UP IAS Officer: IAS ଚାକିରି ଛାଡ଼ି ମନର କଥା କହିଲେ ଦିବ୍ୟା ମିତ୍ତଲ

Aug 30, 2026 - 11:30
UP IAS Officer: IAS ଚାକିରି ଛାଡ଼ି ମନର କଥା କହିଲେ ଦିବ୍ୟା ମିତ୍ତଲ

"ଲକ୍ଷ୍ନୌ: ଆଇଏଏସ୍‌ର ଚାକିରି ଅନେକଙ୍କ ପାଇଁ ଏକ ସ୍ୱପ୍ନ।

ଏହି ପଦବୀ ପାଇଁ ଯୁବପିଢ଼ି ବର୍ଷ ବର୍ଷ ଧରି ପରିଶ୍ରମ କରନ୍ତି।

କିନ୍ତୁ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି।

୧୩ ବର୍ଷର ପ୍ରଶାସନିକ ଯାତ୍ରା ପରେ ଏହି ସମ୍ମାନଜନକ ଚାକିରିକୁ ବିଦାୟ ଦେଇଛନ୍ତି ଉତ୍ତରପ୍ରଦେଶ କ୍ୟାଡରର ୨୦୧୩ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲ।

ସେ ନିଜ ଇସ୍ତଫା ବିଷୟରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି।

ତାଙ୍କ ଲେଖା କେବଳ ଇସ୍ତଫାର ଘୋଷଣା ନୁହେଁ, ବରଂ ୧୩ ବର୍ଷର ଏକ ଅନୁଭବ, ଶିକ୍ଷା ଓ ଲୋକଙ୍କ ପ୍ରତି ତାଙ୍କ କୃତଜ୍ଞତାର କାହାଣୀ ସେ ଉପସ୍ଥାପନ କରିଛନ୍ତି।Advertisment ଲଣ୍ଡନର ଚାକିରି ଛାଡ଼ି IAS ହୋଇଥିଲେ ଦିବ୍ୟା ମିତ୍ତଲଙ୍କ ଯାତ୍ରା ମଧ୍ୟ ବେଶ ପ୍ରେରଣାଦାୟୀ।

IIT ଦିଲ୍ଲୀ ଏବଂ IIM ବାଙ୍ଗାଲୋରରେ ଶିକ୍ଷା ଶେଷ କରିବା ପରେ ସେ ଲଣ୍ଡନରେ ଚାକିରି କରିଥିଲେ।ସୁବିଧାଜନକ ଜୀବନ ଓ ଭଲ ଚାକିରି ଥିଲେ ମଧ୍ୟ ତାଙ୍କ ମନରେ କିଛି ଅସମ୍ପୂର୍ଣ୍ଣ ଲାଗୁଥିଲା।

ନିଜ ଦେଶ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଭାରତକୁ ଫେରାଇ ଆଣିଥିଲା।

ପରେ ସେ UPSC ପରୀକ୍ଷାରେ ସଫଳ ହୋଇ IAS ଅଧିକାରୀ ହୋଇଥିଲେ।ନିଜ କାର୍ଯ୍ୟକାଳର ଅନୁଭବ ବିଷୟରେ ଦିବ୍ୟା କହିଛନ୍ତି, ଦେଓରିଆ ତାଙ୍କୁ ଠିକ୍ କଥା ପାଇଁ ଦୃଢ଼ ଭାବେ ଠିଆ ହେବା ଶିଖାଇଥିଲା।

ମିର୍ଜାପୁର ଶିକ୍ଷା ଦେଇଥିଲା ଯେ, "ଅସମ୍ଭବ" କୌଣସି ସତ୍ୟ ନୁହେଁ।

ଏହା କେବଳ ଏକ ଧାରଣା।

ସମ୍ମାନ ବଜାୟ ରଖିବା ହିଁ ପ୍ରକୃତ ନ୍ୟାୟଜଣେ ପ୍ରଶାସନିକ ଅଧିକାରୀ ଭାବେ କାମ କରିବା ସମୟରେ ସେ ଅନେକ ଲୋକଙ୍କ ଜୀବନ ସହ ଜଡ଼ିତ ହୋଇଥିଲେ।

ଜମିର ଅଧିକାର ପାଇଥିବା ପରିବାର, ସମ୍ମାନର ସହ ବଞ୍ଚିବାର ସୁଯୋଗ ପାଇଥିବା ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ନିଜ କ୍ଷେତକୁ ପାଣି ପାଇଥିବା ଚାଷୀଙ୍କ ଖୁସି ତାଙ୍କ ପାଇଁ ବଡ଼ ସଫଳତା ଥିଲା।

ଦିବ୍ୟାଙ୍କ ଅନୁଭବର ସବୁଠାରୁ ବଡ଼ ଶିକ୍ଷା ଥିଲା ସରକାରୀ ଫାଇଲ କେବଳ କାଗଜ ନୁହେଁ।

ପ୍ରତ୍ୟେକ ଫାଇଲ ପଛରେ ରହିଛି ଜଣେ ଜଣେ ମଣିଷର କାହାଣୀ।

ତାଙ୍କ ଅଧିକାର, ସମ୍ମାନ ଓ ଆଶା ସହ ଜଡ଼ିତ ଥିଲା ସେହି ଫାଇଲଗୁଡ଼ିକ ।

ତେଣୁ ତାଙ୍କ ସମ୍ମାନ ବଜାୟ ରଖିବା ହିଁ ପ୍ରକୃତ ନ୍ୟାୟ ବୋଲି ସେ ଅନୁଭବ କରିଥିଲେ।ସେ ଲେଖିଛନ୍ତି ଯେ, ମୁଁ ଭାବିଥିଲି ଦେଶ ଓ ଲୋକଙ୍କୁ କିଛି ଦେବା ପାଇଁ ଆସିଛି।

କିନ୍ତୁ ଶେଷରେ ଅନୁଭବ କଲି ଯେ ମୁଁ ନିଜେ ହିଁ ସବୁଠାରୁ ଅଧିକ ପାଇଛି।

ଲୋକଙ୍କ ଭଲପାଇବା, ବିଶ୍ୱାସ, ସମ୍ମାନ ଓ ଆଶୀର୍ବାଦ ମୋ ପାଇଁ ସବୁଠାରୁ ବଡ଼ ସମ୍ପଦ ହୋଇଛି।

IST Mandatory In India: ୨୦୨୭ ମାର୍ଚ୍ଚରୁ ଦେଶରେ IST ବ୍ୟବହାର ବାଧ୍ୟତାମୂଳକ: ନିୟମ ଜାରି କଲେ ସରକାର ଶେଷରେ ଲେଖିଛନ୍ତି, "ଆଜି ମୋର ଆଖି କୃତଜ୍ଞତାରେ ଓଦା ହୋଇଯାଉଛି।

ଗୋଟିଏ ଦୃଶ୍ୟ ମୋ ହୃଦୟରେ ସ୍ଥାନିତ ହୋଇରହିଯାଉଛି।

ଲାହୁରିଆ ଦାହ ପାହାଡ଼ର ସେହି ବୃଦ୍ଧା ମାଆ, ଯିଏ ପ୍ରଥମ ଥର ପାଇଁ ତାଙ୍କ ଗାଁରେ ପାଣି ପହଞ୍ଚିବାର ଦେଖି କିଛି କହିଲେ ନାହିଁ; ସେ କେବଳ ଥରୁଥିବା ହାତରେ ମୋ ମୁଣ୍ଡକୁ ଛୁଇଁ ମୋତେ ଆଶୀର୍ବାଦ କଲେ।

ମୁଁ ଆଜି ମୋର ପଦବୀ ହରାଇଛି ସତ କିନ୍ତୁ ସେହି ସ୍ପର୍ଶ ଜୀବନ ସାରା ମୋ ସହିତ ରହିବ।

ଏବଂ ଆମ ଦେଶର ଏହି ଭୂମି ମୋତେ ଦେଇଥିବା ଅନୁଭୂତିକୁ ମୁଁ କେବେ ଭୁଲି ପାରିବି ନାହିଁ।" IAS ପଦରୁ ଇସ୍ତଫା ଦେଇ ଦିବ୍ୟା ମିତ୍ତଲ ଏବେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)