Neglect: ଜନସାଧାରଣଙ୍କୁ ସୂଚନା ଦେଇପାରୁନି ବୈଦ୍ୟୁତିକ ଏଲଇଡ଼ି

Jun 13, 2026 - 05:49
Neglect: ଜନସାଧାରଣଙ୍କୁ ସୂଚନା ଦେଇପାରୁନି ବୈଦ୍ୟୁତିକ ଏଲଇଡ଼ି

"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରର ଭଞ୍ଜ ମାର୍କେଟ ସମ୍ମୁଖରେ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ଲଗାଯାଇଥିବା ଏଲଇଡି ବହୁ ମାସ ହେଲା ଅଚଳ ହୋଇ ପଡିଛି।

ଦୀର୍ଘ ମାସ ଧରି ଏହି ଏଲଇଡ଼ି ଅଚଳ ହୋଇ ପଡ଼ିଥିବାରୁ ସ୍ଥାନୀୟ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସରକାରୀ ଯୋଜନା, ସଚେତନତା ବାର୍ତ୍ତା ଓ ଜନହିତକର ସୂଚନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସ୍ଥାପିତ ଏହି ବିଦ୍ୟୁତ ଚାଳିତ ଏଲଇଡ଼ି ବର୍ତ୍ତମାନ କାର୍ଯ୍ୟକ୍ଷମ ନ ଥିବାରୁ ଏହାର ଉପଯୋଗିତା ଉପରେ ପ୍ରଶ୍ନ ଉଠିଛି।

Advertisment ୨୦୨୨ ସେପ୍ଟେମ୍ବର ୧୮ ତାରିଖରେ ପୂର୍ବତନ ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ କରକମଳରେ ଏହି ବୈଦ୍ୟୁତିକ ଏଲଇଡ଼ି ଲୋକାର୍ପଣ କରାଯାଇଥିଲା।

ଆରମ୍ଭରେ କିଛି ଦିନ ଏହା ସଫଳତାର ସହିତ ଚାଲିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇଯାଇଥିଲା।

ଦୀର୍ଘ ମାସ ଧରି ଏହି ଏଲଇଡ଼ି ଅଚଳ ଅବସ୍ଥାରେ ପଡ଼ି ରହିଥିବାରୁ ସରକାରୀ ସୂଚନା ପ୍ରସାରଣର ଉଦ୍ଦେଶ୍ୟ ବ୍ୟର୍ଥ ହେଉଥିବା ଅଭିଯୋଗ ହେଉଛି।

ଏହି ଡିଜିଟାଲ୍ ସୂଚନା ଫଳକ ମାଧ୍ୟମରେ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ଜନକଲ୍ୟାଣ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଓ ସଚେତନତା ବାର୍ତ୍ତା ବିଶେଷ କରି ଗୃହ ଓ ନଗର ଉନ୍ନୟନ ବିଭାଗ ର ବିଭିନ୍ନ ସୂଚନା ପ୍ରଦର୍ଶନ କରାଯିବାର ବ୍ୟବସ୍ଥା ଥିଲା।

ଏହା ଦ୍ୱାରା ସହରବାସୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ନୂତନ ସରକାରୀ ଯୋଜନା ସମ୍ପର୍କରେ ସହଜରେ ଅବଗତ ହୋଇପାରୁଥାନ୍ତେ।

କିନ୍ତୁ ଏଲଇଡି ଟି ବନ୍ଦ ରହିବା ଫଳରେ ଏହି ସୁବିଧାରୁ ଲୋକମାନେ ବଞ୍ଚିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: Mango: ପ୍ରକୃତିର ବରଦାନ କନ୍ଧମାଳ ଜିଲ୍ଲା ବାସୀଙ୍କ ରୋଜଗାରର ଉତ୍ସ ଆମ୍ବ ଏ ସମ୍ପର୍କରେ ଘୁ.

ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟ୍ସ ଖରାପ ହୋଇଯାଇଥିବାରୁ ତାହାକୁ ଭୁବନେଶ୍ୱର ପଠାଯାଇଛି।

ନୂତନ ପାର୍ଟ୍ସ ଆସିବା ପରେ ଏହାକୁ ପରିବର୍ତ୍ତନ କରାଯିବ ଏବଂ ସମଗ୍ର ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ଦୁଇ ମାସ ସମୟ ଲାଗିପାରେ।

ପାର୍ଟ୍ସ ଆସିଲେ ଫଳକଟିକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ, ଅଞ୍ଚଳବାସୀମାନେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପିତ ଏପରି ସମ୍ପତ୍ତି ଦୀର୍ଘ ସମୟ ଧରି ଅଚଳ ହୋଇ ପଡ଼ି ରହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।ସମୟୋପଯୋଗୀ ରକ୍ଷଣାବେକ୍ଷଣ ଅଭାବରୁ ସରକାରୀ ସମ୍ପତ୍ତିର ଅପବ୍ୟବହାର ହେଉଥିବା ସେମାନେ ମତ ପ୍ରକାଶ କରିଛନ୍ତି।

ତେଣୁ ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଏଲଇଡ଼ି ମରାମତି କରି ପୁନଃ ଚାଲୁ କରିବାକୁ ଦାବି ଉଠିଛି।

ଏହା ଚାଲୁ ହେଲେ ସାଧାରଣ ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନା ଓ ସୂଚନା ସମ୍ପର୍କରେ ସହଜରେ ଅବଗତ ହୋଇପାରିବେ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।