02 NOVEMBER 2026

Welcome!

Unlock your personalized experience.
Sign Up

UPI payment: ଅକ୍ଟୋବରରେ ଦୈନିକ ୟୁପିଆଇ କାରବାର ୧ ଲକ୍ଷ କୋଟି ଟପିଲା

Nov 01, 2026 - 23:26
UPI payment: ଅକ୍ଟୋବରରେ ଦୈନିକ ୟୁପିଆଇ କାରବାର ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ୍ ଅର୍ଥ କାରବାର କ୍ଷେତ୍ରରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁପିଆଇ) ନୂଆ ରେକର୍ଡ ସୃଷ୍ଟି କରିଛି। ଅକ୍ଟୋବର ମାସରେ ପ୍ରଥମ ଥର ପାଇଁ ୟୁପିଆଇ ମାଧ୍ୟମରେ ଦୈନିକ ହାରାହାରି ଟଙ୍କା କାରବାର ୧ ଲକ୍ଷ କୋଟି ଅତିକ୍ରମ କରିଛି। ଆଲୋଚ୍ୟ ମାସରେ ମୋଟ ୨୫.୪୭ ବିଲିୟନ ବା ୨,୫୪୭ କୋଟି ସଂଖ୍ୟକ କାରବାର ହୋଇଛି ଯାହାର ମୋଟ ମୂଲ୍ୟ ୩୧.୫୩ ଲକ୍ଷ କୋଟି ଟଙ୍କା।

ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେସନ (ଏନ୍‌ପିସିଆଇ)ର ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ଦୈନିକ ହାରାହାରି ୮୨.୨ କୋଟି ସଂଖ୍ୟକ କାରବାର ହୋଇଛି। ଟଙ୍କା ପରିମାଣ ହିସାବରେ ଏହା ଦୈନିକ ହାରାହାରି ୧ ଲକ୍ଷ ୧ ହଜାର ୭୦୭ କୋଟି ଟଙ୍କା ରହିଛି। ସେପ୍ଟେମ୍ବରରେ ଦୈନିକ ହାରାହାରି କାରବାର ପରିମାଣ ୯୭,୯୧୩ କୋଟି ଟଙ୍କା ଥିଲା। ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ କାରବାର ସଂଖ୍ୟାରେ ୨୩ ପ୍ରତିଶତ ଏବଂ ଟଙ୍କା ପରିମାଣରେ ୧୬ ପ୍ରତିଶତ ବୃଦ୍ଧି ଘଟିଛି। 

Delhi: ଟ୍ରେନ୍ ବାତିଲ, ଇଣ୍ଟରନେଟ୍ ସ୍ଥଗିତ, ୟୁପିଆଇ ଠପ୍‌ ଦିଲ୍ଲୀରେ ଜନଜୀବନ ଅସ୍ତବ୍ୟସ୍ତ

ସେପ୍ଟେମ୍ବର ତୁଳନାରେ ମାସିକ କାରବାର ସଂଖ୍ୟା ୫.୮ ପ୍ରତିଶତ ଓ ଟଙ୍କା ପରିମାଣ ୭.୪ ପ୍ରତିଶତ ବଢ଼ିଛି। ପାର୍ବଣ ଋତୁରେ ସପିଂ, ଅନ୍‌ଲାଇନ୍ କିଣାକିଣି, ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟରେ ଲୋକଙ୍କ ଖର୍ଚ୍ଚ ବଢ଼ିବା ଏହି ଅଭିବୃଦ୍ଧିର ଅନ୍ୟତମ କାରଣ। ଅକ୍ଟୋବରରେ ପ୍ରଥମ ଥର ପାଇଁ ମାସିକ ୟୁପିଆଇ କାରବାର ୩୦ ଲକ୍ଷ କୋଟି ଟଙ୍କା ସୀମା ଅତିକ୍ରମ କରିଛି। ଅନ୍ୟପକ୍ଷରେ, ୨,୦୦୦ ଟଙ୍କାରୁ ଅଧିକ କେତେକ ବାଣିଜ୍ୟିକ ୟୁପିଆଇ କାରବାର ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌) ଲାଗୁ କରିବା ପ୍ରସ୍ତାବକୁ ଏନ୍‌ପିସିଆଇ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଏହାର ନୂଆ ଲାଗୁ ତାରିଖ ପରେ ଘୋଷଣା କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)