02 NOVEMBER 2026

Welcome!

Unlock your personalized experience.
Sign Up

Cyclone Arnab: ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି; ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ

Nov 01, 2026 - 23:42
Cyclone Arnab: ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି; ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ

ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଆଠଟି ଜିଲ୍ଲାଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ, ମାଲକାନଗିରି ଓ କୋରାପୁଟର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ଫଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା। ତେବେ ପବନର ବେଗ ହ୍ରାସ ପାଇବା ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ତ୍ୱରିତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କ ନିଷ୍ଠା, ଉତ୍ସର୍ଗୀକୃତ ସେବା ଓ ସମନ୍ୱିତ ପ୍ରୟାସ ଫଳରେ ଅକ୍ଟୋବର ୩୧ ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳର ପ୍ରାୟ ୯୯ ପ୍ରତିଶତ ସ୍ଥାନରେ ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଥିବା ବିଦ୍ୟୁତ୍ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।  

ବର୍ତ୍ତମାନ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍ ଭିତ୍ତିଭୂମିର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ସୁଦୃଢ଼ କାର୍ଯ୍ୟ ଯୋଜନା, ସମନ୍ୱିତ କ୍ଷେତ୍ରସ୍ତରୀୟ ପ୍ରୟାସ ଏବଂ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରତି ପ୍ରତିବଦ୍ଧତାର ସହ କାର୍ଯ୍ୟ କରି କର୍ମଚାରୀମାନେ ବୌଦ୍ଧ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଶତପ୍ରତିଶତ ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରିବାରେ ସଫଳ ହୋଇଛନ୍ତି।

୨୦୨୬ ଅକ୍ଟୋବର ୩୧ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ୯୯.୬୫ ପ୍ରତିଶତ, କୋରାପୁଟରେ ୯୯.୨୦ ପ୍ରତିଶତ, କନ୍ଧମାଳରେ ୯୯.୧୩ ପ୍ରତିଶତ ଏବଂ ଗଜପତିରେ ୯୬.୦୯ ପ୍ରତିଶତ ବିଦ୍ୟୁତ୍ ସରବରାହ ପୁନରୁଦ୍ଧାର ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାରେ ୯୩.୨୭ ପ୍ରତିଶତ ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଛି। ଏଥିସହ ଜିଲ୍ଲାର ସମସ୍ତ ୩୩ କେଭି ଫିଡର୍ ଓ ପାୱାର ସବ୍‌ଷ୍ଟେସନ୍‌ଗୁଡ଼ିକୁ ସଫଳତାର ସହ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଛି।

Cyclone Arnab Damage Assessment: ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି: ତ୍ବରିତ ଆକଳନ ନିମନ୍ତେ ୬ ଜିଲ୍ଲାକୁ ନିର୍ଦ୍ଦେଶ, ପୁନରୁଦ୍ଧାର ନିମନ୍ତେ ବ୍ରହ୍ମପୁରରେ ଅତିରିକ୍ତ ୫ ଯନ୍ତ୍ରୀ ନିୟୋଜିତ

ପବନର ବେଗ କମିବା ମାତ୍ରେ ବିଦ୍ୟୁତ୍ ବିତରଣ କମ୍ପାନି (ଡିସକମ୍‌)ଗୁଡ଼ିକର ଲାଇନମ୍ୟାନ୍ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବିଦ୍ୟୁତ୍ ସରବରାହ ପୁନରୁଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପ୍ରବଳ ବର୍ଷା, ଜଳମଗ୍ନ ଚାଷଜମି ଏବଂ ଉପୁଡ଼ି ପଡ଼ିଥିବା ଗଛ ଯୋଗୁଁ ଅବରୋଧ ହୋଇଥିବା ରାସ୍ତା ସତ୍ତ୍ୱେ ସେମାନେ ଅବର୍ଜନା ସଫା କରିବା ସହ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ଓ ତାରଗୁଡ଼ିକର ମରାମତି ଏବଂ ପରିବର୍ତ୍ତନ କରିଥିଲେ। ଏଥିସହ ବନ୍ୟା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳଗୁଡ଼ିକରେ ଫିଡର୍ ଓ ସବ୍‌ଷ୍ଟେସନ୍‌ଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରି ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ଦିଗରେ ସେମାନେ ନିରନ୍ତର ପ୍ରୟାସ ଜାରି ରଖିଥିଲେ। ବାକି ରହିଯାଇଥିବା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍ ସରବରାହ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଯଥାଶୀଘ୍ର ସେବା ସ୍ବାଭାବିକ କରିବା ନିଶ୍ଚିତ କରିବା ପାଇଁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)