UN Staff: ଜାତିସଂଘର ଦୁଇ ସଦସ୍ୟଙ୍କୁ ଅଟକ ରଖିଛନ୍ତି ତାଲିବାନ ସରକାର: ଶୀଘ୍ର ମୁକ୍ତ କରିବାକୁ ଦାବି

Aug 13, 2026 - 09:44
UN Staff: ଜାତିସଂଘର ଦୁଇ ସଦସ୍ୟଙ୍କୁ ଅଟକ ରଖିଛନ୍ତି ତାଲିବାନ ସରକାର: ଶୀଘ୍ର ମୁକ୍ତ କରିବାକୁ ଦାବି

"ନ୍ୟୁୟର୍କ: ଜାତିସଂଘ କହିଛି ଯେ, ଆଫଗାନିସ୍ତାନର ତାଲିବାନ ଶାସକ ଦେଶରେ ରାଜନୈତିକ ମିସନର ଦୁଇ ଜଣ ଆଫଗାନ ସଦସ୍ୟଙ୍କୁ ଅଟକ ରଖିଛନ୍ତି।

ଏହି ଗିରଫଦାରୀ କିଛି ଦିନ ପୂର୍ବରୁ ହୋଇଥିଲା।

ସେମାନଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।

ଜାତିସଂଘ ପକ୍ଷରୁ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରାଯାଇଛି।Advertisment ସାକ୍ଷାତ କରିବାକୁ ଦିଆଯାଉନାହିଁ ଜାତିସଂଘର ଉପପ୍ରବକ୍ତା ଫରହାନ ହକ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ତାଲିବାନର ଜେନେରାଲ ଡାଇରେକ୍ଟରେଟ୍ ଅଫ୍ ଇଣ୍ଟେଲିଜେନ୍ସ ରବିବାର ଦିନ ହେରାତ ସହରରେ ଦୁଇ କର୍ମଚାରୀଙ୍କୁ ନିଜ ହେପାଜତକୁ ନେଇଛି।

ସେ କହିଛନ୍ତି ଯେ ଜାତିସଂଘ ମିଶନକୁ ଦୁଇ ଜଣଙ୍କ ବିରୋଧରେ ହୋଇଥିବା ଅଭିଯୋଗ ବିଷୟରେ ଅବଗତ କରାଯାଇ ନାହିଁ।

ସେମାନଙ୍କ ସହିତ କାହାକୁ ସାକ୍ଷାତ କରିବାକୁ ଦିଆଯାଉନାହିଁ।

US Army: ଇରାକରେ ୨୩ ବର୍ଷର ଆମେରିକୀୟ ସାମରିକ ଉପସ୍ଥିତିର ଅନ୍ତ, ୩୦ ସେପ୍ଟେମ୍ବର ସୁଦ୍ଧା ସେନା ପ୍ରତ୍ୟାହାର ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧ ପରେ ଆମେରିକା ଏବଂ ନାଟୋ ସେନା ଦେଶରୁ ପ୍ରତ୍ୟାହାର କରିବା ପରେ, ୧୫ ଅଗଷ୍ଟ ୨୦୨୧ରେ ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media