Trump:ଡିଜିଟାଲ ସର୍ଭିସ ଟିକସ ଆଦାୟ କରୁଥିବା ଦେଶଗୁଡ଼ିକୁ ପୁଣି ଧମକାଇଲେ ଟ୍ରମ୍ପ
"ନୂଆଦିଲ୍ଲୀ: ଆମେରିକୀୟ ପ୍ରଯୁକ୍ତି କମ୍ପାନିଙ୍କୁ ଟାର୍ଗେଟ୍ କରି ଡିଜିଟାଲ ସର୍ଭିସ ଟିକସ ଲଗାଉଥିବା ଦେଶଗୁଡ଼ିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି।
ଏସବୁ ଦେଶର ରପ୍ତାନି ଉପରେ ଆମେରିକା ୧୦୦ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ସେ କହିଛନ୍ତି।
ଏପରିକି ଏସବୁ ଦେଶ ସହିତ ଥିବା ବାଣିଜ୍ୟ ରାଜିନାମାକୁ ମଧ୍ୟ ଅକାମୀ କରି ଦିଆଯିବ।
ଟ୍ରମ୍ପ ତାଙ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ରେ ଏହି ଧମକ ଦେଇଛନ୍ତି।
କୌଣସି ଦେଶ ସହିତ ଆମେରିକାର ବାଣିଜ୍ୟ ରାଜିନାମା ପୂର୍ବରୁ କାର୍ଯ୍ୟକାରୀ ହୋଇଥିଲେ ବି ଶୁଳ୍କ ଲାଗୁ ହେବ।
ଏପରିକି ରାଜିନାମା ଦସ୍ତଖତ ହୋଇଥିଲେ କିମ୍ବା ନହୋଇଥିଲେ ମଧ୍ୟ ଶୁଳ୍କ ଲଗାଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ପ୍ରଶାସନ ଡିଜିଟାଲ ସର୍ଭିସ ଟିକସକୁ କଡ଼ା ବିରୋଧ ପୂର୍ବରୁ କରି ଆସୁଛି।
ଏହି ଟିକସ ଦ୍ବାରା ଆମେରିକାର ପ୍ରମୁଖ ପ୍ରଯୁକ୍ତି କମ୍ପାନି ଯଥା ଆଲଫାବେଟ୍ ଏବଂ ମେଟା ଆଦିକୁ ଟାର୍ଗେଟ୍ କରାଯାଉଛି ବୋଲି ସେ ବାରମ୍ବାର କହି ଆସୁଛନ୍ତି।Advertisment ଆହୁରି ପଢନ୍ତୁ: Allegation: ଭାରତ ବିରୋଧରେ ପୁଣି ଆତଙ୍କବାଦ ପ୍ରୋତ୍ସାହନର ମିଥ୍ୟା ଅଭିଯୋଗ ଆଣିଲେ ଶହବାଜ ତେବେ ଭାରତ ଏହି ଶୁଳ୍କ ଦ୍ବାରା ପ୍ରଭାବିତ ହେବା ସମ୍ଭାବନା ନାହିଁ।
କାରଣ ପୂର୍ବରୁ ଭାରତ ବିଦେଶୀ କମ୍ପାନିଙ୍କ ଉପରେ ଲଗାଇଥିବା ଇକ୍ବାଲାଇଜେସନ ଟ୍ୟାକ୍ସ, ଯାହା ସାଧାରଣତଃ ଗୁଗଲ୍ ଟ୍ୟାକ୍ସ ଭାବେ ପରିଚିତ, ତାହାକୁ ଉଠାଇ ଦେଇଛି।
ମୁଖ୍ୟତଃ ଆମେରିକା ସହିତ ବାଣିଜ୍ୟ ଉତ୍ତେଜନାକୁ ହ୍ରାସ କରିବା ପାଇଁ ଭାରତ ଏଭଳି ପଦକ୍ଷେପ ନେଇଥିଲା।
କିନ୍ତୁ ୟୁରୋପୀୟ ସଂଘର ଅଧିକାଂଶ ଦେଶ ଟ୍ରମ୍ପଙ୍କ ଏହି ଶୁଳ୍କ ଦ୍ବାରା ପ୍ରଭାବିତ ହେବେ।
ଆହୁରି ପଢନ୍ତୁ:Judgement: ୬ ବର୍ଷୀୟ, ୧୭ବର୍ଷ ବୟସର ନାବାଳିକାଙ୍କୁ ଦୁଷ୍କର୍ମ; ଜେଲ୍ ଗଲେ ଦୁଷ୍କର୍ମକାରୀ ଆମେରିକା ସହିତ ୟୁରୋପୀୟ ସଂଘର ସଦସ୍ୟ ଦେଶଗୁଡ଼ିକ ଗତବର୍ଷ ଠାରୁ ଆରମ୍ଭ କରିଥିବା ବାଣିଜ୍ୟ ରାଜିନାମାକୁ ନିକଟରେ ମଞ୍ଜୁରି ଦେଇଛନ୍ତି।
ଏହାପରେ ଟ୍ରମ୍ପ ଏହି ନୂଆ ଧମକ ଦେଇଛନ୍ତି।
ଆମେରିକା ଓ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ବାଣିଜ୍ୟ ରାଜିନାମା ଫଳରେ ଆମେରିକାକୁ ସେସବୁ ଦେଶର ରପ୍ତାନି ଶୁଳ୍କକୁ ୧୫ ପ୍ରତିଶତରେ ସୀମିତ ରଖାଯାଇଛି।
କିନ୍ତୁ ବାଣିଜ୍ୟ ରାଜିନାମା ବାହାରେ ଡିଜିଟାଲ ସର୍ଭିସ ଟିକସକୁ ରଖାଯାଇଛି।
ଆମେରିକା ଓ ୟୁରୋପୀୟ ସଂଘ ମଧ୍ୟରେ ଡିଜିଟାଲ ସର୍ଭିସ ଟିକସକୁ ନେଇ ମତପାର୍ଥକ୍ୟ ରହିଛି।
ବିଶ୍ବର ବଡ଼ ବଡ଼ ସୂଚନା ପ୍ରଯୁକ୍ତି କମ୍ପାନି ଆମେରିକାରେ ରହିଛନ୍ତି।
ତେଣୁ ଉକ୍ତ ଟିକସ ଆମେରିକାର ରପ୍ତାନ୍ତି କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି ବୋଲି ଟ୍ରମ୍ପ ବିଶ୍ବାସ କରୁଛନ୍ତି।
ଚଳିତମାସରେ ଟ୍ରମ୍ପ ଫ୍ରାନ୍ସକୁ ଏ ନେଇ ଧମକ ଦେଇଥିଲେ।
ପ୍ରଯୁକ୍ତି କମ୍ପାନିଗୁଡ଼ିକ ଉପରୁ ଡିଜିଟାଲ ସର୍ଭିସ ଟିକସ ପ୍ରତ୍ୟାହାର ନକଲେ ଆମେରିକା ଫ୍ରାନ୍ସର ୱାଇନ ଓ ସାମ୍ପେନ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ସେ କହିଥିଲେ।
"