UN: ଜାତିସଂଘରେ ସୀମାପାର ଆତଙ୍କବାଦ ବିରୋଧରେ ଭାରତ ଶୂନ୍ୟ ସହନଶୀଳତା ନୀତି ଦୋହରାଇଲା

Oct 09, 2026 - 19:20
UN: ଜାତିସଂଘରେ ସୀମାପାର ଆତଙ୍କବାଦ ବିରୋଧରେ ଭାରତ ଶୂନ୍ୟ ସହନଶୀଳତା ନୀତି ଦୋହରାଇଲା

"ନ୍ୟୁୟର୍କ: ସୀମାପାର ଆତଙ୍କବାଦ ବିରୋଧରେ ଭାରତ ନିଜର ଶୂନ୍ୟ ସହନଶୀଳତା ନୀତିକୁ ଜାତିସଂଘରେ ପୁଣି ଦୋହରାଇଛି।

ଆତଙ୍କବାଦକୁ କୌଣସି ପରିସ୍ଥିତିରେ ଯଥାର୍ଥ ବୋଲି କୁହାଯାଇପାରିବ ନାହିଁ ଏବଂ ରାଷ୍ଟ୍ର ପ୍ରାୟୋଜିତ ଓ ସୀମାପାର ଆତଙ୍କବାଦୀ ନେଟୱର୍କ ବିରୋଧରେ ବିଶ୍ୱ ସମୁଦାୟ ଏକଜୁଟ ହୋଇ ନିର୍ଣ୍ଣାୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଭାରତୀୟ ସାଂସଦ ପ୍ରତିନିଧିମଣ୍ଡଳ କହିଛି।Advertisment ଜାତିସଂଘ ମହାସଭାର ଅଧିବେଶନରେ ଯୋଗ ଦେବା ପାଇଁ ନ୍ୟୁୟର୍କ ଯାଇଥିବା ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ରାଜ୍ୟସଭା ସାଂସଦ ସିକନ୍ଦର କୁମାର ନେଇଥିଲେ।

ଏହି ଗସ୍ତ ସମୟରେ ପ୍ରତିନିଧିମଣ୍ଡଳ ଜାତିସଂଘର ଆତଙ୍କବାଦ ନିରୋଧୀ କାର୍ଯ୍ୟାଳୟ (ୟୁଏନ୍‌ଓସିଟି)ର କାର୍ଯ୍ୟକାରୀ ଉପମହାସଚିବ ଆଲେକ୍‌ଜାଣ୍ଡର ଜୁଏଭ୍‌ଙ୍କୁ ଭେଟିଥିଲେ।

ଆତଙ୍କବାଦ ନିରୋଧୀ କାର୍ଯ୍ୟରେ ଭାରତ ଓ ଜାତିସଂଘ ମଧ୍ୟରେ ସହଯୋଗକୁ ଅଧିକ ପ୍ରଭାବଶାଳୀ କରିବା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା।

ପ୍ରତିନିଧିମଣ୍ଡଳ କହିଛି ଯେ ଭାରତ ଦୀର୍ଘଦିନ ଧରି ସୀମାପାର ଆତଙ୍କବାଦର ଶିକାର ହୋଇଆସୁଛି।

ତେଣୁ ଆତଙ୍କବାଦ ମୁକାବିଲା ପାଇଁ ଅନ୍ତର୍ଜାତୀୟ ନିୟମ ଆଧାରିତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ।

ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ସୁରକ୍ଷିତ ସ୍ଥାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ନ ଦେଲେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ଆତଙ୍କବାଦୀମାନେ ଆଧୁନିକ ପ୍ରଯୁକ୍ତି, ଡିଜିଟାଲ୍‌ ମାଧ୍ୟମ ଓ ଅବୈଧ ଅର୍ଥ କାରବାରକୁ ବ୍ୟବହାର କରୁଥିବାରୁ ଏହାକୁ ରୋକିବା ପାଇଁ ଦେଶଗୁଡ଼ିକ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ, ବୈଷୟିକ ସହଯୋଗ ଓ ଆଇନଗତ ବ୍ୟବସ୍ଥାରେ ସମନ୍ୱୟ ଆବଶ୍ୟକ ବୋଲି ଭାରତୀୟ ପ୍ରତିନିଧିମାନେ କହିଛନ୍ତି।

ସାଇବର୍‌ ଜଗତରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ସେମାନଙ୍କ ଆର୍ଥିକ ସହାୟତାର ଉତ୍ସ ବନ୍ଦ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଭାରତର ମତ ହେଉଛି, ଆତଙ୍କବାଦର କୌଣସି ଭଲ ବା ଖରାପ ରୂପ ନାହିଁ।

ସାଧାରଣ ନାଗରିକଙ୍କୁ ଜାଣିଶୁଣି ଆକ୍ରମଣ କରିବାକୁ କୌଣସି କାରଣ ଦର୍ଶାଇ ଯଥାର୍ଥ ପ୍ରମାଣିତ କରାଯାଇପାରିବ ନାହିଁ।

ଆତଙ୍କବାଦର ମୁକାବିଲା ପାଇଁ ବିଶ୍ୱର ସମସ୍ତ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ସହ ଏହାକୁ ସମର୍ଥନ ଓ ଆଶ୍ରୟ ଦେଉଥିବା ନେଟୱର୍କଗୁଡ଼ିକୁ ଦାୟୀ କରିବା ଦରକାର ବୋଲି ଭାରତ ଆହ୍ୱାନ ଦେଇଛି।

ଏଲ୍‌ନିନୋ ଓ ଉତ୍ତପ୍ତ ସମୁଦ୍ର ୨୦୨୭ରେ ବଢ଼ାଇପାରେ ଜଳବାୟୁ ସଙ୍କଟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)