US: ଚୀନ୍‌କୁ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଦେବ ନାହିଁ ଆମେରିକା

Aug 03, 2026 - 18:19
US: ଚୀନ୍‌କୁ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଦେବ ନାହିଁ ଆମେରିକା

"କୁଆଲାଲମ୍ପୁର: ଆମେରିକାର ଇଣ୍ଡୋ-ପାସିଫିକ୍ କମାଣ୍ଡର ମୁଖ୍ୟ ଆଡମିରାଲ୍ ସାମୁଏଲ୍ ପାପାରୋ କହିଛନ୍ତି, ଚୀନ୍ ଏବଂ ଅନ୍ୟାନ୍ୟ ପକ୍ଷଙ୍କ ଦ୍ୱାରା କରାଯାଉଥିବା ଜୋରଜବରଦସ୍ତ କାର୍ଯ୍ୟ ଆଞ୍ଚଳିକ ସ୍ଥିରତାକୁ ଚ୍ୟାଲେଞ୍ଜ କରୁଛି।

ସେ ଚେତାବନୀ ଦେଇଛନ୍ତି ଯେ, ଆମେରିକା କୌଣସି ରାଷ୍ଟ୍ରକୁ ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାକୁ ଅନୁମତି ଦେବ ନାହିଁ।Advertisment କିଛି ପକ୍ଷ ବେଆଇନ ଦାବିକୁ ଯଥାର୍ଥ କରିବା ପାଇଁ ମିଥ୍ୟାର ଆଶ୍ରୟ ନେଉଛନ୍ତି।ମାଲେସିଆରେ ଆମେରିକା ପ୍ରଶାନ୍ତ ମହାସାଗର କମାଣ୍ଡ ଦ୍ୱାରା ଆୟୋଜିତ ଏକ ଆଞ୍ଚଳିକ ସୁରକ୍ଷା ସମ୍ମିଳନୀରେ ଭିଡିଓ ଲିଙ୍କ୍ ମାଧ୍ୟମରେ ଭାଷଣ ଦେଇ ପାପାରୋ କହିଛନ୍ତି ଯେ ଆମେରିକା ମୁକାବିଲା ନୁହେଁ ବରଂ ଶକ୍ତି ମାଧ୍ୟମରେ ଚୀନ୍‌କୁ ପ୍ରତିହତ କରିବାକୁ ଚାହୁଁଛି।

ଦକ୍ଷିଣ ଚୀନ୍ ସାଗରରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ତାଙ୍କର ଏଭଳି ମନ୍ତବ୍ୟ ଆସିଛି।

ସମୁଦ୍ରର ସ୍ୱାଧୀନତା, ସାମୁଦ୍ରିକ ସୁରକ୍ଷା ଏବଂ ଖୋଲା ବାଣିଜ୍ୟ ଆଞ୍ଚଳିକ ସ୍ଥିରତାର କେନ୍ଦ୍ରବିନ୍ଦୁ।

୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଶୃଙ୍ଖଳା ରକ୍ଷା ପାଇଁ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ସମସ୍ତ ରାଷ୍ଟ୍ରର ସାର୍ବଭୌମତ୍ୱ ପ୍ରତି ସମ୍ମାନ ଅତ୍ୟାବଶ୍ୟକ।

ଏହି ଅଞ୍ଚଳର ଜଟିଳ ସୁରକ୍ଷା ପରିବେଶ ବିଷୟରେ ଆମେରିକା କଡ଼ା ନଜର ରଖିଛି।

ଆମର ଆଭିମୁଖ୍ୟ ଏବଂ ଆମର ଉଦ୍ଦେଶ୍ୟ ଭଲ ଭାବରେ ପରିଭାଷିତ।

ଏହି ଅଞ୍ଚଳ ବିଶ୍ୱର ଭୂରାଜନୈତିକ ଏବଂ ଅର୍ଥନୈତିକ ଗୁରୁତ୍ୱର କେନ୍ଦ୍ର ହୋଇ ରହିଛି ଏବଂ ବଢୁଥିବା ଅସ୍ଥିରତା ଏସୁରକ୍ଷା ଚ୍ୟାଲେଞ୍ଜ ସହଯୋଗୀ ତଥା ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗକୁ ସଙ୍କଟଜନକ କରୁଛି ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।