Instagram: ଇନ୍ଷ୍ଟା ଆକାଉଣ୍ଟ ବନ୍ଦ କଲା ବିବାଦୀୟ ଭାରତୀୟ ରେସ୍ତୋରାଁ ‘ମିଷ୍ଟର ସିଙ୍ଗସ୍ ରେସ୍ତୋରାଁ’
"ଗ୍ଲାସଗୋ: ଭାରତର ଭୁଲ ମାନଚିତ୍ର ଦର୍ଶାଇ ବିବାଦରେ ଥିବା ଗ୍ଲାସଗୋ ସ୍ଥିତ ଭାରତୀୟ ରେସ୍ତୋରାଁ "ମିଷ୍ଟର ସିଙ୍ଗସ୍ ରେସ୍ତୋରାଁ" ହଠାତ୍ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ବନ୍ଦ କରିଦେଇଛି।
ଏ ନେଇ ରେସ୍ତୋରାଁକର୍ତ୍ତୃପକ୍ଷ କୌଣସି କାରଣ ଦର୍ଶାଇ ନଥିବାବେଳେ ମାନଚିତ୍ର ବିବାଦ ଯୋଗୁଁ ଅନଲାଇନ୍ ସମାଲୋଚନାର ସରବ୍ୟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି ଅନୁମାନ କରାଯାଉଛି।Advertisment ଲୋଗୋରେ ସଂଶୋଧନ କରାଯିବ ରବିବାର ଭାରତୀୟ ରାଜ୍ୟଗୋଷ୍ଠୀ ଦଳ ଏହି ରେସ୍ତୋରାଁରେ ରାତ୍ରଭୋଜନ କରୁଥିବାବେଳେ ମୁଷ୍ଟିଯୋଦ୍ଧା ଲଭ୍ଲୀନା ବର୍ଗୋହାଇଁ ଏଠାରେ ଭାରତର ଭୁଲ ମାନଚିତ୍ର ଥିବା ଦୃଷ୍ଟି ଆକର୍ଷଣ କରିଥିଲେ।
ରେସ୍ତୋରାଁର ଲୋଗୋରେ ଯେଉଁ ଭାରତୀୟ ମାନଚିତ୍ର ରହିଛି ସେଥିରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ନାହିଁ।
ଲଭଲୀନା ନିଜେ ଆସାମରୁ ହୋଇଥିବାରୁ ସେ ଏହାକୁ ନେଇ କଷ୍ଟ ଅନୁଭବ କରିଥିଲେ।
ଏ ନେଇ ସେ ଅଭିଯୋଗ କରିବା ପରେ ବିବାଦ ଦେଖାଦେଇଥିଲା।
ତେବେ ରେସ୍ତୋରାଁ ପକ୍ଷରୁ ଏ ନେଇ କ୍ଷମା ମଗାଯିବା ସହ ଲୋଗୋରେ ସଂଶୋଧନ କରାଯିବ ବୋଲି ଆଶ୍ବାସନା ଦିଆଯାଇଛି।
ଦାୟିତ୍ବ ନେଲେ ଇଣ୍ଡିଗୋର ନୂଆ ସିଇଓ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।