US military personnel: ଥାଇଲାଣ୍ଡରେ ପହଞ୍ଚିଲେ ୫ ହଜାର ଆମେରିକୀୟ ସାମରିକ କର୍ମଚାରୀ, ୫ ଦିନ ଛୁଟି କଟାଇବେ

Sep 02, 2026 - 19:26
US military personnel: ଥାଇଲାଣ୍ଡରେ ପହଞ୍ଚିଲେ ୫ ହଜାର ଆମେରିକୀୟ ସାମରିକ କର୍ମଚାରୀ, ୫ ଦିନ ଛୁଟି କଟାଇବେ

"ବ୍ୟାଙ୍କକ୍‌: ମଧ୍ୟପ୍ରାଚ୍ୟରେ ଦୀର୍ଘ ସମୟ ଧରି ନିୟୋଜିତ ରହିବା ପରେ ପ୍ରାୟ ୫ ହଜାର ଆମେରିକୀୟ ନୌସେନା କର୍ମଚାରୀ ଓ ପାଇଲଟ୍‌ ଥାଇଲାଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସହର ପଟାୟା ନିକଟରେ ପହଞ୍ଚିଛନ୍ତି।

ଆମେରିକାର ବିମାନବାହୀ ଯୁଦ୍ଧଜାହାଜ "ୟୁଏସ୍‌ଏସ୍‌ ଆବ୍ରାହମ୍‌ ଲିଙ୍କନ୍‌" ସହ ଏହି ସାମରିକ କର୍ମଚାରୀମାନେ ସେପ୍ଟେମ୍ବର ୨ରୁ ୬ ତାରିଖ ମଧ୍ୟରେ ପଟାୟା ନିକଟସ୍ଥ ଲାମ୍‌ ଚାବାଙ୍ଗ୍‌ ବନ୍ଦରରେ ରହିବେ।

୨୦୦ରୁ ଅଧିକ ଦିନ ସମୁଦ୍ରରେ ରହିବା ପରେ ସେମାନଙ୍କୁ ତଟରେ କିଛି ସମୟ ବିଶ୍ରାମ ନେବାର ସୁଯୋଗ ମିଳିବ।Advertisment ଏହି ବଡ଼ ସାମରିକ ଦଳର ଆଗମନ ପୂର୍ବରୁ ପଟାୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ଥାଇ ପ୍ରଶାସନ।

ସହରର ସମୁଦ୍ରତଟ, ପ୍ରମୁଖ ରାସ୍ତା ଓ ରାତ୍ରିକାଳୀନ ମନୋରଞ୍ଜନ ଅଞ୍ଚଳରେ ପୁଲିସ ଯାଞ୍ଚ ଓ ପାଟ୍ରୋଲିଂ ବଢ଼ାଇଛି।

ଅବୈଧ ଯୌନ ବ୍ୟବସାୟ ଓ ଏହା ସହ ଜଡ଼ିତ ନେଟୱର୍କ ବିରୋଧରେ ଚାଲିଥିବା ଅଭିଯାନରେ ଗତ ସପ୍ତାହାନ୍ତରେ ପ୍ରାୟ ୪୦ରୁ ୫୦ ଜଣଙ୍କୁ ଅଟକ ରଖାଯାଇଥିବା ରିପୋର୍ଟରେ କୁହାଯାଇଛି। "ୟୁଏସ୍‌ଏସ୍‌ ଆବ୍ରାହମ୍‌ ଲିଙ୍କନ୍‌" ଗତ ବର୍ଷ ନଭେମ୍ବରରେ ଆମେରିକାର ସାନ୍‌ ଡିଏଗୋରୁ ଯାତ୍ରା ଆରମ୍ଭ କରିଥିଲା।

ମଧ୍ୟପ୍ରାଚ୍ୟରେ ଇରାନ ବିରୋଧୀ ଆମେରିକୀୟ ସାମରିକ ଅଭିଯାନକୁ ଏହା ସମର୍ଥନ କରିଥିଲା।

ଦୀର୍ଘ ସମୟର ନିୟୋଜନ ପରେ ଜାହାଜର କର୍ମଚାରୀଙ୍କୁ ବିଶ୍ରାମ ଦେବା ଏହି ଯାତ୍ରାର ଏକ ପ୍ରମୁଖ ଉଦ୍ଦେଶ୍ୟ।

BLA naval attack: ବିଏଲଏ ଗଠନ କଲା ନୌସେନା, ସମୁଦ୍ର ମଝିରେ ୩ ପାକ୍ ନୌସେନା କର୍ମଚାରୀଙ୍କୁ ହତ୍ୟା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)