Union Cabinet approves: ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସମ୍ପର୍କିତ ବିଲଗୁଡ଼ିକୁ ମଞ୍ଜୁରୀ ଦିଆଯାଇଛି।
ନୂଆଦିଲ୍ଲୀର ସେବା ତୀର୍ଥରେ ବସିଥିବା ଏହି ବୈଠକରେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ଏବଂ ସୀମା ପୁନଃନିର୍ଦ୍ଧାରଣ ସହ ଜଡ଼ିତ ବିଲକୁ ଅନୁମୋଦନ ମିଳିଛି।
ଜରୁରୀ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ସଂସଦକୁ ପୁଣି ଡାକିବା ନେଇ ସରକାର ଘୋଷଣା କରିବାର ଦିନକ ପରେ ଏହି ବୈଠକ ହୋଇଛି, ଯେଉଁଥିରେ ଯୋଗ ଦେବାକୁ ମନ୍ତ୍ରୀମାନଙ୍କୁ ରାଜଧାନୀରେ ଉପସ୍ଥିତ ରହିବାକୁ କୁହାଯାଇଥିଲା।
ତେବେ ହାଇଦ୍ରାବାଦରେ ଚାଲିଥିବା ତିନିଦିନିଆ 'ନିଶାମୁକ୍ତ ଭାରତ' ଅଭିଯାନରେ ସାମିଲ ହେବା ପାଇଁ କେନ୍ଦ୍ର ମନ୍ତ୍ରୀ ଜି.
କିଶନ ରେଡ୍ଡୀ ଆଜିର ବୈଠକରୁ ଅନୁପସ୍ଥିତ ରହିବାକୁ ଅନୁମତି ଲୋଡ଼ିଥିଲେ।
Advertisment ଆଗାମୀ ବୈଠକ ପାଇଁ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହେବା ପରେ ୨୦୨୬ ଏପ୍ରିଲ ୧୭ ତାରିଖରେ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସହ ଯୋଡ଼ି ହୋଇଥିବା ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ପରାଜିତ ହୋଇଥିଲା।
ଏହି ପରାଜୟ ପରେ ସରକାର ଏକ ସଂଶୋଧିତ ରଣନୀତି ସହ ପୁଣି ଏହି ବିଲ୍ ଆଣିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ସଂସଦର ଆଗାମୀ ବୈଠକ ପାଇଁ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଦେଇଛି।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୩୦ରେ ଲୋକସଭାକୁ ପୁଣି ଡାକିବା ପାଇଁ ବାଚସ୍ପତି ଓମ୍ ବିର୍ଲା ଏବଂ ଡିସେମ୍ବର ୨ରେ ରାଜ୍ୟସଭାକୁ ଡାକିବା ପାଇଁ ଅଧ୍ୟକ୍ଷ ସି.ପି.
ରାଧାକ୍ରିଷ୍ଣନଙ୍କୁ ସରକାର ଅନୁରୋଧ କରିଛନ୍ତି।
ଗୃହର କାର୍ଯ୍ୟସୂଚୀ ଅନୁଯାୟୀ ଏହି ବୈଠକ ଡିସେମ୍ବର ୩ରେ ଶେଷ ହୋଇପାରେ।
ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନ ଥିଲା।
ଏହି ସ୍ୱତନ୍ତ୍ର ବୈଠକ ସମୟରେ ପ୍ରଶ୍ନକାଳ, ଶୂନ୍ୟକାଳ କିମ୍ବା ବେସରକାରୀ ସଦସ୍ୟଙ୍କ କାର୍ଯ୍ୟସୂଚୀ ରହିବ ନାହିଁ ବୋଲି ଲୋକସଭା ଓ ରାଜ୍ୟସଭା ସଚିବାଳୟ ସ୍ପଷ୍ଟ କରିଛନ୍ତି।
ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ରାଜନୈତିକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।
ସୀମା ନିର୍ଦ୍ଧାରଣ ବିଲ୍କୁ ସମର୍ଥନ କରିବାକୁ ୨ଟି ସର୍ତ୍ତ ରଖିଲା ଡିଏମ୍କେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
