Odisha loses medals: ଜାତୀୟ କନିଷ୍ଠ ସନ୍ତରଣରେ ଓଡ଼ିଶା ପଦକଶୂନ୍ୟ

Aug 24, 2026 - 05:06
Odisha loses medals: ଜାତୀୟ କନିଷ୍ଠ ସନ୍ତରଣରେ ଓଡ଼ିଶା ପଦକଶୂନ୍ୟ

"ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ବର୍ଷ ତମାମ ଚଳଚଞ୍ଚଳ।

କିନ୍ତୁ ଓଡ଼ିଶା ଖେଳାଳିମାନଙ୍କ ପ୍ରଦର୍ଶନ କ୍ରମେ ନିମ୍ନଗାମୀ ହେବାରେ ଲାଗିଛି।

ଶନିବାର ବିଶ୍ବ ଦୌଡ଼କୁଦର ମହାଦେଶୀୟ ସିଲଭର ସଂସ୍କରଣରେ ୬ଜଣ ଓଡ଼ିଆ ପୋଡିୟମ୍‌ ଫିନିସ୍‌ରେ ବିଫଳ ହୋଇଥିଲେ।

ରବିବାର ସନ୍ତରଣାଗାରରେ ବି ଓଡ଼ିଶା ଖେଳାଳି ନିରାଶ କରିଛନ୍ତି।

ଏହି ଅନ୍ତର୍ଜାତୀୟ ସ୍ତରର ପୁଲ୍‌ରେ ରବିବାର ଶେଷ ହୋଇଛି ୫୨ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତା।

୧୧ ଜଣିଆ ଓଡ଼ିଶା ଦଳ ଏହି ୬ ଦିନିଆ ପ୍ରତିଯୋଗିତାରେ ଗୋଟିଏ ବି ପଦକ ଜିତିବାରେ ସକ୍ଷମ ହୋଇନାହାନ୍ତି।

ଅଗଷ୍ଟ ପ୍ରାରମ୍ଭରେ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ସୌରଭ ପୁଟେଲ୍‌ ୩ ସ୍ବର୍ଣ୍ଣ ପଦକ ଜିତିଥିଲେ।

ଉପକନିଷ୍ଠ ବର୍ଗରେ ଖେଳିଥିବାରୁ କନିଷ୍ଠ ବର୍ଗରେ ଭାଗନେବା ପାଇଁ ନିୟମ ଥିବାରୁ ସେ ଏଥିରୁ ବଞ୍ଚିତ ହୋଇଥିଲେ।

Advertisment Sports Development ଖେଳ ଓ ଖେଳାଳୀଙ୍କ ବିକାଶ ପାଇଁ ମିଳିମିଶି କାମ କରିବେ ଓଡ଼ିଶା-ବିହାର ରବିବାର ଶେଷ ହୋଇଥିବା ୫୨ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ କର୍ଣ୍ଣାଟକ ଦଳଗତ ବିଜେତା‌ ହୋଇଥିବାବେଳେ ଏହି ରାଜ୍ୟର ଏସ ଶରଣ ୫ ସ୍ବର୍ଣ୍ଣ ପଦକ ଜିତି ବାଳକ ୧(ବି)ରେ ଶ୍ରେଷ୍ଠ ସନ୍ତରକ ବିବେଚିତ ହୋଇଛନ୍ତି।

୪ଟି ବର୍ଗରୁ ୩ଟିରେ କର୍ଣ୍ଣାଟକ ବିଜେତା ହୋଇଛି।

ଗୋଟିଏରେ ମହାରାଷ୍ଟ୍ର ଦଳଗତ ବିଜେତା ହୋଇଥିଲା।

ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗ ଅତିରିକ୍ତ ସଚିବ ସୁଧାକର ନାଏକ, ବିଜୟ କୁମାର ସ୍ବାଇଁ, ଉପସଚିବ ସୌମ୍ୟ ସାର୍ଥକ ମିଶ୍ର, ଓଡ଼ିଶା ସନ୍ତରଣ ସଂଘ ସଭାପତି ପ୍ରଦୀପ କୁମାର ପାଢ଼ୀ, ସମ୍ପାଦିକା ଗୋଲାପମଣି ମହାନ୍ତଙ୍କ ସହ ବିଜୟ ଦୀକ୍ଷିତ, ଅମର ମହାନ୍ତି, ଅକ୍ଷୟ ପ୍ରଧାନ, ରବୀନ୍ଦ୍ର ରାଉତ, ଲକ୍ଷ୍ମୀ ଚନ୍ଦ୍ର ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।

Odisha sports: ଓଡ଼ିଶା କ୍ରୀଡ଼ାରେ ଅଜବ ଗତି: ନିଜ ଖେଳାଳିଙ୍କ ଗୋଡ଼ ଟାଣୁଛନ୍ତି ସରକାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)