UP STF: ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଦ୍ବାରା ୭ଟି ବିରଳ ବାଜପକ୍ଷୀ ଜବତ

Oct 31, 2026 - 23:30
UP STF: ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଦ୍ବାରା ୭ଟି ବିରଳ ବାଜପକ୍ଷୀ ଜବତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଆନ୍ତଃରାଜ୍ୟ ବନ୍ୟପ୍ରାଣୀ ଚାଲାଣ ସିଣ୍ଡିକେଟ୍ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଲକ୍ଷ୍ନୌରୁ ମୁମ୍ବାଇର ଜଣେ ବନ୍ୟଜନ୍ତୁ ଚୋରାଚାଲାଣକାରୀଙ୍କୁ ଗିରଫ କରିବା ସହିତ ୭ଟି ବିରଳ ବାଜପକ୍ଷୀ ଜବତ କରିଛି, ଆନ୍ତର୍ଜାତିକ ବଜାରରେ ଯାହାର ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ହେବ।

Advertisment ଅଭିଯୁକ୍ତ ଫିରୋଜ ମୁସରତ ଖାନ ମୁମ୍ବାଇର ବାଇକୁଲାର ବାସିନ୍ଦା, ତାଙ୍କୁ ଲକ୍ଷ୍ନୌର ମାଡିଆଓଁ ଥାନା ଅଞ୍ଚଳ ଅନ୍ତର୍ଗତ ଇରାଦତ ନଗରର ଏକ ଘରୁ ଗିରଫ କରାଯାଇଥିଲା।

ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଏସ୍‌ଟିଏଫ୍‌ ଓ ଲକ୍ଷ୍ନୌର ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍ଲ୍ୟୁସିସିବି) ମିଳିତ ଭାବରେ ଚଢ଼ଉ କରି ଅଭିଯୁକ୍ତକୁ ଧରିଥିଲେ।

ଏସ୍‌ଟିଏଫ୍‌ର ଅତିରିକ୍ତ ଏସ୍‌ପି ଅବନୀଶ୍ୱର ଶ୍ରୀବାସ୍ତବ କହିଛନ୍ତି ଯେ, ଗୋରଖପୁର, ଲଖିମପୁର ଖେରି ଓ ସୀତାପୁରର ଜଙ୍ଗଲ ଅଞ୍ଚଳରୁ ପକ୍ଷୀଗୁଡ଼ିକୁ ଧରି ଅନ୍ତର୍ଜାତୀୟ ଚାଲାଣ ପାଇଁ ମୁମ୍ବାଇ ଦେଇ ପଠାଯାଇଥାନ୍ତା।

ଜବତ ବାଜପକ୍ଷୀ ଦୁବାଇ, ସାଉଦି ଆରବ ଓ ବାହାରିନ ସମେତ ବିଦେଶୀ ଗନ୍ତବ୍ୟସ୍ଥଳକୁ ଯୋଗାଣ ପାଇଁ ଉଦ୍ଦିଷ୍ଟ ଥିଲା।

ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ ର ଧାରା ୯, ୩୯, ୪୯, ୫୦ ଓ ୫୧ ଅନୁଯାୟୀ ମାଡିଆଓଁ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।

Bhagwant Mann: ଦିଲ୍ଲୀ ବିମାନବନ୍ଦରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ୩ ଘଣ୍ଟା ଅଟକ ରଖାଯାଇଥିବା ଆପ୍‌ର ଦାବି; ୫୦,୦୦୦ ଟଙ୍କା ଚାଲାଣ କଟାଗଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)