27 OCTOBER 2026

Welcome!

Unlock your personalized experience.
Sign Up

UNESCO's tentative list: ‘ୟୁନେସ୍କୋ’ ସମ୍ଭାବ୍ୟ ତାଲିକାରେ ଭାରତର ଆଉ ୩ଟି ସ୍ଥାନ

Oct 27, 2026 - 06:46
UNESCO's tentative list: ‘ୟୁନେସ୍କୋ’ ସମ୍ଭାବ୍ୟ ତାଲିକାରେ ଭାରତର ଆଉ ୩ଟି ସ୍ଥାନ

ବିଶ୍ୱ ପ୍ରସିଦ୍ଧ ସଂସ୍ଥା ‘ୟୁନେସ୍କୋ’ ନିଜର ‘ବିଶ୍ୱ ଐତିହ୍ୟ ସମ୍ଭାବ୍ୟ ତାଲିକା’ରେ ଭାରତର ଆଉ ୩ଟି ନୂଆ ସ୍ଥାନକୁ ସାମିଲ କରିଛି। ଏହା ସହିତ ଭାରତର ଟେଣ୍ଟେଟିଭ୍ ତାଲିକାରେ ସ୍ଥାନ ପାଇଥିବା ସ୍ଥାନଗୁଡ଼ିକର ସଂଖ୍ୟା ୮୧ କୁ ବୃଦ୍ଧି ପାଇଛି। ଏହା ହେଲା ବାରାଟାଙ୍ଗର କାର୍ଷ୍ଟ-କାଦୁଅ ଆଗ୍ନେୟଗିରି କମ୍ପ୍ଲେକ୍ସ, ଆଣ୍ଡାମାନ ସବ୍‌ଡକ୍ସନ୍ ଆଗ୍ନେୟଗିରି, ସିରପୁର ସାଂସ୍କୃତିକ ଓ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।

National Lawn Bowls: ଜାତୀୟ ଲନ୍‌ବଲ୍‌ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ

ବାରାଟାଙ୍ଗ: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏହି ଚୂନପଥର ଗୁମ୍ଫା ଓ କାଦୁଅ ଆଗ୍ନେୟଗିରି ଅବସ୍ଥିତ। ସାଧାରଣ ଆଗ୍ନେୟଗିରି ଭଳି ଏଥିରୁ ନିଆଁ ବା ଲାଭା ବାହାରି ନଥାଏ, ବରଂ ଭୂଗର୍ଭରୁ କାଦୁଅ, ପାଣି ଓ ଗ୍ୟାସ୍ ଉପରକୁ ଆସିଥାଏ। ଲକ୍ଷ ଲକ୍ଷ ବର୍ଷ ଧରି ସାମୁଦ୍ରିକ ଜୈବ ପଦାର୍ଥ ଜମା ହୋଇ କଠିନ ହେବା ଫଳରେ ଏଠାରେ ସୁନ୍ଦର ଚୂନପଥର ଗୁମ୍ଫା ସୃଷ୍ଟି ହୋଇଛି ଯାହା ଭୂବିଜ୍ଞାନୀମାନଙ୍କ ପାଇଁ ଏକ ଗବେଷଣାର କେନ୍ଦ୍ର।

ଆଣ୍ଡାମାନର ଆଗ୍ନେୟଗିରି ଦ୍ୱୀପ: ଆଣ୍ଡାମାନ ସବ୍‌ଡକ୍ସନ୍ ଆଗ୍ନେୟଗିରି ମଧ୍ୟରେ ବାରେନ୍ ଦ୍ୱୀପ ଓ ନାରକୋଣ୍ଡାମ୍ ଦ୍ୱୀପ ସାମିଲ ଅଛି। ବାରେନ୍ ଦ୍ୱୀପ ଦକ୍ଷିଣ ଏସିଆର ଏକମାତ୍ର ସକ୍ରିୟ ଆଗ୍ନେୟଗିରି। ନାରକୋଣ୍ଡାମ୍ ଦ୍ୱୀପ ସମୁଦ୍ର ମଧ୍ୟରୁ ଉପରକୁ ଉଠିଥିବା ଏକ ବିଶାଳ ଆଗ୍ନେୟ ଦ୍ୱୀପ। ଏହି ଦୁଇ ଦ୍ୱୀପ ସମୁଦ୍ର ପରିବେଶ ଓ ଆଗ୍ନେୟଗିରିର ପ୍ରକ୍ରିୟା ଅନୁଧ୍ୟାନ କରିବାରେ ବଡ଼ ଭୂମିକା ଗ୍ରହଣ କରନ୍ତି। 

Tribal worker: ରାମ୍‌କି କେମିକାଲ୍ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା; ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ

ସିରପୁର: ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ମହାନଦୀ କୂଳରେ ଏହି ସ୍ଥଳ ଅବସ୍ଥିତ। ପୂର୍ବରୁ ଏହା ‘ଶ୍ରୀପୁର’ ନାମରେ ଜଣାଶୁଣା ଥିଲା। ଏଠାରେ ପ୍ରାଚୀନ ହିନ୍ଦୁ ମନ୍ଦିର ସହ ବୌଦ୍ଧ ଓ ଜୈନ ସ୍ଥାପତ୍ୟର ଅବଶେଷ ମିଳିଛି, ଯାହା ଭାରତର ସମୃଦ୍ଧ କଳା, ଭାସ୍କର୍ଯ୍ୟ ଓ ସାଂସ୍କୃତିକ ଆଦାନପ୍ରଦାନର ପ୍ରତୀକ ଅଟେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)