Unsafe Anganwadi : ଅସୁରକ୍ଷିତ ଅଙ୍ଗନବାଡ଼ି: ଭଙ୍ଗା ଘରେ ଭବିଷ୍ୟତ ଗଢ଼ା, ଶୌଚାଳୟ ସାତସପନ
ଅନୁଗୋଳ: ସହର ମଝିରେ ଥିବା ହାକିମପଡ଼ା ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘରଟିଏ ଆଜି ପର୍ଯ୍ୟନ୍ତ ହୋଇପାରିଲାନି। ଏଥିପାଇଁ କୁନି କୁନି ପିଲା ଗୋଷ୍ଠୀ କେନ୍ଦ୍ରରେ ପଢ଼ୁଛନ୍ତି। କିନ୍ତୁ ଏହି ସମୟରେ ପିଲାମାନଙ୍କୁ ଏକ କିମ୍ବା ଦୁଇ ଲାଗିଲେ କଥା ସରିଲା। ସେମାନଙ୍କୁ ଅତି ବିପଦପୂର୍ଣ୍ଣ ଭାବେ ରାସ୍ତା ପାର ହୋଇ ବାହାରକୁ ଯିବାକୁ ପଡ଼ୁଛି। ବେଳେ ବେଳେ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। କାରଣ ଗୋଷ୍ଠୀ କେନ୍ଦ୍ରରେ ଚାଲିଥିବା ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ ସୁବିଧା ନାହିଁ।
Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର
ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରରେ ଏମିତି ଅବ୍ୟବସ୍ଥା ପିଲାମାନଙ୍କ ପ୍ରତି ପ୍ରଶାସନର ସମ୍ବେଦନହୀନତାକୁ ପଦାରେ ପକାଇ ଦେଇଛି। ଜିଲ୍ଲାରେ ଟଙ୍କାର ଅଭାବ ନ ଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଅବହେଳିତ ହୋଇ ପଡ଼ିଛି। ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ପିଲାମାନଙ୍କୁ ମୌଳିକ ସୁବିଧା ପାଇଁ ସେମିତି ଠୋସ୍ ଉଦ୍ୟମ ହେଉନି। ଏଥିପାଇଁ କେଉଁଠି ଗୋଷ୍ଠୀ କେନ୍ଦ୍ରରେ ତ କେଉଁଠି ସ୍କୁଲ୍ ବାରଣ୍ଡାରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ଭଡ଼ାଘରେ ବି ଅସୁରକ୍ଷିତ ଭାବେ ପିଲାମାନଙ୍କ ଭବିଷ୍ୟତ ଗଢ଼ା ହେଉଛି।
ଶୌଚାଳୟ ସାତସପନ
ଯେଉଁଠି ରନ୍ଧାବଢ଼ା, ସେଇଠି ପାଠପଢ଼ା
ସରକାରୀ ତଥ୍ୟ ଅନୁସାରେ, ଅନୁଗୋଳ ଜିଲ୍ଲାରେ ୧୬୯୩ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଏଥିରୁ ପ୍ରାୟ ୨ଶହ କେନ୍ଦ୍ର ଉଧାରରେ ଚାଲିଛି। ନିଜସ୍ବ ଘର ନ ଥିବାରୁ କାମଚଳା ପଦ୍ଧତିରେ ପିଲାଙ୍କ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମ ଚାଲିଛି। ଏହି କେନ୍ଦ୍ରଗୁଡ଼ିକରେ ପାନୀୟଜଳ ସୁବିଧା ନଥିଲା ବେଳେ ଅଧିକାଂଶ କେନ୍ଦ୍ରରେ ଶୌଚାଳୟ ନାହିଁ। ପୁଣି ପ୍ରାୟ ୪ ଶହ କେନ୍ଦ୍ରରେ ରୋଷେଇ ଘର ନାହିଁ। ଯେଉଁଠି ପିଲା ପଢ଼ୁଛନ୍ତି, ସେଇଠି ଖାଦ୍ୟ ରନ୍ଧା ହେଉଛି। ଏହି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ବିଜୁଳି ଆଲୁଅ ସାତସପନ। ଏଥିପାଇଁ ପିଲାଙ୍କ ପ୍ରତି ବିପଦ ବଢ଼ୁଛି। ଗତ ସପ୍ତାହରେ ପାଳଲହଡ଼ା ବ୍ଲକ୍ ନଗିରା ପଞ୍ଚାୟତ ସଣ୍ଢାର ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତି ଯାଇଥିଲେ। ପାଠପଢ଼ା ଚାଲିଥିଲା ବେଳେ ଛାତରୁ ୪ ଖଣ୍ଡ ଟାଇଲ ଗଳି ପଡ଼ିଥିଲା।
Agriculture: ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ; ୧୦ ଘଣ୍ଟା କାମ କଲେ ମଜୁରି ମିଳେ ୨୫୦ ଟଙ୍କା
ଏହି ସମୟରେ କେନ୍ଦ୍ରରେ ୨୦ଜଣ ଶିଶୁ ରହିଥିଲେ ମଧ୍ୟ ସୌଭାଗ୍ୟବଶତଃ କେହି ଆହତ ହୋଇନଥିଲେ। ଅନୁଗୋଳ ସହର ଉପକଣ୍ଠରେ ଥିବା ଗୋପୀନାଥପୁର ଅଙ୍ଗନବାଡ଼ି କେନ୍ଦ୍ରଟି ସାମାନ୍ୟ ବର୍ଷାରେ ପାଣି ଘେରରେ ରହୁଛି। ଏଣୁ ପିଲାମାନେ ଆଣ୍ଠୁଏ ପାଣିରେ କେନ୍ଦ୍ରକୁ ଆସୁଛନ୍ତି। ପରିବେଶ ଅସ୍ବାସ୍ଥ୍ୟକର ଥିବାରୁ ପିଲାମାନଙ୍କୁ ଛାଡ଼ିବା ପାଇଁ ଅଭିଭାବକ କୁନ୍ଥକୁନ୍ଥ ହେଉଛନ୍ତି। ଏପଟେ ବଅଁରପାଳ ବ୍ଲକ୍ କରଡ଼ାଗାଡ଼ିଆ (କ) ଅଙ୍ଗନବାଡ଼ି କେନ୍ଦ୍ର ବହୁଦିନ ଧରି ଏକ ଭଙ୍ଗାଦଦରା ଗ୍ୟାରେଜ୍ରେ ଚାଲିବା ପରେ ଏବେ ଏକ ଆଜବେଷ୍ଟସ ଘରେ ପିଲା ପଢ଼ୁଛନ୍ତି। କିନ୍ତୁ ଏଠାରେ ନା’ ଅଛି ଶୌଚାଳୟ ସୁବିଧା ନା’ ରୋଷେଇଘର। ଏଣୁ ଗୋଟିଏ ଘରେ ରନ୍ଧାବଢ଼ା, ଖିଆପିଆ ଓ ପାଠପଢ଼ା ଚାଲିଛି। ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ କହିଛନ୍ତି, ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶୌଚାଳୟ ନାହିଁ ସେଠାରେ ନିର୍ମାଣ କରିବା ପାଇଁ ଯୋଜନା କରାଯାଇଛି। ଡିଏମ୍ଏଫ୍ ପାଣ୍ଠିରୁ ଏଥିପାଇଁ ଟଙ୍କା ଦେବାକୁ ଜିଲ୍ଲାପାଳ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

