Odisha Police athletes ଜାତୀୟସ୍ତର କ୍ରୀଡ଼ା ପ୍ରତିଯୋଗିତାରେ ଚମକ ଦେଖାଇଲେ ଓଡ଼ିଶା ପୁଲିସ କ୍ରୀଡାବିତ୍
"ଭୁବନେଶ୍ୱର: ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପୁଲିସର କ୍ରୀଡାବିତ୍ମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି।
୧୨ ଜଣ କ୍ରୀଡ଼ାବିତ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡିଶା ପୁଲିସ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।Advertisment ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୁଲିସ ମୁଖ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କୃତୀ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୩ ରୁ ୩୦ ପର୍ଯ୍ୟନ୍ତ ହାଇଦ୍ରାବାଦସ୍ଥିତ ଗଛିବୋଉଲି ଇନଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ୧୧ତମ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର (୨୦୨୬-୨୭) ଏବଂ ଜୁଲାଇ ୮ ରୁ ୧୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ୫ମ ସିନିୟର ନ୍ୟାସନାଲ ଇଣ୍ଡିଆ ତାଇକୋଣ୍ଡୋ ପୁମସେ ଚାମ୍ପିଅନସିପ୍-୨୦୨୬ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରତିଯୋଗିତାରେ ଓଡ଼ିଶା ପୁଲିସର ଉଷୁ, ତାଇକୋଣ୍ଡୋ, କରାଟେ ଏବଂ ପେନକାକ ସିଲଟ ଦଳ ଭାଗ ନେଇ କ୍ରୀଡ଼ାବିତ୍ମାନେ ବିଭିନ୍ନ ବିଭାଗରେ ଭାଗ ନେଇ ପଦକ ହାସଲ କରିଛନ୍ତି।
କ୍ରୀଡାବିତମାନଙ୍କ ଏହି ସଫଳତା ପାଇଁ ଡିଜିପି ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଅସାଧାରଣ ପ୍ରତିଭା ଓ ନିଷ୍ଠାର ଭୂୟସୀ ପ୍ରଶଂସା କରିଛନ୍ତି।
ଏହି ଅବସରରେ ରୌପ୍ୟ ପଦକ ବିଜେତାଙ୍କୁ ୪ ହଜାର ଟଙ୍କା ଓ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୩ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ଡିଜିପି ପ୍ରଦାନ କରିଥିଲେ ।
ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପୋଲିସ କମିଶନର (କଟକ-ଭୁବନେଶ୍ଵର) ଡଃ ଦେବଦତ୍ତ ସିଂ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପଦକ ହାସଲ କରିଥିବା ପ୍ରମୁଖ କ୍ରୀଡ଼ାବିତ: WC/୨୭ ସାଶ୍ୱତୀ ନାୟକ (ତାଇକୋଣ୍ଡୋ): ୧୧ତମ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟରରେ ରୌପ୍ୟ ଏବଂ ୫ମ ସିନିୟର ନ୍ୟାସନାଲ ତାଇକୋଣ୍ଡୋରେ କାଂସ୍ୟ ପଦକ।
C/୪୫ ସତ୍ୟପ୍ରକାଶ ମହାନ୍ତି (ତାଇକୋଣ୍ଡୋ): ୧୧ତମ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ଏବଂ ୫ମ ସିନିୟର ନ୍ୟାସନାଲ ତାଇକୋଣ୍ଡୋ ଉଭୟ ପ୍ରତିଯୋଗିତାରେ କାଂସ୍ୟ ପଦକ।
କରାଟେ (୧୧ତମ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର): ରୌପ୍ୟ ପଦକ: WC/୯୬୮ ବ୍ରତତୀ ବିଶ୍ୱପ୍ରଭା ପତି (ବ୍ୟକ୍ତିଗତ ମହିଳା କୁମତି), C/୧୩୬ ରଜନୀ ବିଶି (ବ୍ୟକ୍ତିଗତ ପୁରୁଷ କୁମତି), C/୧୫୯ ଡି.
ଭଗବାନ ରେଡ୍ଡୀ (ବ୍ୟକ୍ତିଗତ ପୁରୁଷ କୁମତି) ଏବଂ ସି/୧୩୫ ରୀତେଶ ରାୟ (ବ୍ୟକ୍ତିଗତ ପୁରୁଷ କୁମତି)।
କାଂସ୍ୟ ପଦକ (ବ୍ୟକ୍ତିଗତ): ଏଏସଆଇ(A) ଯୋଗେଶ ବରିହା (ପୁରୁଷ କାଟା) ଏବଂ WC//୯୬୮ ବ୍ରତତୀ ବିଶ୍ୱପ୍ରଭା ପତି (ବ୍ୟକ୍ତିଗତ ମହିଳା କୁମତି)।
କାଂସ୍ୟ ପଦକ (ଦଳଗତ): ମହିଳା ଟିମ୍ କୁମତି : WC//୯୬୮ ବ୍ରତତୀ ବିଶ୍ୱପ୍ରଭା ପତି , WC//୩୯୭ ଅନୁପମା ସ୍ୱାଇଁ, WC//୧୬୮ ମୋନାଲି ସାହୁ ଏବଂ WC//୩୮୯ ସୁସ୍ମିନି ପଲଟାସିଂହ।
ମହିଳା ଟିମ୍ କାଟା: WC//୩୯୭ ଅନୁପମା ସ୍ୱାଇଁ, WC/୩୯୫ ସିନ୍ଧୁ ତନୟା ଖୁଣ୍ଟିଆ ଏବଂ WC/୨୩୮ ଅନୁରାଧା ପାତ୍ର ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।