Kotia: ଓଡିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ପୁଲିସ ମୁହାଁମୁହିଁ, ବ୍ୟାରିକେଡ୍ ଭାଙ୍ଗିଲା

Nov 03, 2026 - 16:27
Kotia: ଓଡିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ପୁଲିସ ମୁହାଁମୁହିଁ, ବ୍ୟାରିକେଡ୍ ଭାଙ୍ଗିଲା

କୋରାପୁଟ (ପ୍ରଦୀପ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି।

ଆନ୍ଧ୍ର ସରକାର କୋଟିଆ ରେ ଭୋଟ୍‌ ଗ୍ରହଣ କରିବା ପାଇଁ ଯୋଜନା କରୁଛି।

ଆସନ୍ତା ୫ ତାରିଖରେ ମଦନାନ ହେବ।

Advertisment ଆନ୍ଧ୍ର ନିର୍ବାଚନୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡିଶା ପକ୍ଷରୁ କୋଟିଆ ସୀମାନ୍ତ ନେରିଡିବାଲସା, ଫଗୁସିନେରୀ ଓ ଫାଟୁ ସିନେରୀରେ ଚେକ୍ ପୋଷ୍ଟ କରାଯାଇଛି।

ଏହି ଚେକ୍ ପୋଷ୍ଟ ମାଧ୍ୟମରେ ଆନ୍ଧ୍ରର ଗତିବିଧି ନିୟନ୍ତ୍ରଣ କରାଯାଇଥିଲା।

ଗତକାଲି ନେରିଡିବାଲସାରେ ଆନ୍ଧ୍ରର ଏକ ରାସନ ଚାଉଳ ଗାଡିକୁ ଉକ୍ତ ଚେକ୍ ପୋଷ୍ଟ ନିକଟରେ ଅଟକା ଯାଇଥିଲା।

ସେହି ସ୍ଥାନରେ ଆନ୍ଧ୍ର ସମର୍ଥକ ଓ ଓଡିଶା ପୁଲିସ ମଧ୍ୟରେ ମୁହାଁ ମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା।

Kotia dispute: କୋଟିଆ ବିବାଦର କେତେକ ମୌଳିକ ପ୍ରସଙ୍ଗ ଆଜି ପୁଣି ସୀମାନ୍ତ ନେରିଡିବାଲସାରେ ୨ ରାଜ୍ୟର ପୁଲିସ ମୁହାଁମୁହିଁ ହୋଇଥିଲେ।

ଆନ୍ଧ୍ରର ନିର୍ବାଚନ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଓଡିଶା ପୁଲିସ ବ୍ୟାରିକେଡ୍ କରିଥିବା ବେଳେ ଏହାକୁ ଆନ୍ଧ୍ର ପୁଲିସ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।

ଘଟଣା ସ୍ଥଳରେ ଉତ୍ତେଳଜନା ଜାରି ରହିଥିବା ଦେଖିବାକୁ ମିଳିଛି।

କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଛି।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ପ୍ଲାଟୁନ ପୁଲିସ ଫର୍ସକୁ ପଠାଯାଇଥିବା ଜଣାପଡିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)