27 OCTOBER 2026

Welcome!

Unlock your personalized experience.
Sign Up

UN Security Council: ଭିଟୋ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର ହେବା ଉଚିତ୍ ନୁହେଁ: ଭାରତର

Oct 27, 2026 - 10:12
UN Security Council: ଭିଟୋ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର ହେବା ଉଚିତ୍ ନୁହେଁ: ଭାରତର

ନ୍ୟୁୟର୍କ: ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ପାଇଁ ନିଜର ଦାବିକୁ ପୁନର୍ବାର ଦୋହରାଇଛି। ଭାରତୀୟ ପ୍ରତିନିଧି କହିଛନ୍ତି ଯେ, ପାଞ୍ଚ ସ୍ଥାୟୀ ସଦସ୍ୟଙ୍କ ପାଖରେ ଥିବା ଭିଟୋ କ୍ଷମତାକୁ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଏକ ଉପକରଣ ଭାବରେ ବ୍ୟବହାର କରାଯିବା ଉଚିତ୍ ନୁହେଁ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି, ପାରାଭାଥନେନି ହରିଶ ଗୁରୁତ୍ୱାରୋପ କରିଛନ୍ତି, ଭିଟୋ ସୁବିଧା ଏକ ମହାନ ଦାୟିତ୍ୱ ବହନ କରେ ଯାହା ପାଇଁ ସଂଯମତା ଆବଶ୍ୟକ। 

ବିଶେଷକରି ଅନ୍ତର୍ଜାତୀୟ ଶାନ୍ତି ଏବଂ ବିଶ୍ୱ ସୁରକ୍ଷା ସମ୍ପର୍କରେ ଏହାର ଗୁରୁତ୍ବ ରହିଛି।ଭିଟୋ ବ୍ୟବହାରର ଐତିହାସିକ ଧାରା ଉଲ୍ଲେଖ କରି, ଭାରତୀୟ ରାଷ୍ଟ୍ରଦୂତ କିଛି ସଦସ୍ୟଙ୍କ ଦ୍ୱାରା ଏହାର ଅତ୍ୟଧିକ ବ୍ୟବହାର ପରିଷଦର ବିଶ୍ୱସନୀୟତାକୁ କିପରି ଦୁର୍ବଳ କରିଛି ତାହା ଉପରେ ଆଲୋକପାତ କରି କହିଛନ୍ତି, ସାମ୍ପ୍ରତିକ ଦାୟିତ୍ୱ ବ୍ୟବସ୍ଥା ଏହାର ବାରମ୍ବାର ବ୍ୟବହାରକୁ ରୋକିବାରେ ବିଫଳ ହୋଇଛି। ଭିଟୋର ରେକର୍ଡ ଆଶ୍ଚର୍ଯ୍ୟଜନକ ରହିଛି। ସଂଗଠନର ଇତିହାସରେ ପ୍ରାୟ ୨୦୦ ପ୍ରସ୍ତାବରେ ୩୩୧ ଥର ଭିଟୋ ବ୍ୟବହାର କରାଯାଇଛି।

Khalilur Rahman: ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆବଶ୍ୟକ: ଖଲିଲୁର ରହମାନ

ଆମେ ଏହା ମଧ୍ୟ ଲକ୍ଷ୍ୟ କରୁଛୁ ଯେ, ପାଞ୍ଚ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଦୁଇଜଣ ସାଢ଼େ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଭିଟୋ ବ୍ୟବହାର କରିନାହାନ୍ତି, ଏବଂ ଅଧିକାଂଶ ଭିଟୋ କିମ୍ବା ଭିଟୋର ଧମକ ପାଞ୍ଚ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ କେବଳ ତିନି ଜଣଙ୍କ ଠାରୁ ଆସିଛି।
୨୦୨୨ ମସିହାର ଭିଟୋ ପଦକ୍ଷେପକୁ ପରିବର୍ତ୍ତନର ଏକ ସଙ୍କେତ ଭାବରେ ବିବେଚନା କରାଯାଇଥିଲା, କାରଣ ଏହା ପ୍ରତ୍ୟେକ ଭିଟୋ ପରେ ଜାତିସଂଘ ସାଧାରଣ ସଭାରେ ଏକ ବିତର୍କକୁ ବାଧ୍ୟତାମୂଳକ କରିଥିଲା, ଯାହା ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିଥିଲା। ତେବେ ଜାତିସଂଘ ସାଧାରଣ ସଭା ଆଇନରେ ଏହା ଗ୍ରହଣ ହେବା ପରଠାରୁ ବହୁ ସଂଖ୍ୟକ ଭିଟୋର ପ୍ରକୃତ ରେକର୍ଡ ଏକ ଭିନ୍ନ କାହାଣୀ କହୁଛି ବୋଲି ସେ କହିଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)