଆକୋଭା ଓ ଟାଉନସେଣ୍ଡ ୨୦୨୪ରେ ୱିମ୍ବଲଡନ୍, ୨୦୨୫ରେ ଅଷ୍ଟ୍ରେଲିଆନ୍ ଓପନ୍ ଏବଂ ଚଳିତ ବର୍ଷ ଫ୍ରେଞ୍ଚ୍ ଓପନ୍ ଜିତିଥିଲେ।

ଏବେ ୟୁଏସ୍ ଓପନ୍ ଟ୍ରଫି ହାତେଇ ଏହି ଯୋଡ଼ି ନିଜ ଦଳୀୟ କ୍ୟାରିୟର ଗ୍ରାଣ୍ଡସ୍ଲାମ୍ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)