Stipend for OUAT Students ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀ ପାଇବେ ପାଠପଢ଼ା ଖର୍ଚ୍ଚ
"ପିଜି ଛାତ୍ରଛାତ୍ରୀ ପାଇବେ ମାସିକ ₹୧୦,୦୦୦ ଓ ପିଏଚ୍.ଡି ଗବେଷକ ପାଇବେ ମାସିକ ₹୧୫,୦୦୦Advertisment ଭୁବନେଶ୍ୱର: ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା (Stipend) ଘୋଷଣା କରାଯାଇଛି।
OUAT: ଓୟୁଏଟିରେ "ଝୋଟ ଓ ସହଯୋଗୀ ତନ୍ତୁ" କର୍ମଶାଳା ପିଜି ଛାତ୍ରଛାତ୍ରୀଙ୍କୁ ୨ ବର୍ଷର କୃଷି ଓ ଆନୁଷଙ୍ଗିକ କୋର୍ସ ପାଇଁ ମାସକୁ ₹୧୦,୦୦୦ ମିଳିବ ଏବଂ ପିଏଚ୍.ଡି ଗବେଷକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ମାସକୁ ₹୧୫,୦୦୦ ମିଳିବ।
ଏହି ସହାୟତାର ମୂଳ ଲକ୍ଷ୍ୟ ହେଉଛି ଉତ୍ତମ ଗବେଷଣାକୁ ପ୍ରୋତ୍ସାହନ ଦେବା ଏବଂ ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା।
ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ ପକ୍ଷରୁ ୨ଟି ନୂଆ କପା ବିହନ ଏହି ଅବସରରେ କନକ ବର୍ଦ୍ଧନ ସିଂହଦେଓ ମତବ୍ୟକ୍ତ କରିଛନ୍ତି, ଆମ ଯୁବ ଗବେଷକଙ୍କ ପାଇଁ ଖର୍ଚ୍ଚ କରିବା ମାନେ ଓଡ଼ିଶାର ଚାଷୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା।
ଏହି ଟଙ୍କା ଦ୍ୱାରା ଆମର ଛାତ୍ରଛାତ୍ରୀମାନେ ବିନା ଆର୍ଥିକ ଚିନ୍ତାରେ ନୂଆ ଉଦ୍ଭାବନ ଓ ଗବେଷଣା ଉପରେ ଧ୍ୟାନ ଦେଇପାରିବେ।
ରାଜ୍ୟ ବାହାରେ ଗବେଷଣା ହେବ "କଳାବତୀ"; ଆସାମ କୃଷି ବିଶ୍ବବିଦ୍ୟାଳୟ ଗଲା ଧାନ ଏହି ସୁବିଧା ଓୟୁଏଟିର କୃଷି ଓ ଆନୁଷଙ୍ଗିକ ବିଷୟରେ ପଢ଼ୁଥିବା ନିୟମିତ ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ।
ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବିଶେଷ ପ୍ରଚେଷ୍ଟା ଯୋଗୁଁ ସରକାର ଏହି ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।