US-Iran: ଚାଲିଥିବା ଯୁଦ୍ଧ ମଧ୍ୟରେ ସାମୁଦ୍ରିକ କ୍ଷେତ୍ରରେ ୫୦ ଜାହାଜ ଉପରେ ସାଇବର ଆକ୍ରମଣ
ୱାସିଂଟନ/ତେହେରାନ: ମଧ୍ୟପ୍ରାଚ୍ୟ ରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସାମୁଦ୍ରିକ କ୍ଷେତ୍ରରେ ସାଇବର ଆକ୍ରମଣ ର ଏକ ନୂଆ ମୋର୍ଚ୍ଚା ଖୋଲିଛି।
ଆମେରିକା ସନ୍ଦେହ କରୁଛି ଯେ, ଇରାନ ସାଇବର ଆକ୍ରମଣ ମାଧ୍ୟମରେ ଜାହାଜ ଏବଂ ଶକ୍ତି ଟ୍ୟାଙ୍କରଗୁଡ଼ିକୁ ଟାର୍ଗେଟ କରୁଛି।
ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରାୟ ୫୦ ଜାହାଜକୁ ସାଇବର ଆକ୍ରମଣ ଦ୍ୱାରା ଟାର୍ଗେଟ ହୋଇଥିବା ସନ୍ଦେହ କରାଯାଉଛି।
ଏହି ଜାହାଜଗୁଡ଼ିକ ମଧ୍ୟରେ ତେଲ ଟ୍ୟାଙ୍କର, ଏଲପିଜି ବାହକ, ରାସାୟନିକ ଉତ୍ପାଦ ପରିବହନକାରୀ ଜାହାଜ ଏବଂ ଅନ୍ୟାନ୍ୟ ବିପଜ୍ଜନକ ସାମଗ୍ରୀ ପରିବହନକାରୀ ଜାହାଜ ରହିଛି ବୋଲି ରିପୋର୍ଟ କରାଯାଇଛି।
ଆମେରିକୀୟ ଅଧିକାରୀମାନେ ଆକ୍ରମଣର ତଦନ୍ତ କରୁଛନ୍ତି ଏବଂ ଇରାନର ସମ୍ଭାବ୍ୟ ଭୂମିକା ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛନ୍ତି।
Advertisment ହର୍ମୁଜ୍ ପ୍ରଣାଳୀ ପୂର୍ବରୁ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନାର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛି।
ଏହି ସମୁଦ୍ର ପଥ ଦେଇ ପରିବହନ ବାଧାପ୍ରାପ୍ତ ହେବା ଦ୍ୱାରା ବିଶ୍ୱ ତୈଳ ଯୋଗାଣ ଏବଂ ସାମୁଦ୍ରିକ ବାଣିଜ୍ୟ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।
ଏହି ପଥ ଦେଇ ଯାଉଥିବା ଜାହାଜକୁ ଚେତାବନୀ ଏବଂ ବୋମା ମାଡ଼ କରି ଉଡ଼ାଇଦେବାକୁ ଧମକ ମିଳିଛି।
ରିପୋର୍ଟ ସୂଚିତ କରୁଛି ଯେ, ଏହି ଆକ୍ରମଣ ପାଇଁ ଇରାନ ହେଉଛି ମୁଖ୍ୟ ସନ୍ଦିଗ୍ଧ।
ଆମେରିକୀୟ ଅଧିକାରୀମାନେ ଏଥିରେ ରୁଷର ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରୁଛନ୍ତି।
ଇରାନ ସାମରିକ କାର୍ଯ୍ୟାନୁଷ୍ଠାନ ସହିତ ସାଇବର ଅପରେସନ୍ ମାଧ୍ୟମରେ ସାମୁଦ୍ରିକ କ୍ଷେତ୍ରରେ ଚାପ ବୃଦ୍ଧି କରିବା ପାଇଁ ଏକ ରଣନୀତି ଗ୍ରହଣ କରିପାରେ ବୋଲି ଆମେରିକା ଚିନ୍ତିତ ରହିଛି।
ଯଦି ଜାହାଜ ଉପରେ ସାଇବର ଆକ୍ରମଣ ବୃଦ୍ଧି ପାଏ, ତେବେ ଏହା ଯୋଗୁଁ ସାମୁଦ୍ରିକ ସୁରକ୍ଷା, ତୈଳ ଯୋଗାଣ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ସଙ୍କଟ ସୃଷ୍ଟି କରିବ।
ଆମେରିକା-ଇରାନ ବିବାଦ ଏବେ କ୍ଷେପଣାସ୍ତ୍ର ଏବଂ ସାମରିକ ଆକ୍ରମଣ ସହିତ ସାଇବର ଯୁଦ୍ଧ ପର୍ଯ୍ୟନ୍ତ ବିସ୍ତାରିତ ହେଉଥିବା କୁହାଯାଉଛି।
ଅଧିକାରୀ ଏବଂ ବିଶେଷଜ୍ଞଙ୍କ ଅନୁଯାୟୀ, ଆକ୍ରମଣକାରୀମାନେ ସମୁଦ୍ରରେ ବ୍ୟବହୃତ ଫୋର୍ଟିନେଟ୍ ରାଉଟରଗୁଡ଼ିକରେ ଥିବା ଦୁର୍ବଳତାର ସୁଯୋଗ ନେଉଛନ୍ତି।
ଆମେରିକା ଅଭିମୁଖେ ଯାଉଥିବା କିଛି ପ୍ରଭାବିତ ଜାହାଜକୁ ସହାୟତା କରିବା ପାଇଁ ଆମେରିକା ତଟରକ୍ଷୀ ବାହିନୀ ସାଇବର ସୁରକ୍ଷା ଦଳକୁ ନିୟୋଜିତ କରିଛି।
ବଡ଼ ଧରଣର ପରିବର୍ତ୍ତନ: ପୁଣି ଏକାଠି ହେବେ ବିଜେପି-ଅକାଳୀ ଦଳ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
